Home ଅପରାଧ ମହିଳାଙ୍କୁ ଅଶ୍ଳୀଳ ଇଂଙ୍ଗିତ ସହ ଧମକ ଦେଇ ଯୁବକ ଗଲା ଜେଲ

ମହିଳାଙ୍କୁ ଅଶ୍ଳୀଳ ଇଂଙ୍ଗିତ ସହ ଧମକ ଦେଇ ଯୁବକ ଗଲା ଜେଲ

183

ଭୁବନେଶ୍ୱର/ଯାଜପୁର୬ା୧୦(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ)ପାଣିକୋଇଲି ଥାନା ତଥା ଶଙ୍ଖଚିଲା ଫାଣ୍ଡି ଅନ୍ତର୍ଗତ ଖମଣ ପଂଚାୟତର ରାଧାନଗର ପାଟଣା ଗ୍ରାମରେ ଏକ ଅଘଟଣ   ଦେଖିବାକୁ ମିଳିଛି । ଗ୍ରାମର ଜଣେ ୮ମାସର ଗର୍ଭବତୀ ମହିଳା ଓ ତାଙ୍କ ବଡ ଯାଆଙ୍କୁ ଅଶ୍ଳୀଳ ଇଂଙ୍ଗିତ କରିବା ସହ ଖରାପ ଭାଷାରେ ଗାଳି ଗୁଲଜ କରି ମାଡ ମାରି ଗର୍ଭ ନଷ୍ଟ କରିଦେବାକୁ ଧମକ ଦେବା ଅଭିଯୋଗରେ ଅଭିଯୁକ୍ତ ଯୁବକକୁ ଜେଲ ଯିବାକୁ ପଡିଛି । ଅଭିଯୋଗ ପରେ ପୁଲିସ ଏକ ମାମଲା ୧୯୬/୧୯ ରୁଜ୍ଜୁ କରିବା ସହ ଅଭିଯୁକ୍ତ ଯୁବକ ବୃନ୍ଦାବନ ସାହୁଙ୍କ ପୁଅ ଭୀମକୁ ଦଫା ୨୯୪, ୫୦୬, ୩୫୪(ଏ)ରେ କୋର୍ଟ ଚାଲାଣ କରିଛି । ପ୍ରକାଶଯେ ରାଧାନଗରପାଟଣା ଗ୍ରାମର ରାଜେଶ କୁମାର ସାହୁଙ୍କ ପତ୍ନୀ ଅନ୍ନପୂର୍ଣ୍ଣାଙ୍କ ଅଭିଯୋଗ ମୁତାବକ ତାଙ୍କ ଗ୍ରାମର ଭୀମ ସାହୁ ତାଙ୍କ ସ୍ୱାମୀ ଓ ଦେଢଶୁରଙ୍କ ଅନୁପସ୍ଥିତିରେ ଅଶ୍ଲୀଳ ଇଂଗିତ କରିବା ସହ ଉଲଗ୍ନ ହୋଇ ଅଭଦ୍ର ଭାଷାରେ ଗାଳିଗୁଲଜ କରିବା ସହ ଗର୍ଭ ନଷ୍ଟ କରିବାକୁ ଧମକ ଦେଇଥିଲା । ଫଳରେ ସେ ମାନସିକ ନିର୍ଯ୍ୟାତନା ଭୋଗ କରୁଥିଲେ । ଏ ନେଇ ପୂର୍ବରୁ ଶଙ୍ଖଚିଲା ଫାଣ୍ଡିରେ ଜଣାଯାଇଥିଲେ ବି ପୁଲିସ ତାର କିଛି କରିପାରିବ ନାହିଁ ବୋଲି ପୁର୍ନ୍ନବାର ଧମକ ଦେବାରୁ ପାଣିକୋଇଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ ମାମଲା ରୁଜ୍ଜୁ କରି ଅଭିଯୁକ୍ତ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.