Home ଜିଲ୍ଲା ପରିକ୍ରମା ଡ଼ାକ୍ତର ହୋଇ ସେବା କରିବେ ସତ୍ୟପ୍ରକାଶ

ଡ଼ାକ୍ତର ହୋଇ ସେବା କରିବେ ସତ୍ୟପ୍ରକାଶ

5

ଭଦ୍ରକ, ୨୩ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସଦ୍ୟପ୍ରକାଶିତ ଯୁକ୍ତ୨ ପରିକ୍ଷାରେ ଏକ୍ସସେଲସର କଲେଜ ଯାଜପୁରର ବିଜ୍ଞାନଛାତ୍ର ସତ୍ୟପ୍ରକାଶ ପଳତା ୬ ଶହରୁ ୫୭୬ ନମ୍ବର ରଖି କଲେଜର ଟପ୍ପର ହୋଇଛନ୍ତି। ଶିକ୍ଷକ ଶିକ୍ଷୟତ୍ରୀ ଓ ପିତାମାତାଙ୍କ ପ୍ରେରଣା ସର୍ବୋପରି ବହୁ ଶିକ୍ଷାନୁଷ୍ଠାନର ପ୍ରତିଷ୍ଠାତା ଜେଜେବାପା ୰ ନିଶାକର ପଳତାଙ୍କ ଆର୍ଶିବାଦ ପାଇଁ ସେ ଏହି ସଫଳତା ଲାଭ କରିଛନ୍ତି ବୋଲି କହନ୍ତି। ଭବିଷ୍ୟତରେ ଡ଼ାକ୍ତର ହୋଇ ସାଧାରଣ ଲୋକଙ୍କୁ ସେବା ଯୋଗାଇଦେବେ ବୋଲି କହିଛନ୍ତି। ହାଟଡ଼ିହି ବ୍ଲକ ମୌଦା ଗ୍ରାମର ପିତା ସଫଳ ବ୍ୟବସାୟୀ ଗୌରାଙ୍ଗ ପଳତା ଓ ମାତା ସୁଗୃହିଣୀ ମାମିନା ପଳତାଙ୍କ ଏକ ମାତ୍ର ପୁତ୍ର ଅଟନ୍ତି ସତ୍ୟପ୍ରକାଶ। ପ୍ରକାଶ ଥାଉକି ସତ୍ୟପ୍ରକାଶଙ୍କ ଏହି ସଫଳତା ଖବର ମିଳିବା ପରେ ତାଙ୍କୁ ବିଭିନ୍ନ ଆଡ଼ୁ ଶୁଭେଚ୍ଛା ଜ୍ଞାପନ କରାଯାଇଥିବା ବେଳେ ବିଶିଷ୍ଠ ସ୍ତମ୍ଭକାର ତଥା ହାଟଡ଼ିହି ବ୍ଲକ ମାନବାଧିକାର ସଭାପତି ସୁୁବୋଧ କୁମାର ସାହୁ ତାଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.