Home ଓଡ଼ିଶା ମହିଳାଙ୍କ ସୁରକ୍ଷା ପାଇଁ ଆସିଲା ସ୍ମାର୍ଟ୍ ଚୁଡି

ମହିଳାଙ୍କ ସୁରକ୍ଷା ପାଇଁ ଆସିଲା ସ୍ମାର୍ଟ୍ ଚୁଡି

570

ହାଇଦ୍ରାବାଦ,୦୯/୦୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ): ମହିଳାମାନଙ୍କ ସୁରକ୍ଷା ପାଇଁ ସବୁବେଳେ ପ୍ରଶ୍ନ ଉଠିଥାଏ ଏବଂ ଏହି ସୁବିଧା ନିମନ୍ତେ ସବୁବେଳେ କିଛି ନାକିଛି ଆବିଷ୍କାର ହୋଇଥାଏ । ବର୍ତ୍ତମାନ ପର୍ଯ୍ୟନ୍ତ ମହିଳାମାନଙ୍କ ପାଇଁ ବଜାରରେ ଏକ ଲକେଟ ଆସିଥିଲା ଯେଉଁଥିରେ ଲାଇଭ ଲୋକେସନ ପଠାଇବା ଭଳି ସୁବିଧା ଥିଲା । କିନ୍ତୁ ବର୍ତ୍ତମାନ ଏଭଳି ଏକ ଚୁଡ଼ି ମାର୍କେଟକୁ ଆସିଯାଇଛି ଯାହା ମହିଳାମାନଙ୍କ ସୁରକ୍ଷା ପାଇଁ ବରଦାନ ସଦୃଶ ଅଟେ ।

ହାଇଦ୍ରାବାଦର ହରିଶ ନାମକ ଏକ ଯୁବକ ନିଜ ବନ୍ଧୁ ସାଇ ତେଜାଙ୍କ ସହ ମିଶି ଏଭଳି ଏକ ଚୁଡ଼ି ପ୍ରସ୍ତୁତ କରିଛନ୍ତି ଯେଉଁଥିରେ ଲାଇଭ ଲୋକେସନ ସେୟାର କରିବାର ସୁବିଧା ରହିଛି ।

ଏହା ବ୍ୟତୀତ ଏଥିରେ ବିଜୁଳୀର କରେଣ୍ଟ ମଧ୍ୟ ରହିଛି । ତା ସହିତ ଯଦି କୌଣସି ଝିଅ ବା ମହିଳା ବିପଦରେ ପଡନ୍ତି ତାହେଲେ ଏହି ଚୁଡ଼ି ସାହାଯ୍ୟରେ ପୋଲିସ ଓ ବନ୍ଧୁବାନ୍ଧବ ମାନଙ୍କୁ ମେସେଜ ମଧ୍ୟ ପଠାଇପାରିବେ ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.