Home Top News ବଜେଟ୍ ଅଧିବେଶନ: କଂଗ୍ରେସ ସମେତ ୧୬ ଟି ରାଜନୈତିକ ଦଳ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ବହିଷ୍କାର କରିବେ

ବଜେଟ୍ ଅଧିବେଶନ: କଂଗ୍ରେସ ସମେତ ୧୬ ଟି ରାଜନୈତିକ ଦଳ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ବହିଷ୍କାର କରିବେ

43

ନୂଆ ଦିଲ୍ଲୀ ୨୮-୧ (ଓଡ଼ିଆ ପୁଅ/ମନୋସ୍ୱିନୀ ପ୍ରହରାଜ) ବଜେଟ୍ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ବିରୋଧୀ ଦଳ ମୋଦୀ ସରକାରଙ୍କୁ ଘେରିଛନ୍ତି। କଂଗ୍ରେସ ସମେତ ୧୬ଟି ରାଜନୈତିକ ଦଳ ୨୯ ଫେବୃଆରୀରେ ବଜେଟ୍ ଅଧିବେଶନର ପ୍ରଥମ ଦିନରେ ସଂସଦରେ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ବହିଷ୍କାର କରିବାକୁ ନିଷ୍ପତ୍ତି ନେଇଛନ୍ତି। କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବୀ ଆଜାଦ ଗୁରୁବାର ଦିନ ସମସ୍ତ ରାଜନୈତିକ ଦଳ ପକ୍ଷରୁ ଏହି ସୂଚନା ଦେଇଛନ୍ତି।

କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବୀ ଆଜାଦ କହିଛନ୍ତି, “କଂଗ୍ରେସ ସମେତ ୧୬ ଟି ରାଜନୈତିକ ଦଳ ତରଫରୁ ଆମେ ସୂଚନା ଦେଉଛୁ ଯେ ୨୯ ଜାନୁଆରୀରେ ସଂସଦରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଭିଭାଷଣକୁ ବହିଷ୍କାର କରିବାକୁ ନିଷ୍ପତ୍ତି ନେଇଛୁ। ଗୁଲାମ ନବୀ କହିଛନ୍ତି ଯେ ଏହି ନିଷ୍ପତ୍ତି କୃଷି ନିୟମକୁ ବିରୋଧ କରି ନିଆଯାଇଛି।”

ଆମ୍ ଆଦମୀ ପାର୍ଟି ନେତା ସଞ୍ଜୟ ସିଂ କହିଛନ୍ତି ଯେ, ଆମେ ତିନୋଟି କୃଷି ଆଇନକୁ ବିରୋଧ କରିଛୁ ଏବଂ ଏହା ଜାରି ରଖିବୁ। ତେଣୁ ଆମ୍ ଆଦମୀ ପାର୍ଟି ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ବହିଷ୍କାର କରିବ ଏବଂ ଆମର ଲୋକସଭା ସାଂସଦ ଭଗବନ୍ତ ମାନ ଏବଂ ଆମେ ରାଜ୍ୟସଭାର ତିନି ସାଂସଦ ଜାନୁଆରୀ ୨୯ ରେ ରାଷ୍ଟ୍ରପତିଙ୍କ ଅଭିଭାଷଣ କାର୍ଯ୍ୟକ୍ରମରେ ଯୋଗଦେବୁ ନାହିଁ ବୋଲି ସଞ୍ଜୟ ସିଂ ପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟଯେ, କେନ୍ଦ୍ର ବଜେଟ୍ ୨୦୨୧ କୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବୃଆରୀ ୧ ରେ ୧୧ ଟା ସମୟରେ ଉପସ୍ଥାପନ କରିବେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.