Home ଜିଲ୍ଲା ପରିକ୍ରମା ବ୍ୟାଙ୍କ ସାମ୍ନାରୁ ୪ଲକ୍ଷ ଟଙ୍କା ଲୁଟ ଅଭିଯୋଗ: ବଢ଼ିଚାଲିଛି ଅସାମାଜିକ କାର୍ଯ୍ୟକଳାପ

ବ୍ୟାଙ୍କ ସାମ୍ନାରୁ ୪ଲକ୍ଷ ଟଙ୍କା ଲୁଟ ଅଭିଯୋଗ: ବଢ଼ିଚାଲିଛି ଅସାମାଜିକ କାର୍ଯ୍ୟକଳାପ

38

ବଲାଙ୍ଗୀର, ୫-୧୧(ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀର ଜିଲ୍ଲା ଲୋଇସିଂହାରେ ଲୁଟେରା ସକ୍ରିୟ ରହିଛନ୍ତି। ଲୋଇସିଂହା ଏସବିଆଇ ବ୍ୟାଙ୍କ ସମ୍ମୁଖରୁ ଏକ ବାଇକ ଡିକିରୁ ୪ ଲକ୍ଷ ଟଙ୍କା ଲୁଟ ହୋଇଥିବା ଲୋଇସିଂହା ଥାନାରେ ଅଭିଯୋଗ ହୋଇଛି। ଲୁଟପାଟ ବୃଦ୍ଧି ପାଇଥିଲେ ମଧ୍ୟ ଲୁଟେରା ଧରା ନ ପଡିବା ଯୋଗୁଁ ଜନସାଧାରଣଙ୍କ ଚିନ୍ତା ବଢିଯାଇଛି। ପୋଲିସ ସୂଚନା ଅନୁଯାୟୀ, ଲୋଇସିଂହା ଜଡାମୁଣ୍ଡା ବସ୍ତିର ଗୋପାଳ ପ୍ରଧାନ ଓ ତାଙ୍କ ପୁଅ ଲୋଇସିଂହା ଏସବିଆଇକୁ ଆସି ୪ ଲକ୍ଷ ଟଙ୍କା ଉଠାଇଥିଲେ। ଟଙ୍କାବ୍ୟାଗ ଧରି ବ୍ୟାଙ୍କ ଆଗକୁଆସି ବାଇକଡିକିରେ ଟଙ୍କା ରଖି ନିକଟସ୍ଥ ଚା ଦୋକାନକୁ ବାପପୁଅ ଚା ପିଇଯାଇଥିଲେ। ସେଠାରୁ ଆସିଲା ପରେ ଡିକି ତାଡି ଟଙ୍କା ଲୁଟ ହୋଇଥିବା ସେମାନେ ଜାଣିବାକୁ ପାଇ ଥାନାରେ ଅଭିଯୋଗ କରିଥିଲେ। ସନ୍ଧ୍ୟାରେ ଏସଡିପିଓ ଶ୍ରୀମନ୍ତ ବାରିକ ବ୍ୟାଙ୍କରେ ପହଞ୍ଚି ଛାନଭିନ କରିଥିଲା। ଏହାପୂର୍ବର ଲୋଇସିଂହା ତ୍ରିଶୂଳ ବନ୍ଧ ରାସ୍ତାର ସ୍ଥାନୀୟ ବ୍ୟବସାୟୀ ସାଉରିଆ ଅଗ୍ରୱାଲକୁ ୪ ଜଣ ଦୁବୃର୍ତ୍ତମାଡ ମାରି କିରାନା ସାମାନ ଥିବା ବ୍ୟାଗ ଛଡାଇ ନେଇଥିଲେ। ବୁଧବାର ଆଦିବସୀ ସଂଘ ପକ୍ଷରୁ ବ୍ୟାଙ୍କ ଓ ଥାନାକୁ ଯାଇ ନିୟମିତ ଭାବେ ଲୁଟକୁ ନେଇ ଉଦବେଗ ପ୍ରକାଶ କରିଥିଲେ। ବ୍ୟାଙ୍କରେ ଦଲାଲ ପ୍ରଶୟକୁ ନେଇ ସଂଘ କ୍ଷୋଭ ପ୍ରକାଶ କରିଥିଲେ। ଲୁଟପାଟ ଘଟଣାରେ ଅଭିଯୁକ୍ତ ଧରାନପଡିବା ଓ ପୋଲିସ ନିଷ୍କ୍ରିୟତାକୁ ନେଇ ବଡଧରଣ ଆନ୍ଦୋଳନ ମୁଣ୍ଡଟେକିବ ବୋଲି ଜିଲା ଉପସଭାପତତି ଶ୍ୟାମସୁନ୍ଦର ଭୋଇ, ଦଶରଥ ଛତ୍ରିଆ, କାହ୍ନୁ ପଧାନ, ଲାଲମନ ନାଗ ପ୍ରମୁଖ ଚେତାବନୀ ଦେଇଛନନ୍ତି। ସେହିପରି ଲୋଇସିଂହା-ସୁଜିଆ ରାସ୍ତାରେ ସନ୍ଧ୍ୟା ସମୟରେ ଲୁଟେରା ସଂକ୍ରିୟ ରହିଥିବା ସୁଜିଆ ଗ୍ରାମର ମିତ୍ରଭାନୁ ସାହୁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.