Home ଓଡ଼ିଶା ଚତୁର୍ଥ ଜାତୀୟ ଆର୍ୟୁବେଦ ଦିବସ

ଚତୁର୍ଥ ଜାତୀୟ ଆର୍ୟୁବେଦ ଦିବସ

216

ନୟାଗଡ଼, ୨୫ା୧୦ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) : ଶରଣକୁଳ କେ.ଏସ୍.ବି ପବ୍ଳିକ ସ୍କୁଲଠାରେ ଚତୁର୍ଥ ଜାତୀୟ ଆର୍ୟୁବେଦ ଦିବସ ତଥା ଭଗବାନ ଧନ୍ୱନ୍ତରୀ ଜୟନ୍ତୀ ଅବସରରେ ‘ଆରୋଗ୍ୟ ନିରାମୟ ଜୀବନ ପାଇଁ ଆର୍ୟୁବେଦର ଭୂମିକା’ ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥିଭାବେ ଆର୍ୟୁବେଦ ଡାକ୍ତର ରମେଶ ଚନ୍ଦ୍ର ଦାଶ ଯୋଗଦେଇ ନିରୋଗ ପାଇଁ ଆର୍ୟୁବେଦର ଉପଚାରିତା ଉପରେ ଆଲୋକପାତ କରିଥିଲେ। ଏପରି ବାଡ଼ି, ବଗିଚା, ସ୍କୁଲ, କଲେଜ ପରିସରରେ ଔଷଧୀୟ ବୃକ୍ଷ ଲଗାଇବା ଉପରେ ଗୁରୁତ୍ୱାରୋପ କରିଥିଳେ। ଏଥିରେ ଅନ୍ୟତମ ଆଲୋଚକ ଭାବେ ରମେଶ ପାତ୍ର ଯୋଗଦେଇ ହୃଦ ରୋଗର ନିୟନ୍ତ୍ରଣ ସୂକ୍ଷ୍ମ ଯୋଗର ଆବଶ୍ୟକତା ଉପରେ ଆଲୋଚନା କରିଥିଲେ। ଏହି ଆଲୋଚନା ଚକ୍ରରେ ଅଧ୍ୟକ୍ଷ ନୀଳମାଧବ ତ୍ରିପାଠୀ ସଭାପତିତ୍ୱ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.