Home ଅପରାଧ ମହିଳାଙ୍କୁ ଗଣବଳାତ୍କାର ଅଭିଯୋଗରେ ଦୁଇ ଗିରଫ

ମହିଳାଙ୍କୁ ଗଣବଳାତ୍କାର ଅଭିଯୋଗରେ ଦୁଇ ଗିରଫ

332

ଘଟଗାଁ,ତା ୧୩ ଡିସେମ୍ବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ଧୋବାପିଟଣା ଗ୍ରାମରେ ଜଣେ ବିବାହିତ ମହିଳାଙ୍କୁ ଗଣବଳାତ୍କାର କାରଯାଇଥିବା ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି କରି ପୋଲିସ ୨ଜଣଙ୍କୁ ଗିରଫ କରିଛି । ଖବର ଅନୁଯାୟୀ ଗତ ୧୧ତାରିଖ ଦିନ ମହିଳା ଜଣଙ୍କ ଶୁଦ୍ଧିକ୍ରିୟା କାମରେ ଯୋଗ ଦେଇ ଘରକୁ ଫେରୁଥିବା ବେଳେ ମଦ ନିଶାରେ ଚୁର ହୋଇ ଦୁଇ ବ୍ୟକ୍ତି ଜଙ୍ଗଲ ମଧ୍ୟକୁ ଟେକିନେଇ ବଳାତ୍କାର କରିଥିଲେ । ଏନେଇ ମହିଳା ଜଣଙ୍କ ଘଟଗାଁ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ଅଭିଯୋଗ ପାଇବା ପରେ ଘଟଣାର ତଦନ୍ତ କରି ସେହି ଗ୍ରାମର ଅଭିଯୁକ୍ତ ସିଂଗରାଇ ମୁଣ୍ଡା ଓ ଶୈଳେନ୍ଦ୍ର ମୁଣ୍ଡାଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବା ଘଟଗାଁ ଏସଡିପିଓ ରବିନ୍ଦ୍ର ମଲ୍ଲିକ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.