Home ଜିଲ୍ଲା ପରିକ୍ରମା ମାକ୍ରୋୱେବ ଟେକ୍ନୋଲୋଜି ପରିସରରେ ବିଶାଳ ରକ୍ତଦାନ ଶିବିର

ମାକ୍ରୋୱେବ ଟେକ୍ନୋଲୋଜି ପରିସରରେ ବିଶାଳ ରକ୍ତଦାନ ଶିବିର

8

ଭଦ୍ରକ, ୨୪ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସବୁ ବର୍ଷ ପରି ଏ ବର୍ଷ ମଧ୍ୟ ଏକ ରକ୍ତଦାନ ଶିବିର ମାକ୍ରୋୱେବ ଟେକ୍ନୋଲୋଜି ପରିସରରେ ଅନୁଷ୍ଠିତ ହୋଇଯାଇଛି । ସଂସ୍ଥାର ପରିଚାଳନା ନିର୍ଦ୍ଦେଶକ ମନୋଜ କୁମାର ରାୟଙ୍କ ଜନ୍ମ ଦିନକୁ ରକ୍ତଦାନ ଶିବିରରେ ଆୟୋଜନ କରି ନିଆରା ଢଙ୍ଗରେ ପାଳନ ପୂର୍ବକ ସମାଜକୁ ଏକ ପ୍ରେରଣଦାୟୀ ବାର୍ତା ଦେଇଛନ୍ତି । ଏ ଶିବିରକୁ ଭଦ୍ରକ ଜିଲ୍ଲା ଶିଳ୍ପ କେନ୍ଦ୍ର ତଥା ସମାଜସେବୀ ପୂର୍ବତନ ସାଧାରଣ ପରିଚାଳକ ଇଂ ପିତାମ୍ବର ପରିଡା ଉଦଘାଟନ କରିଥିଲେ । ଏଭଳି ସାଧୁ ଉଦ୍ୟମକୁ ସେ ପ୍ରଶଂସା କରିବା ସହ କାର୍ଯ୍ୟକ୍ରମର ସଫଳ ରୂପାୟନ କାମନା କରିଥିଲେ । ସଂସ୍ଥାର ନିର୍ଦ୍ଦେଶିକା ନମ୍ରତା ରାୟ ଅକ୍ଲାନ୍ତ ପରିଶ୍ରମ କରି କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିଥିଲେ । ୯୫ ଜଣ ନାମ ରେଜିଷ୍ଟ୍ରସନ କରିଥିଲେ ମଧ୍ୟ ଅତ୍ୟଧିକ ରୋଦøତାପ ଯୋଗୁଁ ୪୦ ଜଣ ରକ୍ତଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବାଦଲ ସିକଦାର, ଡଃ ଅରୁଣ କୁମାର ଲେଙ୍କା, ସତ୍ୟସଂକର ବରାଳ, ରାଜକିଶୋର ମିଶ୍ର ଏବଂ ଓସମେ ର ପ୍ରତିନିଧି ଯାଦବ ଲେଙ୍କା ଉପସ୍ଥିତ ରହି ରକ୍ତଦାନ ଶିବିରର ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ ତଦାରଖ କରିଥିଲେ । ବ୍ଳଡ଼ ବ୍ୟାଙ୍କ ଅଫିସର ଡଃ ବିମଳା ମିଶ୍ର, ଟେକ୍ନିକାଲ ଅଫିସର ଲେଲିନା ସ୍ୱାଇଁ , ଲାବ୍ରୋଟରୀ ଟେକନିସିଆନ ରବୀନ୍ଦ୍ର ଜେନା ଓ ମନିଷା ଜେନା, ଯାଜ୍ଞସିନି ସାହୁ, ଅରୁଣ କୁମାର ପରିଡା, ବଳରାମ ପୁହାଣ ରକ୍ତ ସଂଗ୍ରହ କରିଥିଲେ । ମାକ୍ରୋୱେବ ଟେକ୍ନୋଲୋଜି ତରଫରୁ ସମରେନ୍ଦ୍ର ପୁହାଣ, ଶୁଭସ୍ମିତା ମଲ୍ଲିକ, ରଶ୍ମିରଂଜନ ବେହେରା, ମୋନାଲିସା ପରିଡା, ରୁଦ୍ର ନାରାୟଣ ମହାନ୍ତି, ଅର୍ଶଦ ଅଲ୍ଲୀ ଖାଁ, ମଧୁସ୍ମିତା ନାୟକ, ରଶ୍ମିପ୍ରଭା ରାଉଳ, ବିକାଶ ଧଳ , ତପସ୍ୱିନୀ ଶାନ୍ତ, ଜ୍ୟୋତ୍ସ୍ନା ରାଣୀ ନାୟକ, ରାଜ କିଶୋର ମହାନ୍ତି , ଭକ୍ତହରି ସାହୁ, ସୁନୀଲ ବେହେରା, ସୁମନ ପଣ୍ଡା, ନିର୍ମଳ ମାଝୀ, ପ୍ରମୋଦ ପୁହାଣ, ଉମାକାନ୍ତ ରାୟ, ମାୟାଧର ଓଝା , ଅଙ୍କିତା ପାତ୍ର, ସତ୍ୟରଞ୍ଜନ ରାୟ , ମିଥୁନ ମହାଳିକ , ନମିତା ମହାପାତ୍ର, ସୁନୟନା ମଲ୍ଲିକ , ପୂର୍ଣ୍ଣିମା ସ୍ୱାଇଁ , କସିସ ମିନହାଜ କ୍ୱାଦ୍ରି , ବର୍ଷାରାଣୀ ପଣ୍ଡା ପ୍ରମୁଖ ସହାୟତା କରିଥିଲେ । କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ସଂସ୍ଥାର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ରାୟ ବ୍ଲଡ଼ ବ୍ୟାଙ୍କର ସମସ୍ତ କର୍ମଚାରୀ, ଅନୁଷ୍ଠାନର ଛାତ୍ର ଛାତ୍ରୀ ଏବଂ ସହାୟତା କରିଥିବା ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.