Home ଅପରାଧ ମାରଣାସ୍ତ୍ର ଦେଖାଇ ଟ୍ରକରୁ ଝାମ୍ପିନେଲେ ଟଙ୍କା ଓ ମୋବାଇଲ

ମାରଣାସ୍ତ୍ର ଦେଖାଇ ଟ୍ରକରୁ ଝାମ୍ପିନେଲେ ଟଙ୍କା ଓ ମୋବାଇଲ

110

ଯାଜପୁର୧୪ା୧୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଯାଜପୁର ଜିଲ୍ଲା ପୁଲିସର ୨୪ ଘଂଟିଆ ପେଟ୍ରୋଲିଂ ସତ୍ୱେ ଦୁର୍ବୁତ ମାନେ ଭୁଜାଲି ଓ ବନ୍ଧୁକ ଦେଖାଇ ଏକ ଟ୍ରକରୁ ଟଙ୍କା ଓ ମୋବାଇଲ ଝାମ୍ପି ନେବାରେ ସକ୍ଷମ ହୋଇଛନ୍ତି । ଏ ନେଇ ଟ୍ରକର ଚାଳକ ପାଣିକୋଇଲି ଥାନାରେ ଏତଲା ଦେବା ପରେ ପୁଲିସ ମାମଲାର ତଦନ୍ତ କରୁଛି । ମିଳିଥିବା ସୁଚନାନୁସାରେ ୧୬ ନମ୍ବର ଜାତୀୟ ରାଜପଥର ଶର୍ମା ପେଟ୍ରୋଲ ପମ୍ପ ନିକଟରେ ଥିବା ମା ଦୁର୍ଗା ରୋଡ଼ କ୍ୟାରିୟର ସମ୍ମୁଖରେ ଗତ ବିଳମ୍ବିତ ରାତ୍ରୀରେ ଏକ ୧୪ ଚକିଆ ଟ୍ରକ (ଡ଼ବ୍ଲ୍ୟୁ ବି ୩୩ ଡ଼ି ୫୭୩୩) ଲୋଡ଼ିଂ ଅପେକ୍ଷାରେ ଛିଡ଼ା ହୋଇଥିଲା । ଟ୍ରକର ଚାଳକ ସିବଦାଶ ସୋରେନ ଓ ଖଲାସୀ ଲକ୍ଷ୍ମୀଧର ରଜାକ କ୍ୟାବିନ ଭିତରେ ଶୋଇଥିବା ବେଳେ ହଠାତ କିଏ ଜଣେ ଖଲାସୀ ପଟର କବାଟଟିକୁ ବାଡ଼େଇଥିଲା । ଖଲାସୀ ଲକ୍ଷ୍ମୀଧର କାଳେ ସିକ୍ୟୁରିଟି ଡ଼ାକୁଛି ବୋଲି ଭାବି କବାଟଟିକୁ ଖୋଲି ଦେବାରୁ ହଠାତ ଜଣେ ଦୁର୍ବୁତ ଟ୍ରକ ଭିତରକୁ ପଶିଯାଇ ଖଲାସୀ ବେକରେ ଭୁଜାଲି ଲଗାଇ ଦେଲା । ଉକ୍ତ ଘଟଣାକୁ ଦେଖି ଚାଳକ ହଡ଼ବଡ଼େଇ ଯାଇଥିବା ବେଳେ ଚାଳକ ପଟ କବାଟ ଖୋଲି ଅନ୍ୟ ଜଣେ ଦୁର୍ବୁତ କ୍ୟାବିନ ଭିତରକୁ ପଶି ଆସି ବନ୍ଧୁକ ଦେଖାଇ ଗୁଳି କରିଦେବ ବୋଲି ଧମକାଇଲା । ଫଳରେ ଉଭୟ ଭୟଭୀତ ଭାବେ ଥିବାର ସୁଯୋଗ ନେଇ ଦୁର୍ବୁତ ଦ୍ୱୟ ୩୨ହଜାର ଟଙ୍କା ଓ ତିନୋଟି ମୋବାଇଲ ଫୋନ ନେଇ ଚମ୍ପଟ ମାରିଥିଲେ । ପରେ ଭୟଭୀତ ଅବସ୍ଥାରେ ଥିବା ଚାଳକ ଓ ଖଲାସୀ ସକାଳୁ ଟ୍ରାନ୍ସପୋର୍ଟର କର୍ମଚାରୀ ମାନଙ୍କୁ ଜଣାଇବା ସହ ଥାନାରେ ଅଭିଯୋଗ କରିଛନ୍ତି । ଏ ନେଇ ପୁଲିସ ଏକ ମାମଲା ଋଜୁ କରି ତଦନ୍ତ ଚଳାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.