Home ଜିଲ୍ଲା ପରିକ୍ରମା ଏଥର ରାକ୍ଷୀରେ ସାକ୍ଷୀ ରହିବ ତ୍ରୀରଙ୍ଗା!

ଏଥର ରାକ୍ଷୀରେ ସାକ୍ଷୀ ରହିବ ତ୍ରୀରଙ୍ଗା!

161

ରାଉରକେଲା ୯-୮ (ଓଡ଼ିଆ ପୁଅ/ସୁବୋଧ ନାୟକ) : ଏହାକୁ ବୋଧେ ଏକ ସଂଯୋଗ ବୋଲି କୁହାଯାଇପାରେ। ଗୋଟିଏ ଦିନରେ ପଡ଼ୁଛି ପବିତ୍ର ରକ୍ଷା ବନ୍ଧନ ଏବଂ ସ୍ୱାଧୀନତା ଦିବସ। ଜାତୀୟ ପତାକା ଉଡ଼ାଇବା ସହ ଭାଇ ହାତରେ ରାକ୍ଷୀ ବାନ୍ଧିବ ଭଉଣୀ। ଏଥର ରାକ୍ଷୀରେ ସାକ୍ଷୀ ରହିବ ତ୍ରୀରଙ୍ଗା! ପାଖେଇ ଆସୁଛି ଭାଇ ଭଉଣୀ ସମ୍ପର୍କର ପବିତ୍ର ପର୍ବ ରାକ୍ଷୀ ପୂର୍ଣ୍ଣିମା। ରାକ୍ଷୀକୁ ଆଉ ମାତ୍ର ପ୍ରାୟ ସପ୍ତାହେ ବାକି ଥିବା ବେଳେ, ଏବେ ଠାରୁ ଦକ୍ଷିଣ ରାଉରକେଲା ସମେତ ସାରନଗରୀରେ ଏହି ପର୍ବକୁ ପାଳନ କରିବା ପାଇଁ ଉତ୍ସାହ ପ୍ରକାଶ ପାଇଛି। ବଜାରରେ ରାକ୍ଷୀ ଓ ଜାତୀୟ ପାତାକାର ଚାହିଦା ସର୍ବାଗ୍ରେ ରହିଛି। ଏହାକୁ ରାଉରକେଲାର ବିଭିନ୍ନ ଅଂଚଳରେ ରଙ୍ଗବେରଙ୍ଗ ରାକ୍ଷୀ ଦୋକାନ ଖୋଲିବା ଦେଖିବାକୁ ମିଳିଛି। ପ୍ରତିଦିନ ସନ୍ଧ୍ୟାରେ ରାକ୍ଷୀ କିଣିବା ଲାଗି ଅଂଚଳର ମହିଳା ଓ ଯୁବତୀମାନେ ଦୋକାନ ଆଗରେ ଭିଡ଼ ଜମାଇବା ଏବେ ଠାରୁ ଆରମ୍ଭ କଲେଣି। ରାକ୍ଷୀ ବାର୍ତ୍ତା ନେଟ ମାଧ୍ୟମରେ ପଠାଇବା ଲାଗି ବିଭିନ୍ନ ନେଟ ପାର୍ଲରରେ ମଧ୍ୟ ଗହଳି ପରିଲକ୍ଷିତ ହେଉଛି। ସମାଜିକ ଗଣମାଧ୍ୟମ ଯେପରି ଫେସବୁକ, ହ୍ୱାଟସଅପ ଓ ଟ୍ୱିଟର ଜରିଆରେ ଯୁବ ପିଢି ରାକ୍ଷୀ ବାର୍ତ୍ତା ପଠାଉଛନ୍ତି। ବିଭିନ୍ନ ଗ୍ରାହକଙ୍କ ରୁଚିକୁ ଦୃଷ୍ଟିରେ ରଖି ନୂତନ ଡ଼ିଜାଇନର ରାକ୍ଷୀ ବିକ୍ରି ଜୋର ଧରିଛି। ରାକ୍ଷୀର ସର୍ବନିମ୍ନ ଦାମ ୩୦ ଟଙ୍କାରୁ ୧୦୦ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଛି। ବିଶେଷ କରି ସ୍ପଂଜ, ଷ୍ଟୋନ, ଫୁଲ, ଚାନ୍ଦି ରାକ୍ଷୀ ବେଶି ପରିମାଣରେ ବିକ୍ରି ହେଉଛି ବୋଲି ଦୀର୍ଘଦିନ ଧରି ଏହି ବେପାର କରୁଥିବା ଜଣେ ବ୍ୟବସାୟୀ ପ୍ରକାଶ କରିଛନ୍ତି।କୁନୀ ଭଉଣୀ ମାନେ ସେମାନଙ୍କ ଭାଇ ମାନଙ୍କ ପାଇଁ ବିଭିନ୍ନ ପ୍ରକାର କୈତୁକିଆ ରାକ୍ଷୀ ଯେପରି ଛୋଟା ଭୀମ, ସ୍ପାଇଡ଼ର ମ୍ୟାନ ଆଦି କ୍ରୟ କରୁଥିା ଦେଖିବାକୁ ମିଳିଛି। ରାଉରକେଲା ଅଂଚଳରେ ବର୍ଷ ବର୍ଷ ଧରି ଏହି ରାକ୍ଷୀ ବ୍ୟବସାୟୀ ମାନେ ବିଭିନ୍ନ ପ୍ରକାରର ଡ଼ିଜାଇନର ରାକ୍ଷୀ ପାଇକାରୀ ଦରରେ କୋଲକତାରୁ ଆଣୁଥିବାବେଳେ, ଅନ୍ୟ ରିଟେଲର ଦେକାନୀ ମାନେ ରାଉରକେଲା ଡ଼େଲିମାର୍କେଟ, ଇସ୍ପାତମାର୍କେଟରୁ ରାକ୍ଷୀ କିଣି ଏଠାରେ ବିକ୍ରି କରୁଛନ୍ତି। ଦୂରଦୂରାନ୍ତ ତଥା ଗ୍ରାମାଂଚଳରେ ରହୁଥିବା ଭାଇମାନଙ୍କୁ ରାକ୍ଷୀ ପଠାଇବା ଲାଗି ଭଉଣୀମାନଙ୍କୁ ଡ଼ାକ ଓ କୋରିୟର ସେବା ଉପରେ ନିର୍ଭର କରିବାକୁ ପଡ଼ୁଛି। ଅପର ପକ୍ଷରେ ଆଧୁନିକ ଯୁଗରେ ନେଟ୍ ଓ ମୋବାଇଲ ମାଧ୍ୟମରେ ରାକ୍ଷୀ ବାର୍ତ୍ତା ସହଜ ଓ ସୁଲଭ ମୂଲ୍ୟରେ ପଠାଇ ପାରୁଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.