Home ଓଡ଼ିଶା ମାଓବାଦୀଙ୍କ ଦ୍ୱାରା ଗଛ ପକାଇ ରାସ୍ତା ଅବରୋଧ

ମାଓବାଦୀଙ୍କ ଦ୍ୱାରା ଗଛ ପକାଇ ରାସ୍ତା ଅବରୋଧ

197

ବାଲିଗୁଡା, ୨୫/୧୦ (ଓଡ଼ିଆ ପୁଅ/ସଞ୍ଜୟ ପାଣିଗ୍ରାହୀ) କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ଗତରାତିରେ ଗଛକାଟି ରାସ୍ତା ଅବରୋଧ କରିବା ସହ ପୋଷ୍ଟର ଓ ବ୍ୟାନର ଜାରି କରିଛି ମାଓବାଦୀ। ବାଲିଗୁଡା ଓ କୃତମଗଡ ମଝିରେ ଯାଇଥିବା ୫୯ ନମ୍ବର ଜାତୀୟ ରାଜପଥ ପନ୍ଦରମାଇଲ ପାଖରେ ଗଛକାଟି ପକାଇଥିଲେ ମାଓବାଦୀ। ସେହି ପକାଯାଇଥିବା ଗଛ ଭିତରେ ଥିଲା ଡିଟୋନେଟର ଲଗାଯାଇଥିଲା ଯାହାକି ତାକୁ ଛୁଇଁବା ମାତ୍ରେ ଫାଟିଯାଇଥାନ୍ତା। ଅତି ସର୍ତକତାର ସହ ପୋଲିସ, ସିଆରପିଏଫ, ଅଗ୍ନିଶମ ବିଭାଗ ଦ୍ୱାରା ପକାଯାଇଥିବା ଗଛ ବୋମା ଓ ଡିନାମାଇଟକୁ ଜୀବନକୁ ବାଜି ଲଗାଇ ଅତି ସର୍ତକତାର ସହ କଡାଯାଇଥିଲା।ପନ୍ଦରମାଇଲ ବା ବନେମିଲା ନିକଟରେ ଗଛ ପକାଇ ପୋଷ୍ଟର ମରିଥିଲେ ମାଓ ସେଥିରେ ଉଲ୍ଲେଖ ଅଛି ଯେ ପ୍ରୀୟ ଗରୀବବାସୀ ସରକାରୀ ଦଲାଲ ଅମଲାତାନ୍ତ୍ରୀକ ପୁଂଜିବାଦ ସାମନ୍ତବାଦର ଭଡାଟିଆ ପୋଲିସ ଅଟେ।ପାଙ୍ଗାଲପଦର ଗୁମୁଡୁମାହା ନିସାନଗୁଡା କଳିଙ୍ଗନଗର ବଳି ଗଣହତ୍ୟାକାରି ଅଟେ। ଗରୀବ ଆଦିବାସୀ ଦଳିତଙ୍କ ଧମକ ଦେଇ ପୋଲିସ ଖବରଦାତା ଭାବେ କାମରେ ଲଗାଇ ମୃତ୍ୟୁ ମୁଖରେ ଠେଲି ଏ କନ୍ଧମାଳ ପୋଲିସ ସେମାନେ ସରକାରୀ ଭଡାଟିଆ ଭୟା କୁକୁର ସେମାନଙ୍କୁ ମନେ ରଖନ୍ତୁ। ମାଓବାଦୀ ପାର୍ଟି ଅଭାବି ଗରୀବ ବେକାରୀ ଦୁର୍ନିତି ବିରୋଧିଅଟେ।ପୋଲିସ କଥାରେ ପଡନ୍ତୁ ନାହିଁ ନିଜ ମା ଭଉଣିଙ୍କୁ ଇଜ୍ଜତ ନିଅନ୍ତୁ ନାହିଁ କେବେବି ପୋଲିସ ତୁମର ନୁହେଁ। ଅସଲ ଦୁର୍ନିତିକାରି ସେ ମୋଦି ଓ ନବୀନ ସରକାର ୩୭୦ଧାରା ଉଛେଦ କରି ଅର୍ଦ୍ଧ ସାମରିକ ବାହୀନି ଦ୍ୱାରା କାଶ୍ମିର ଜନତାଙ୍କୁ ହତ୍ୟା ଅତ୍ୟାଚାର କରିବା ଏକ ଛତ୍ରବାଦ ଶାସନକୁ ରାଜ୍ୟବାପି ଜନତା ପଦାରେ ପକାନ୍ତୁ। ସିପିଆଇମାଓବାଦୀ ବୋଲି ଉଲ୍ଲେଖ ଅଛି।

ଗଛ ପକାଇବା ଫଳରେ ରାତ୍ରୀ ବସ ଗୁଡାକ ନଯାଇପାରି ଅସୁବିଧାର ସମ୍ମୁଖିନ ହୋଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.