Home ଜିଲ୍ଲା ପରିକ୍ରମା ମାଓବାଦୀଙ୍କ ପ୍ରଜାକୋର୍ଟରେ ଦଣ୍ଡିତ ଆଦିବାସୀ ପରିବାର,ମାଓବାଦୀଙ୍କ ଭୟରେ ଭିଟାମାଟି ଛାଡିଲେ

ମାଓବାଦୀଙ୍କ ପ୍ରଜାକୋର୍ଟରେ ଦଣ୍ଡିତ ଆଦିବାସୀ ପରିବାର,ମାଓବାଦୀଙ୍କ ଭୟରେ ଭିଟାମାଟି ଛାଡିଲେ

186

ମାଲକାନଗିରି,୨୧ା୧୦(ଓଡିଆ ପୁଅ ) କିଛିଦିନ ନିରବତା ପରେ ପୁଣି ବଣ୍ଡାଘାଟିରେ ମାଓବାଦୀ ମାନେ ମାତି ଉଠିଛନ୍ତି । ପୁଲିସ ସୁଚନାଦାତା କହି ମୁଦୁଲିପଡା ଥାନାସ୍ଥ ଡାବୁଗୁଡା ଗାଁର ଜଣେ ଆଦିବାସୀ ପରିବାରର ୧୩ଜଣ ସଦସ୍ୟଙ୍କୁ ପ୍ରଜାକୋର୍ଟରେ ହାଜର କରି ସେମାନଙ୍କୁ ମାଡଦେଇ ଗାଁରୁ ନିର୍ବାଶନ ଦଣ୍ଡଦେଇ ବିତାଡିତ କରିଦେଇଛନ୍ତି ମାଓବାଦୀ ମାନେ । ଗତ ଅଗଷ୍ଟମାସ ୨୮ତାରିଖ ଦିନ ଡାବୁଗୁଡା ଗାଁ ନିକଟ ପାହଡରେ ପୁଲିସ ମାଓବାଦୀ ଗୁଳିବିନିମୟରେ ଡିଭିଏଫ ଯବାନ ଜୟରାମ କବାସୀ ସହିଦ ହେବାସହିତ ପୁଲିସ ଏନକାଉଟଂରରେ ଦୁର୍ଦ୍ଦାନ୍ତ ମାଓନେତା ରାକେଶ ର ମୃତ୍ୟୁଘଟିଥିଲା । ମାଓନେତା ରାକେଶଙ୍କ ମୃତ୍ୟୁପରେ ସେହିଦିନଠାରୁ ରକ୍ତମୁଖା ହୋଇ ମାଓବାଦୀ ମାନେ ଡାବୁଗୁଡା ଗ୍ରାମବାସୀ ମାନଙ୍କୁ ବାରମ୍ବାର ଧମକଚମକ ଦେବେ ଆରମ୍ଭ କରିଦେଇଛନ୍ତି । ସେହି ଗାଁର ସୁରେନ୍ଦ୍ର ଙ୍କ ପରିବାରଙ୍କୁ ପୁଲିସର ସୁଚନାଦାତା କହି ମାଓବାଦୀଙ୍କ ଗତିବିଧିଉପରେ ପୁଲିସ ଙ୍କୁ ଖବର ଦେଉଛି ବୋଲି ସନ୍ଦେହ କରି ମାଓବାଦୀ ମାନେ ତାଙ୍କପରିବାରଙ୍କୁ ଗତ ଦୁଇଦିନ ତଳେ ଡାବୁଗୁଡା ପାହଡ ନିକଟରେ ଆୟୋଜିତ ପ୍ରଜାକୋର୍ଟରେ ହାଜର କରାଯାଇ ମାଡଦେଇଥିଲେ । ସେମାନେ ବହୁତ କନ୍ଦାକଟା କଲାରୁ ଠିକ ଅଛି ତୁମେ ସବୁ ଗାଁ ଛାଡିପଳାଅ ନଚେତ ତୁମାକୁ ମୃତ୍ୟୁ ଦଣ୍ଡ ଦିଆ ଯିବବୋଲି ଧମକ ଦେଇ ତାଙ୍କ ଘର ଭଙ୍ଗି ଦେବାସହିତ ଗାଇ ଗୋରୁ,ଛେଳି, ଧାନ ଚାଉଳ ଆସବାପତ୍ର ସବୁ ଲୁଟିନେଇଥିଲେ । ମାଓବାଦୀଙ୍କ ଭୟରେ ସେହିପରିବାର ନିଜର ଘରଦ୍ୱାରା ଜମିବାଡି ଗାଇଗୋରୁ ସବୁକିଛି ଛାଡିଦେଇ ଗତକାଲି ମୁଦୁଲିପଡା ଥାନାରେ ଜଣାଇବାସହିତ ସେମାନଙ୍କୁ ସୁରକ୍ଷା ଯୋଗାଇ ଦେବାପାଇଁ ମାଲକାନଗିରି ଏସପିଙ୍କ ନିକଟରେ ଗୁହାରି କରିଥିବାର ଜଣାପଡିଛି । ସେହି ପରିବାରର ୧୩ଜଣ ସଦସ୍ୟ ମାଓବାଦୀଙ୍କ ଦ୍ୱାରା ବିତାଡିତ ହୋଇ ମୁଣ୍ଡଗୁଜିଂବା ଓ ଆଶ୍ରୟ ଟିକିଏ ପାଇଁ ବାରଦ୍ୱାରା ଘୁରିବୁଲୁଛନ୍ତି ।ମାଓବାଦୀଙ୍କ ଭୟରେ ଗାଁ ଛାଡିଥିବା ପରିବାରଙ୍କୁ ପୁଲିସ ପ୍ରଶାସନ ପକ୍ଷରୁ ସମସ୍ତପ୍ରକାର ସହାୟତା ଯୋଗାଇ ଦିଆଯିବ ସେମାନଙ୍କ ରହିବା ଓ ଖାଇବାର ବ୍ୟବସ୍ଥା କରିବା ପାଇଁ ଆଇଟିଡିଏ ସଂସ୍ଥାକୁ ନିର୍ଦ୍ଦେଶ ଦିଆଯାଇଛି ,ବଣ୍ଡାଘାଟି ଓ ଡାବୁଗୁଡା ଅଚଂଳରେ ପୁଲିସ ପକ୍ଷରୁ କମ୍ବିଂ ଓ ସର୍ଚ ଅପରେସନ ଜାରିରହିଛି ବୋଲି ମାଲକାନଗିରି ଏସପି ରିଶିକେଶ ଖଲାରୀ ଡି କହିଛନ୍ତି ।
ବଣ୍ଡାଘାଟି ଓ ଚିତ୍ରକୋଣ୍ଡା ସ୍ୱାଭିମାନ ଅଚଂଳରେ ସହିତ ମାଲକାନଗିରି ଜିଲ୍ଲାର ଅନ୍ୟାନ ଦୁର୍ଗମ ଅଚଂଳରେ ମାଓବାଦୀ ମାନେ ମାତି ଉଠିଛନ୍ତି । ଗୋଟିଏ ପରେ ଗୋଟିଏ ହିଂସା ଘଟାଇ ଆତଙ୍କ ଖେଳାଇଦେଇଛନ୍ତି । ପୁଲିସ ନିକଟରେ ଆତ୍ମସମର୍ପଣ କରିଥିବା ମାଓସମର୍ଥକ,ମିଲିସିଆ ସଦସ୍ୟ ଓ ତାଙ୍କ ସହ ଯୋଗୀମାନଙ୍କୁ ଉପଯୁକ୍ତ ସୁରକ୍ଷା ମିଳୁନଥିବାରୁ ବାଧ୍ୟହୋଇ ନିଜର ଭିଟା ମାଟି ଛାଡି ଅନ୍ୟତ୍ର ଆଶ୍ରୟନେବାକୁ ଘୁରିବୁଲୁଛନ୍ତି ।ମାଲକାନଗିରି ଜିଲ୍ଲାରେ ମାଓବାଦୀ ଓ ପୁଲିସର ଛକାପଝାଂ ଲୁଚକାଳି ଖେଳରେ ମାଓପ୍ରବଣ ଅଚଂଳର ଗ୍ରାମବାସୀ ବଳିପଡୁଛନ୍ତି,କାହାର ମୁଣ୍ଡଗଡୁଛିତ ଆଉ କାହାର ପରିବାର ନିଜ ଗାଁରୁ ବିତାଡିତ ହୋଇ ଭିଟାମାଟି ଛାଡିବାକୁ ପଡୁଛି । ଗତ କିଛି ବର୍ଷ ହେଲା ମାଓବାଦୀ ଙ୍କ ଧମକରେ ବିତାଡିତ ହୋଇ ଗାଁ ଓ ନିଜର ଭିଟା ମାଟି ଛାଡିଥିବା କିଛି ଗ୍ରାମବାସୀଙ୍କୁ ଜିଲ୍ଲାପ୍ରଶାସନ ପକ୍ଷରୁ ଜମିଯେଗାଇ ଦିଆ ଯାଇଥିବାବେଳେ ଅନ୍ୟବିତାଡିତ ନିରିହ ଆଦିବାସୀ ଙ୍କୁ ସରକାରଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସହାୟତା ଯୋଗାଇଦିଆ ଯାଇ ନଥିବାରୁ ସେହି ପରିବାର ମାନେ ଆଶ୍ରୟ ଟିକିଏ ପାଇଁ ବାରଦ୍ୱାର ଘୁରିବୁଲୁଛନ୍ତି । ଏମିତି କି ସେମାନଙ୍କ ମଧ୍ୟରେ କିଛି ସରପଚଂ,ସମତି ସଭ୍ୟ ଓ ଗାଁ ମୁଖିଆ ମାନେ ମଧ୍ୟ ରହିଛନ୍ତି ।ବିଶେଷ କରି ବିଛିନ୍ନାଚଂଳ ଅଣ୍ଡ୍ରାପାଲି ପଚାଂୟତ ରାମଗୁଡା,ଲଛୁପଦର, ଡମପଡା,ମଝିଗୁଡା, ପାନପଦର, ଗ୍ରାମଟି ମାଓବାଦିଙ୍କ ଭୟରେ ଜନଶୂନ୍ୟ ହୋଇପଡିଛି । ମାଓବାଦୀ ମାନଙ୍କୁ ମୁକାବିଲା ଓ ସେମାନଙ୍କୁ ଦମନ କରିବାପାଇଁ ପୋଲିସ ଫୋର୍ସ ଡାଳେଡାଳେ ଗଲା ବେଳକୁ ମାଓବାଦୀମାନେ ପତ୍ରେପତ୍ରେ ଯାଇ ସେମାନଙ୍କ ଯୋଜନାକୁ ପଣ୍ଡକରି ଦେଇ ଗୋଟିଏ ପରେ ଗୋଟିଏ ହିଂସାକାଣ୍ଡ ଘଟାଇ ଚାଲିଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.