Home ଜିଲ୍ଲା ପରିକ୍ରମା ମହିଳା ମହାବିଦ୍ୟାଳୟ ଗଳି ବାସିନ୍ଦାଙ୍କ ଲଣ୍ଠନ ଶୋଭାଯାତ୍ରା

ମହିଳା ମହାବିଦ୍ୟାଳୟ ଗଳି ବାସିନ୍ଦାଙ୍କ ଲଣ୍ଠନ ଶୋଭାଯାତ୍ରା

32

ନୟାଗଡ଼, ୫ା୧୧ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ପୌରାଚଂଳ ଅନ୍ତର୍ଗତ ମହିଳା ମହାବିଦ୍ୟାଳୟ ଗଳିର ବାସିନ୍ଦାମାନେ ବିଭିନ୍ନ ଦାବି ନେଇ ଆଜି ଜିଲାପାଳଙ୍କୁ ଦାବିପତ୍ର ଦେଇଛନ୍ତି। ଗଳି ବାସିନ୍ଦା ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଜଷ୍ଟିସ ଆନୁକୂଲ୍ୟରେ ମହିଳା ମହାବିଦ୍ୟାଳୟ ଗଳି ବାସିନ୍ଦାମାନେ ମା’ପାଟଚଣ୍ଡୀଙ୍କ ମନ୍ଦିର ଠାରୁ ଜିଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ହାତରେ ଲଣ୍ଠନ ଧରି ସହର ପରିକ୍ରମା କରିବା ସହିତ କଳା ପତାକା ପ୍ରଦର୍ଶନ କରି ଜିଳା ପ୍ରଶାସନର ସ୍ଥାଣୁତା ଉପରେ ନାରାବାଜି ଦେଇଥିଲେ। ମହିଳା ମହାବିଦ୍ୟାଳୟର ବାସିନ୍ଦାମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ ମଧ୍ୟ ପ୍ରଶାସନକୁ ଅବଗତ କରି ମଧ୍ୟ ସୁଫଳ ପାଉନାହାନ୍ତି। ଏହି ଗଳିରେ ଡ୍ରେନ ନିର୍ମାଣ ତୃଟି ଯୋଗୁଁ ଘରମାନଙ୍କରେ ନର୍ଦ୍ଦମା ପାଣି ପଶି ଲୋକମାନଙ୍କୁ ବହୁ ଅସୁବିଧାରେ ପକାଉଛି। କାମ ଆଳରେ ରାସ୍ତା ଅବରୋଧ କରାଯାଉଥିବାବେଳେ ଯୋଗାଇ ଦିଆଯାଉଥିବା ପାନୀୟ ଦୁଷିତ ବର୍ଜ୍ଜ୍ୟ ଜଳ ରୋଗ ସୃଷ୍ଟି କରୁଥିବା ଗଳି ବାସିନ୍ଦାମାନେ ବାରମ୍ବାର ଅଭିଯୋଗ କରି ଆସୁଛନ୍ତି। ସମସ୍ୟା ଉପରେ ସମସ୍ୟା ଦିନକୁ ଦିନ ଲଦି ହୋଇ ଆସୁଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ସ୍ଥାୟୀ ସମାଧାନ କରାଯାଉନାହିଁ। ଯାହାକି ଦିନକୁ ଦିନ ବାସିନ୍ଦାଙ୍କ ମନରେ ଅସନ୍ତୋଷର ଦେଖାଯାଉଛି। ଗଳି ବାସିନ୍ଦାମାନେ ଆଜି ଆବାହକ ଶୂନ୍ୟଜୟୀ ମିଶ୍ରଙ୍କ ନେତୃତ୍ୱରେ ଅତିରିକ୍ତ ଜିଲାପାଳ ବିଧାନ ଚନ୍ଦ୍ର ରାୟ ଓ ଉପଜିଲାପାଳ ଲଗ୍ନଜିତ୍ ରାଉତଙ୍କ ମାଧ୍ୟମରେ ଦାବିପତ୍ର ପ୍ରଦାନ କରିଛନ୍ତି। ଏହାର ସ୍ଥାୟୀ ସମାଧାନ ନହେଲେ ଏହି ଆନ୍ଦୋଳନ ଚାଲୁ ରହିବ ବୋଲି ଆବାହକ ଶ୍ରୀ ମିଶ୍ର କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.