Home ଜିଲ୍ଲା ପରିକ୍ରମା ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ନୂତନଭାବେ ୫୬ଟି ପେଟ୍ରୋଲ ପମ୍ପ ଖୋଲା ଯିବ

ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ନୂତନଭାବେ ୫୬ଟି ପେଟ୍ରୋଲ ପମ୍ପ ଖୋଲା ଯିବ

88

ମାଲକାନଗିରି,୩ା୧୨  (ଓଡିଆ ପୁଅ )   ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ମାଲକାନଗିରି ଜିଲ୍ଲା ର ବିଭିନ୍ନ ସ୍ଥାନରେ ନୂତନ ଭାବେ ୫୬ଟି ପେଟ୍ରୋଲ ପମ୍ଫ ଖୋଲା ଯିବାପାଇଁ ନିସ୍ପତି ନିଆଯାଇଛି । ଜିଲ୍ଲାରେ ଧୀରେ ଧୀରେ ଦୁଇଚକିଆ,ଚାରି ଚକିଆ ସହ ଅନ୍ୟାନ ଯାନବାହନ ବୃଦ୍ଧିପାଉଥିବା ଓ ଗ୍ରାମାଚଂଳ ବାସୀ ଉପଯୁକ୍ତ ପରିମାଣରେ  ପେଟ୍ରୋଲ ଓ ଡିଜେଲ ପାଇପାରୁ ନଥିବାରୁ ଜିଲ୍ଲାରେ ନୂତନ ଭାବେ ୫୬ଟି ପେଟ୍ରୋଲ ପମ୍ପ ଖୋଲା ଯିବାପାଇଁ ଦଖାସ୍ତ ଆହ୍ୱାନ ଆରମ୍ଭ ହୋଇଛି,  ଆଜି ମାଲକାନଗିରି ଜିଲ୍ଲାସଦର ମହକୁମା ରକହିଲ ଲଜ ସମ୍ମିଳନୀ କକ୍ଷରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଭାରତ ପେଟ୍ରୋଲିୟମ ରାଜ୍ୟ ମୁଖ୍ୟପରିଚାଳକ ରଜିଂତ କୁମାର ଚୌହାନ ଏ ସଂପର୍କରେ ସୁଚନା ଦେଇଛନ୍ତି । ଆନ୍ଦ୍ର ଛତିଶଗଡ ରାଜ୍ୟ ସିମାନ୍ତ ମାଲକାନଗିରି ଜିଲ୍ଲାରେ ମାତ୍ର୧୦ଟି ପେଟ୍ରୋଲ ପମ୍ପ ରହିଛି,ଏହା ଦ୍ୱାରା ଗ୍ରାହକ ମାନେ ଠିକ ଭାବେ ପେଟ୍ରୋଲ,ଡିଜେଲ ପାଇ ପରିନଥାନ୍ତି,ତେଣୁ ଜିଲ୍ଲାରେ ଖୁଚୁରା ବ୍ୟବସାୟ ନିମନ୍ତେ ବ୍ୟବସାୟୀ ଚୟନ ପ୍ରକ୍ରୀୟା ଆରମ୍ଭ କରାଯାଉଛି ,ଦେଶରେ ୮ପ୍ରତିଶତ ପେଟ୍ରୋଲ ଓ ୪ପ୍ରତି ଶତ ଡିଜେଲ ହାରରେ ବିକ୍ରୟରେ ବୃଦ୍ଧିଘଟିଛି,ବର୍ତମାନ ତୈଳ ବିପଣନ କମ୍ପାନୀ ମାନେ ନୂଆ ପେଟ୍ରୋଲ ପମ୍ପ ସ୍ଥାପନ ନିମନ୍ତେ ଆଗେଇ ଆସି ଦରଖାସ୍ତ ଗ୍ରହଣ କରୁଛନ୍ତି । ମାଲକାନଗିରି ଜିଲ୍ଲାରେ ନୂତନ ଭାବେ ଭାରତୀୟ ପେଟ୍ରୋଲିୟମ ସଂସ୍ଥା ପକ୍ଷରୁ ୧୦ଟି , ଏଚ.ପି.ସି.ଏଲ ପେଟ୍ରୋଲିୟମ ସଂସ୍ଥା ପକ୍ଷରୁ ୯ଟି,ଇଣ୍ଡିଆନ ପେଟ୍ରୋଲିୟମ ସଂସ୍ଥା ପକ୍ଷରୁ ୩୭ଟି ପେଟ୍ରୋଲ ପମ୍ପ ମାଲକାନଗିରି ଜିଲ୍ଲାର ବିଭିନ୍ନ ଗ୍ରାମାଚଂଳରେ ଖୋଲାଯିବ, ବିଶେଷ କରି ଗରିବ ଆଦିବାସୀ ହରିଜନ ମାନଙ୍କ ପାଇଁ ସବସିଡର ବ୍ୟବସ୍ଥା ରହିଛି  ବୋଲି ଶ୍ରୀ ଚୌହାନ କହିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟାନ ମାନଙ୍କ ମଧ୍ୟରେ ଭାରତ ପେଟ୍ରୋଲିୟମ ସହକାରି ପରିଚାଳକ ଦୀପକ ରାଜ,ଇଣ୍ଡିଆନ ପେଟ୍ରୋଲିୟମ ସଂସ୍ଥା ର ସହକାରି ପରିଚାଳକ ସୁଭମ ସିଂ,ହିନ୍ଦୁସ୍ଥାନ ପେଟ୍ରୋଲିୟମ ସଂସ୍ଥାର ବିକ୍ରୟ ଅଧିକାରୀ ବ୍ରାବିମ ସାହୁ ପ୍ରମୁଖ ଯୋଗଦେଇ ଆଲୋଚନାରେ ଭାଗନେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.