Home ଆନ୍ତର୍ଜାତୀୟ ନାଗରିକତା ଆଇନ୍ ଉପରେ UN ଚିନ୍ତା ପ୍ରକଟ କଲେ, ସୁପ୍ରୀମ କୋର୍ଟ ଉପରେ ଆଶା

ନାଗରିକତା ଆଇନ୍ ଉପରେ UN ଚିନ୍ତା ପ୍ରକଟ କଲେ, ସୁପ୍ରୀମ କୋର୍ଟ ଉପରେ ଆଶା

309

ନୂଆ ଦିଲ୍ଲୀ ୧୩-୧୨ (ଓଡ଼ିଆ ପୁଅ) ନାଗରିକତା ସଂଶୋଧନ ଆକ୍ଟକୁ ନେଇ ଦେଶରେ ବିଭିନ୍ନ ସ୍ଥାନରେ ବିରୋଧ ପ୍ରଦର୍ଶନ ହେଉଛି। ଅପରପଟେ ବିଦେଶରେ ମଧ୍ୟ ଏହି ଆଇନ୍ କୁ ନେଇକରି ଚିନ୍ତା ପ୍ରକଟ କରାଯାଇଛି। ଏହି ଆକ୍ଟ ଉପରେ ଏବେ ସଂଯୁକ୍ତ ରାଷ୍ଟ୍ର ମାନବାଧିକାର ପରିଷଦ (UNHRC) ମଧ୍ୟ ଚିନ୍ତା ପ୍ରକଟ କରିଛି। ପରିଷଦ କହିଛି, ‘ଆମେ ଚିନ୍ତିତ କି ଭାରତର ନୂଆ ନାଗରିକତା ସଂଶୋଧନ ଅଧିନିୟମ ୨୦୧୯ ମୂଳ ରୂପରେ ପ୍ରକୃତିରେ ଭେଦଭାବପୂର୍ଣ୍ଣ ଅଟେ। ଆମେ ଆଶା କରୁଛୁ ଭାରତର ସୁପ୍ରୀମ କୋର୍ଟ ଭାରତର ଅନ୍ତର୍ରାଷ୍ଟ୍ରୀୟ ମାନବାଧିକାର ଦାୟୀତ୍ତ୍ୱ ସହିତ ଆଇନ୍ ର ଅନୁକୂଳତା ଉପରେ ସାବଧାନତା ପୂର୍ବକ ବିଚାର କରିବ।’

ସୂଚନାଯୋଗ୍ୟଯେ, ନାଗରିକତା ସଂଶୋଧନ ବିଧେୟକକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗୁରୁବାର ରାତିରେ ହସ୍ତାକ୍ଷର କରିଛନ୍ତି। ଏହା ପରେ ନାଗରିକତା ଆଇନ୍ ୧୯୫୫ ରେ ସଂଶୋଧନ ହୋଇଛି। ଏହି ବିଲ ଆଇନ୍ ବନିବା ପରେ ଆଫଗାନିସ୍ଥାନ, ବାଂଗ୍ଲାଦେଶ ଏବଂ ପାକିସ୍ତାନରେ ଧାର୍ମିକ ପ୍ରତାଡ଼ନା କାରଣରୁ ୩୧ ଡିସେମ୍ବର ୨୦୧୪ ପର୍ଯ୍ୟନ୍ତ ଭାରତ ଆସିଥିବା ଅଣ ମୁସଲିମ୍ ଶରଣାର୍ଥୀ – ହିନ୍ଦୁ, ଶିଖ, ବୌଦ୍ଧ, ଜୈନ, ପାରସୀ ଏବଂ ଇସାଈ ସମୁଦାୟର ଲୋକମାନଙ୍କୁ ଭାରତୀୟ ନାଗରିକତା ସହଜରେ ମିଳିଯିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.