Home ଜିଲ୍ଲା ପରିକ୍ରମା ମାଟି ଅତଡା ଖସିବାକୁ ନେଇ ଆତଙ୍କିତ ତରେଇସାହିବାସୀ

ମାଟି ଅତଡା ଖସିବାକୁ ନେଇ ଆତଙ୍କିତ ତରେଇସାହିବାସୀ

18

ଭଦ୍ରକ, ୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବୈତରଣୀ ନଦୀରେ ଚଳିତବର୍ଷ ପ୍ରଥମବନ୍ୟା ଆସିଥିବାବେଳେ ଏହାଦ୍ୱାରା ନଦୀବନ୍ଧ କେତେକ ସ୍ଥାନରେ ଦୁର୍ବଳ ହୋଇଯାଇଛି । ବନ୍ୟାପାଣି ପ୍ରଭାବରେ କେଉଁଠି ଅତଡା ଖୁସୁଛି ତ ପୁଣି କେଉଁଠି ଘଳିଆ ପରିସ୍ଥିତି ସୃଷ୍ଟି ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ମାଳଦା ପଞ୍ଚାୟତ ରଘୁନାଥପୁର ଗାଁ ପାଶ୍ୱର୍ ବୈତରଣୀ ନଦୀବନ୍ଧର ଅନେକ ସ୍ଥାନରେ ବଡ ବଡ ଗର୍ତ୍ତମାନ ସୃଷ୍ଟି ହୋଇଛି । ନଦୀରେ ବନ୍ୟାଜଳ ଉଚ୍ଛୁଳୁଥିବାବେଳେ ଏହାକୁ ନେଇ ଗ୍ରାମବାସୀ ଭୟଭୀତ ରହିଛନ୍ତି । ଏବେ ପାଣି କମିଥିଲେ ସୁଦ୍ଧା ଏଥିଯୋଗୁଁ ନଦୀବନ୍ଧ ଦୁର୍ବଳ ହୋଇଯାଇଛି । ସେହିଭଳି ତେସିଙ୍ଗା ପଞ୍ଚାୟତ ସାନବନସ୍ତା କରେଇସାହି ନିକଟରେ ପ୍ରାୟ ଶହେ ମିଟର ବନ୍ଧ ବୈତରଣୀ ପାଣିରେ ମିଶିଯାଇଛି । ନଦୀରେ ବନ୍ୟାଜଳ ଯେତେଶୀଘ୍ର କମୁଛି ତଦନୁସାରେ ଘଣ୍ଟାକୁ ଘଣ୍ଟା ବନ୍ଧ ନଦୀ ମଧ୍ୟକୁ ଧସୁଥିବାର ଗ୍ରାମବାସୀମାନେ ଜଣାଇଛନ୍ତି । କରେଇସାହି ଠାରେ ପ୍ରାୟ ୨୬ ଗୋଟି ପରିବାର ବସବାସ କରୁଥିବାବେଳେ ଏଭଳି ଘଟଣାକୁ ନେଇ ସେମାନେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ଏଠାରେ ପଥର ପ୍ୟାକିଂର ଆବଶ୍ୟକତା ରହିଛି । ତଥାପି ଆଉ ଏକ ବନ୍ୟା ଆସିଥିବା ପୂର୍ବରୁ ନଦୀବନ୍ଧର ଅସ୍ଥାୟୀ ମରାମତି ଜରୁରୀ ହୋଇପଡିଛି । ଅନୁରୂପ ଭାବେ ବନ୍ଦାଳୋ ମଢିଆଳୀ ଠାରେ ନଦୀପଠା କେତେକ ସ୍ଥାନରେ ବୈତରଣୀରେ ଲୀନ ହୋଇଯାଇଥିବାବେଳେ କଂକ୍ରିଟ ନିର୍ମାଣ ହୋଇଥିବା ଗାଁ ତୁଠ ମଧ୍ୟ ଭାସି ନଷ୍ଟ ହୋଇଯାଇଛି । ବୈତରଣୀ ନଦୀ ଏବେ ଗାଁ ମୁହାଁ ହୋଇଥିବାବେଳେ ଗ୍ରାମବାସୀମାନେ ଭୟଭୀତ ଅବସ୍ଥାରେ ରହିଛନ୍ତି । ତେଣୁ ଏହା ଉପରେ ବ୍ଲକ୍ ତଥା ଜିଲା ପ୍ରଶାସନ ସହିତ ଆଖୁଆପଦା ଓ ଯାଜପୁର ଜଳସଂପଦ ବିଭାଗ ଦୃଷ୍ଟି ଦେବାକୁ ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.