Home ଜିଲ୍ଲା ପରିକ୍ରମା ମାଓସଂଗଠନ କୁ ଶକ୍ତ ଝଟକା,ପିଏଲଜିଏ ସପ୍ତାହ ପାଳନ ବେଳେ ୧ଲକ୍ଷ ପୁରସ୍କାର ଘୋଷିତ ହାର୍ଡକୋର ମହିଳା...

ମାଓସଂଗଠନ କୁ ଶକ୍ତ ଝଟକା,ପିଏଲଜିଏ ସପ୍ତାହ ପାଳନ ବେଳେ ୧ଲକ୍ଷ ପୁରସ୍କାର ଘୋଷିତ ହାର୍ଡକୋର ମହିଳା ମାଓବାଦୀ ର ଆତ୍ମସର୍ମପଣ

119

ମାଲକାନଗିରି,୩ା୧୨ (ଓଡିଆ ପୁଅ )  ମାଲକାନଗିରି ମାଓବାଦୀ ଡିଭିଜନ ପଡିଆ ମାଓବାଦୀ ଦଳମ ର ୧ଲକ୍ଷଟଙ୍କା ପୁରସ୍କାର ଘୋଷିତ ଏରିୟା କମାଣ୍ଡର ମହିଳା ମାଓବାଦୀ ଇଦି ମାଢି ଓରଫ ଜିଓ୍ୟାନୀ (୨୩) ଆଜି ମାଲକାନଗିରି ଏସପି ଜଗମୋହନ ମିନା ଙ୍କ  ନିକଟରେ ଆତ୍ମସର୍ମପଣ କରିଛନ୍ତି । ମାଓବାଦୀଙ୍କ ପିଏଲଜିଏ ସପ୍ତାହ ପାଳନର ଦ୍ୱିତୀୟ ଦିବସରେ ପଡିଆ ମାଓବାଦୀ ଦଳମର ମହିଳା ଲିଡର ଇଦି ମାଢି ର ଆତ୍ମସମର୍ପଣ ଦ୍ୱାରା ପଡିଆ ମାଓବାଦୀ ଦଳମରେ  ନେତୃତ୍ୱ ଶୂନ୍ୟ ହୋଇ ଯାଇଥିବାରୁ ମାଲକାନଗିରି ମାଓବାଦୀ ଡିଭିଜନ କୁ ଏକ ଶକ୍ତ ଝଟକା ଲାଗିଛି । ମାଓବାଦୀ ଙ୍କ ପିଏଲଜିଏ ସପ୍ତାହ ପାଳନ ବେଳେ ପୁରସ୍କାର ଘୋଷିତ ମହିଳା ମାଓବାଦୀ ଇଦି ମାଢି ଆତ୍ମସମର୍ପଣ କରିବାକୁ ଆଗେଇ ଆସିଥିବାରୁ ଏସପି ଶ୍ରୀ ମୀନା ଖୁସିହୋଇ ଇଦିକୁ ପୁସ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । ମହିଳା ମାଓବାଦୀ ଇଦି ଗତ ୨୦୧୪ ମସିହାରୁ  ମାଓବାଦୀ ଦଳମରେ ସାମିଲ ହୋଇ ୨୦୧୮ପର୍ଯ୍ୟନ୍ତ ଆନ୍ଦ୍ର ଓଡିଶା ବୋର୍ଡ ସ୍ୱତନ୍ତ୍ର ଜୋନାଲ କମଟି ମାଲକାନଗିରି ମାଓଡିଭିଜନ ଅଧିନରେ ଥିବା କାଲିମେଳା ଓ ପଡିଆ ମାଓବାଦୀ ଦଳମ ରେ ଏରିଆ କମାଣ୍ଡର ଭାବେ କାମ କରିଆସୁଥିଲେ । ପଡିଆ ଥାନାସ୍ଥ ସିଲାକୋଟା ମାଓପ୍ରବଣ ଗାଁର ଗରିବ ଚାଷୀ ରାମା ମାଢିଙ୍କ ଙ୍କ ଝିଅ  ଗତ୨୦୧୪ ମସିହାରେ ତାଙ୍କ ଗାଁକୁ ମାଓବାଦୀ ମାନେ ଆସି ଏକ ପ୍ରଜାକୋର୍ଟ କରିଥିଲେ । ସେ ମାଓବାଦୀଙ୍କ ପ୍ରଲୋଭନ ରେ ବସବର୍ତି ହୋଇ ସେମାନଙ୍କ ସଙ୍ଗଠନରେ ସାମିଲ ହୋଇଗଲେ । ବନ୍ଧୁକ ଚାଳନା, ଲ୍ୟାଣ୍ଡମାଇନ ଫିଟ କରିବା ଇତ୍ୟାଦି ମାଓବାଦୀଙ୍କ ରଣ କୈାଶଳ ତାଲିମ ପାଇଗଲା ପରେ ସେ ଆନ୍ଦ୍ର ଓଡିଶା ବୋର୍ଡ ଜୋନାଲ କମିଟି ର ମାଲକାନଗିରି ମାଓବାଦୀ ଡିଭିଜନ ଶାଖା କାଲିମେଳା ଓ ପଡିଆ ମାଓବାଦୀ ଦଳମର ମହିଳା ଏରିଆ କମାଣ୍ଡର ଭାବେ ନିଯୁକ୍ତି ପାଇ ଅନେକ ମାଓହିଂସାକାଣ୍ଡରେ ସେ ସାମିଲଥିବାର ଜଣାପଡିଛି । ସେ ୨୦୧୫ ମସିହାରେ ତଣ୍ଡିକି ଗୁଳିକାଣ୍ଡ,୨୦୧୬ ରେ ମାଛାଘାଟି ଏନକାଉଟଂର, ୨୦୧୭ରେ କୁରୁବ ଗ୍ରାମରେ ଲ୍ୟାଣ୍ଡମାଇନ ବିସ୍ପୋରଣ ଓ ଡମ୍ବରୁ ନାୟକ ଙ୍କୁ ହତ୍ୟାକରିବା,ସୁଧାକୋଣ୍ଡା ଗ୍ରାମର ବିଶୁ କ୍ରୀସାନି, ରାମ ମାଡକାମି ଙ୍କୁ ହତ୍ୟା,୨୦୧୮ ରେ ପପୁଲୁର ଗ୍ରାମର ନାରୟଣ ପଲାସି, ସୁଧାକୋଣ୍ଡା ଗ୍ରାମର ଗଙ୍ଗା ମାଡକାମି  ଙ୍କୁ ହତ୍ୟା,ପୁଲିସ ସହିତ ଗୁଳିବିନିମୟ ଓ ଅନେକ ମାଓହିଂସାକାଣ୍ଡରେ ସାମିଲ ଥିବାର ଜଣାପଡିଛି । ଇଦି ମୁଣ୍ଡ ଉପରେ ରାଜ୍ୟସରକାର ଏକ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ । ଆନ୍ଦ୍ର ମାଓବାଦୀଙ୍କ  ପ୍ରତି କ୍ୟାର୍ଡରମାଓବାଦୀ ମାନେ  ଗୁରୁତ୍ୱ ଦେଉଥିବା ବେଳେ ଓଡିଶାର କ୍ୟାର୍ଡଙ୍କୁ ଖଟାଉଛନ୍ତି । ଓଡିଶା ର ନିରିହ ଆଦିବାସୀ ଙ୍କୁ ହତ୍ୟାକରୁଛନ୍ତି । ଅଧିକାଂଶ ସମୟରେ ମାଓବାଦୀ ନେତା ମାନେ ମହିଳା ମାନଙ୍କୁ ନିଜର ଅଙ୍ଗରକ୍ଷୀ ଭାବେ ରଖି ନାନା ପ୍ରକାର ନିର୍ଯ୍ୟାତନା ଦେଉଛନ୍ତି, ଏହି ସବୁକାରଣ  ଯୋଗୁଁ ସେ ମାଓବାଦି ଦଳଛାଡି ପଳାଇ ଆସିଲେ,ଆଉ ମାଓବାଦୀ ସଙ୍ଗଠନକୁ ନ ଯାଇ ସେ ଜଣେ ସାଧାରଣ ନାଗରିକ ଭାବେ ଗାଁରେ ରହି ଚଳିବାକୁ ଚାହିଁଲେ, ତାଙ୍କ ଗାଁର ଅନେକ ମାଓବାଦୀ ସଂଗଠନ ଛାଡି ପୁଲିସ ନିକଟରେ ଆତ୍ମସମର୍ପଣ କରିଥିବାର ଜଣିପାରି ସେ  ମଧ୍ୟ ମାଲକାନଗିରି ପୁଲିସ ସହିତ ଯୋଗା ଯୋଗ କରି ଆଜି ମାଲକାନଗିରି ଏସପି ଅଫିସକୁ ଆସି  ଆତ୍ମସମର୍ପଣ କରିଛନ୍ତି । ଆଜି ଜିଲ୍ଲାପୋଲିସ କାର୍ଯ୍ୟାଳୟ ଠାରେ ସାମ୍ବାଦିକ ସମ୍ମିଳନିରେ ମାଲକାନଗିରି ଏସପି ଜଗମୋହନ ମୀନା ଆତ୍ମସମର୍ପଣ କରିଥିବା ମହିଳା ମାଓବାଦୀ  ଙ୍କୁ ପ୍ରଦର୍ଶିତ କରି ତାଙ୍କର ମାଓହିଂସା ଓ  କାର୍ଯ୍ୟ ବଳି ସଂପର୍କ ରେ ସୁଚନା ଦେଇଥିଲେ,ରାଜ୍ୟସରକାର ଙ୍କ ମାଓବାଦୀ ଆତ୍ମସର୍ମପଣ ନିତି ଅନୁସାରେ ଏହି ଆତ୍ମସର୍ମପଣ କରିଥିବା  ମାଓବାଦୀଙ୍କୁ ସରକାରି ନିୟମ ଅନୁଯାଇ ସମସ୍ଥ ପ୍ରକାର ସୁବିଧା ସୁଯୋଗ ଯୋଗାଇଦିଆଯିବ, ମିଥ୍ୟାପ୍ରଲୋଭନରେ ପଡି ମାଓସଙ୍ଗଠନରେ ସମିଲ ହୋଇ ଜଙ୍ଗଲରେ ରହି ହିଂସାକାଣ୍ଡ କରୁଥିବା  ଯୁବକ ଓ ଯୁବତୀ ମାନେ ହିଂସା ଛାଡି ମୁଖ୍ୟସ୍ରୋତରେ ସାମିଲ ହୋଇ ସାଧରଣ ନାଗରିକ ଭାବେ ଜୀବନ ଯାପନ କରନ୍ତୁ ବୋଲି ଏସପି ଶ୍ରୀ ମୀନା ମାଓବାଦୀଙ୍କ ଉଦେଶ୍ୟରେ ବାର୍ତା ଦେଇଛନ୍ତି ,

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.