Home କେନ୍ଦୁଝର କୁଶେଇ ନଦୀରେ ବୁଡ଼ି ବୃଦ୍ଧ ମୃତ, ୩ଘଣ୍ଟା ପରେ ମୃତଦେହ ଉଦ୍ଧାର

କୁଶେଇ ନଦୀରେ ବୁଡ଼ି ବୃଦ୍ଧ ମୃତ, ୩ଘଣ୍ଟା ପରେ ମୃତଦେହ ଉଦ୍ଧାର

242

କେନ୍ଦୁଝର,ତା ୧୩ ଡିସେମ୍ବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ/ସୀତାରାମ ଦୀକ୍ଷିତ) କେନ୍ଦୁଝର ଜିଲ୍ଲା ଘସିପୁରା ତହସିଲ ବାଇଲୋ ପଞ୍ଚାୟତ ଅନ୍ତର୍ଗତ ବାରିଗାଁ ନିକଟସ୍ଥ କୁଶେଇ ନଦୀ ଭାଟିସିରା ଘାଟରେ ଜଣେ ବୃଦ୍ଧ ବ୍ୟକ୍ତି ବୁଡି ମୃତ୍ୟୁ ବରଣ କରିଥିବାର ଜଣାପଡ଼ିଛି । ଖବର ଅନୁଯାୟୀ ଆଜି ୧୧ଘଟିକା ସମୟରେ ଉକ୍ତ ବାରିଗାଁର କମଳ ଲୋଚନ ସାହୁ(୬୨) ତାଙ୍କ ପୁଅ ସାଙ୍ଗରେ ଗାଈ ଚରାଇବା ପାଇଁ ନଦୀ ପାର ହୋଇ ଆରପାରିକୁ ଯାଉଥିଲେ । ହେଲେ କୈାଣସି କାରଣରୁ ନଦୀର ମଧ୍ୟ ଭାଗରେ ବୁଡ଼ିଯାଇ ନିଖୋଜ ହୋଇ ଯାଇଥିଲେ । ଘଟଣାର ଖବର ପାଇ ଘସିପୁରା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ୩ଘଣ୍ଟା ଖୋଜିବା ପରେ ମୃତଦେହ ଉଦ୍ଧାର କରିଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.