Home ଜିଲ୍ଲା ପରିକ୍ରମା ନୟାଗଡ଼ ମହିଳା ମହାବିଦ୍ୟାଳୟ ସ୍ନାତକ ପରୀକ୍ଷା ଫଳର ପାଶ୍ ହାର ୯୭.୮୯%

ନୟାଗଡ଼ ମହିଳା ମହାବିଦ୍ୟାଳୟ ସ୍ନାତକ ପରୀକ୍ଷା ଫଳର ପାଶ୍ ହାର ୯୭.୮୯%

48

ନୟାଗଡ଼, ୫ା୧୧ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ପ୍ରଜାମଣ୍ଡଳ ମହିଳ ମହାବିଦ୍ୟାଳୟର ସ୍ନାତକ କଳା ପରୀକ୍ଷା ଫଳର ପାଶ୍‌ହାର ୯୭.୮୯% ହୋଇଛି। ରମାଦେବୀ ମହିଳା ବିଶ୍ୱ ବିଦ୍ୟାଳୟ ଆନୁକୂଲ୍ୟରେ ପରିଚାଳିତ ଏଡି କଲେଜର ସଂସ୍କୃତ ସମ୍ମାନ ଛାତ୍ରୀ ରଶ୍ମୀତା ପଟ୍ଟନାୟକ ବିଶ୍ୱବିଦ୍ୟାଳୟ ଟପ୍ପର ହୋଇ ଜିଲାପାଇଁ ଗୌରବ ଆଣିଛନ୍ତି। ସେହିପରି ମନସ୍ତତ୍ୱ ବିଜ୍ଞାନ ଛାତ୍ରୀ ପି ଶୁଭଲକ୍ଷ୍ମୀ ଦୋରା ୮୫.୯୩ ପ୍ରତିଶତ ମାର୍କ ରଖି ବିଶ୍ୱବିଦ୍ୟାଳୟରେ ତୃତୀୟ ସ୍ଥାନ ରଖିଥିବାବେଳେ ଗୃହ ବିଜ୍ଞାନ ଛାତ୍ରୀ ରଞ୍ଜିତା ପଣ୍ଡା ୮୧.୦୭ ପ୍ରତିଶତ ମାର୍କେ ରଖି ବିଶ୍ୱବିଦ୍ୟାଳରେ ନବମ ସ୍ଥାନ ଅଧିକାର କରିଛନ୍ତି। ମହାବିଦ୍ୟାଳୟର ଅଧ୍ୟକ୍ଷା, ଅଧ୍ୟକ୍ଷ ଓ ୍‌କର୍ମଚାରୀମାନେ କୃତି ଛାତ୍ରୀମାନଙ୍କୁ କୃତଜ୍ଞତା ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.