Home କନ୍ଧମାଳ ଶିକ୍ଷା ସ୍ୱ୍ୟାସ୍ଥ ଆମ ଅଧିକାର ଜବାବ ଦିଅ ମୋ ସରକାର ଶ୍ଲୋଗାନରେ ସାଇକେଲ ଯାତ୍ରା ମାଲକାନଗିର...

ଶିକ୍ଷା ସ୍ୱ୍ୟାସ୍ଥ ଆମ ଅଧିକାର ଜବାବ ଦିଅ ମୋ ସରକାର ଶ୍ଲୋଗାନରେ ସାଇକେଲ ଯାତ୍ରା ମାଲକାନଗିର ଠାରୁ ଭୁବନେଶ୍ୱର

186

ବାଲିଗୁଡା, ୩୦/୧୧ (ଓଡ଼ିଆ ପୁଅ/ସଞ୍ଜୟ ପାଣିଗ୍ରାହୀ) – ଶିକ୍ଷା ସ୍ୱ୍ୟାସ୍ଥ ଆମ ଅଧିକାର ଜବାବ ଦିଅ ମୋ ସରକାର ଶ୍ଲୋଗାନରେ ଓଡିଶା ଶ୍ରମଜୀବି ଆହ୍ୱାନକ୍ରମେ ନଭେମ୍ବର ୧୫ ତାରିଖରେ ବିର୍ସାମୁଣ୍ଡା ଜୟନ୍ତିରେ ଏକ ସାଇକେଲ ଶୋଭାଯାତ୍ରା ରେ ବିଭିନ୍ନ ଦାବି ନେଇ ମାଲକାନଗିରି ଠାରୁ ଭୁବନେଶ୍ୱର ଅଭିମୁଖେ ବାହାରିଛନ୍ତି, ଏହି ଦାବି ପତ୍ର ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କୁ ଦେବାର କାର୍ଯ୍ୟକ୍ରମ ରହିଅଛି। ଏହି ଯାତ୍ରା ମାଲକାନଗିରି ଠାରୁ ଆରମ୍ଭ ହୋଇ କୋରାପୁଟ ରାୟଗଡା ଅତିକ୍ରମ କରି ଆଜି ବାଲିଗୁଡା ଠାରେ ପହଁଚିରାଜ୍ୟରେ ଶିକ୍ଷା ସମ୍ବନ୍ଧିତ ଦାବ ସେଗୁଡିକ ହେଲା ବିଦ୍ୟାଳୟ ପରିଚାଳନା କମିଟିକୁ ସକ୍ରିୟ କରିବା, ପ୍ରତି ଶ୍ରେଣି ନିମନ୍ତେ ଗୋଟିଏ ଶିକ୍ଷକ, ମଧ୍ୟହ୍ନ ଭୋଜନ ବଜେଟକୁ ଦୁଇଗୁଣ କରିବା, ଉଚ୍ଚ୍ ପ୍ରାଥମିକ ସ୍ତରରୁ କୌଶଳଭିତିକ ଶିକ୍ଷାର ପ୍ରଚଳନ କରିବା ଓ ସ୍ୱାସ୍ଥ୍ୟ ସମ୍ବନ୍ଧିତ ଦାବି ଗୁଡିକ ହେଲା ଚଳିତ ବ୍ୟବସ୍ଥା ଅନୁଯାୟୀ ରାଜସ୍ୱ ଗ୍ରାମଗୁଡିକରେ ଥିବା ଗାଁ କଲ୍ୟାଣ ସମିତିକୁ ପ୍ରତ୍ୟେକ ଜନବସତିକୁ ସମ୍ପ୍ରସାରଣ କରିବା। ଦୁଇଜଣ ତାଲିମପ୍ରାପ୍ତ ସ୍ୱାସ୍ଥ ସାଥି ସହିତ ସ୍ୱ୍ୟାସ୍ଥ କିଟକୁ ପ୍ରତ୍ୟେକ ଗାଁରେ ପ୍ରଚଳନ କରିବା, ଦୁର୍ଗମ ଅଂଚଳରେ ଦୁଇ ଚକିଆ ଆମ୍ବୁଲେନ୍ସ ମାଧ୍ୟମରେ ସ୍ୱାସ୍ଥ୍ୟ ସେବାକୁ ସୁନିଶ୍ଚିତ କରିବା, ପ୍ରତ୍ୟେକ ପ୍ରାଥମିକ ସ୍ୱ୍ୟାସ୍ଥ୍ୟ କେନ୍ଦ୍ର ସ୍ତରରେ ମା ଗୃହ ସ୍ଥାପନ କରିବା ଏହି ଭଳି ଅନେକ ଦାବି ନେଇ ସାଇକେଲ ଶୋଭାଯାତ୍ରାରେ ବାହାରିଛନ୍ତି। ଏହି ସୋଭାଯାତ୍ରା ଆସନ୍ତା୧୦ ତାରିଖରେ ବିଶ୍ୱ ମାନବଅଧିକାର ଦିବସରେ ଭୁବନେଶ୍ୱରରେ ପହଁଚି ସାଇକେଲ ଶୋଭାଯାତ୍ରାକୁ ଉଦଯାପନ କରିବେ ବୋଲି ସଂଘ ତରଫରୁ କୁହାଯାଇଛି।କନ୍ଧମାଳ ଜୀବିକା ସୁରକ୍ଷା ମଂଚର ଅଂଜନ ପ୍ରଧାନ, ରାସେଲ, ସଂଜୟ, ସସ୍ମିତା ଓ ଅନ୍ୟମାନେ ଏହାର ନେତୃତ୍ୱ ନେଇଥିବା ଦେଖିବାକୁ ମିଳିଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.