Home କେନ୍ଦୁଝର ହରିଚନ୍ଦନପୁର ତହସିଲର ବିଭିନ୍ନ ସ୍ଥାନରେ ରାଜସ୍ବ ଅଭିଯୋଗ ଶୁଣାଣିର ତାରିଖ ଘୋଷଣା

ହରିଚନ୍ଦନପୁର ତହସିଲର ବିଭିନ୍ନ ସ୍ଥାନରେ ରାଜସ୍ବ ଅଭିଯୋଗ ଶୁଣାଣିର ତାରିଖ ଘୋଷଣା

219

ହରିଚନ୍ଦନପୁର, ତା ୬ ଅକ୍ଟୋବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ତହସିଲ କାର୍ଯ୍ୟାଳୟ ଅଧିନସ୍ଥ ବିଭିନ୍ନ ସ୍ଥାନରେ ରାଜସ୍ବ ଅଭିଯୋଗ ଶୁଣାଣି ଶିବିରର ତାରିଖ ଘୋଷଣା କରାଯାଇଛି । ପତ୍ର ସଂଖ୍ୟା-୩୭୬୬ ଅନୁଯାୟୀ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯାଉଛି ଯେ, ରେବଣାପଳାଶପାଳ ଠାରେ ୧୦.୧୦.୨୦୧୯ରିଖ ସେହିଭଳି ୧୫.୧୦ରେ ବକ୍ସିବାରିଗାଁ, ୧୮.୧୦ରେ ଜଙ୍ଘିରା, ୨୨.୧୦ରେ ବଡପଳାଶପାଳ, ୨୪.୧୦ରେ ଭଗାମୁଣ୍ଡା, ୨୫.୧୦ରେ ହରିଚନ୍ଦନପୁର ଠାରେ ରାଜସ୍ୱ ଅଭିଯୋଗ ଶୁଣାଣି ତଥା ଶିବିର(Camp court)ର ଆୟୋଜନ କରାଯାଇଅଛି । ଉକ୍ତ ଦିନ ଜନସାଧାରଣ ସେମାନଙ୍କର ରାଜସ୍ୱ ସମ୍ବନ୍ଧୀୟ ସମସ୍ତ ସେବା ଉପଲବ୍ଧ କରିବା ପାଇଁ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ(RI office)ରେ ଉପସ୍ଥିତ ରହିବା ହେବେ । ଏଥିସହ ପ୍ରସ୍ତୁତ ହୋଇଥିବା ପଟ୍ଟା ପ୍ରଦାନ କରାଯିବ ବୋଲି ସୂଚନା ରହିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.