Home ଜିଲ୍ଲା ପରିକ୍ରମା ମହା ସରସ୍ୱତୀ ବେଶରେ ପୂଜା ପାଇଲେ ମା’ ଭଦ୍ରକାଳୀ, ଆଜି ମହାଯଜ୍ଞର ପୂର୍ଣ୍ଣାହୂତି

ମହା ସରସ୍ୱତୀ ବେଶରେ ପୂଜା ପାଇଲେ ମା’ ଭଦ୍ରକାଳୀ, ଆଜି ମହାଯଜ୍ଞର ପୂର୍ଣ୍ଣାହୂତି

1

ଭଦ୍ରକ, ୧୩ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପୁରାଣ ବର୍ଣ୍ଣିତ ପ୍ରସିଦ୍ଧ ଶକ୍ତି ପୀଠ ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀଙ୍କୁ ସପ୍ତ ମାତୃକା ବେଶରେ ପୂଜା କରାଯାଉଛି। ସପ୍ତ ମାତୃକା ବେଶର ଷଷ୍ଠ ଦିବସରେ ମା’ ମହା ସରସ୍ୱତୀ ବେଶ ଧାରଣ କରିଛନ୍ତି। ମା’ ଭଦ୍ରକାଳୀଙ୍କ ଏହି ମହା ସରସ୍ୱତୀ ବେଶକୁ ଭକ୍ତ ମାନେ ଦର୍ଶନ କରିବା ନିମନ୍ତେ ପୀଠରେ ଭିଡ଼ ଦେଖିବାକୁ ମିଳିଛି। ମା’ ଶ୍ୱେତ ପାଟ ବସ୍ତ୍ର ପରିଧାନ କରିଥିଲେ। ମା’ ଙ୍କ ମୁଖ ମଣ୍ଡଳ ଶ୍ୱେତ ବର୍ଣ୍ଣ ଥିବା ବେଳେ ହଂସ ବାହନରେ ବିରାଜମାନ କରିଛନ୍ତି। ହସ୍ତରେ ବେଦ, ଜପା ମାଳି ଓ ବୀଣା ଧାରଣ କରି ଚତୁର୍ଦ୍ଧା ରୂପରେ ଭକ୍ତ ମାନଙ୍କୁ ଦର୍ଶନ ଦେଇଛନ୍ତି। ମହା ସରସ୍ୱତୀ ବେଶରେ ମାଙ୍କ ଆଶୀଷ ପ୍ରାପ୍ତି ହେଲେ ଭକ୍ତ ବିଦ୍ୟା, ବୁଦ୍ଧି, ଜ୍ଞାନ, ଯଶ ଖ୍ୟାତି ଅର୍ଜନ କରିବା ସହିତ ବିଭିନ୍ନ କଳାର ଅଧିକାରୀ ହୋଇଥାଏ। ପୀଠରେ ମହାଯଜ୍ଞର ଷଷ୍ଠ ଦିବସରେ ଗୀତା ପାଠ, ବେଦ ପାଠ, ଚଣ୍ଡୀ ପାଠ, ରୁଦ୍ରାଭିଶେକ ଓ ନାମ ସଂକୀର୍ତନ ଚାଲିଛି। ମା’ ଭଦ୍ରକାଳୀ ପୀଠର ଏହି ନିଆରା ଆଧ୍ୟାତ୍ମିକ ପରିବେଶ ଭକ୍ତମାନଙ୍କୁ ଆକର୍ଷିତ କରୁଛି। ଶନିବାର ସପ୍ତମାତୃକା ବେଶର ଅନ୍ତିମ ଦିବସ। ଏହି ଅନ୍ତିମ ଦିବସରେ ମା ମହା ଲକ୍ଷ୍ମୀ ବେଶ ଧାରଣ କରି ପୂଜା ପାଇବେ। ଶନିବାର ଅପରାହ୍ନ ୫ ଘଟିକା ସମୟରେ ମଧ୍ୟ ମହାଯଜ୍ଞର ପୂର୍ଣ୍ଣାହୂତି ପର୍ବ ଅନୁଷ୍ଠିତ ହେବ ବୋଲି ମନ୍ଦିର ପ୍ରଶାସନ ଓ ଯଜ୍ଞ କମିଟି ତରଫରୁ ପ୍ରସ୍ତୁତି ଚୂଡାନ୍ତ ହୋଇଛି। ପୂର୍ଣ୍ଣାହୂତି ଅବସରରେ ଯଜ୍ଞ କମିଟି ତରଫରୁ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତ ମାନଙ୍କୁ ପହୁଡ଼ ପ୍ରସାଦ ବଂଟନ କରାଯିବ।ର ବ୍ୟବସ୍ଥା କରାଯାଇଛି। ପୀଠରେ ସୂର୍ଯ୍ୟାସ୍ତ ପରେ ଯଜ୍ଞ ମଣ୍ଡପରେ ଆହୁତିର ବିରାମ ହେବା ପରେ ମାମାଦଲ ବାଦ୍ୟ ଓ ସଂକୀର୍ତନ ଭିତରେ ମା’ ଙ୍କ ଦିବ୍ୟ ସନ୍ଧ୍ୟା ଆଳତି ହେଉଅଛି। ଏହି ସନ୍ଧ୍ୟା ଆଳତି ଦର୍ଶନ କରିବା ନିମନ୍ତେ ଭକ୍ତ ମାନଙ୍କ ଭିଡ଼ ପରିଲିଖିତ ହେଉଅଛି। ସନ୍ଧ୍ୟା ଆଳତୀ ପରେ ଜମୁଛି ସାଂସ୍କୃତିକ କାର୍ଯ୍ୟକ୍ରମର ଆସର। ଆମ ସଂସ୍କୃତି ପରମ୍ପରା ସହିତ ସମ୍ପର୍କିତ ନୃତ୍ୟ ପରିବେଷଣ କରଯାଇଛି। ମା’ ଙ୍କ ର ଅପୂର୍ବ ଅଲୌକିକ ମହାଲକ୍ଷ୍ମୀ ବେଶ ଓ ମହାଯଜ୍ଞରେ ଭକ୍ତ ମାନଙ୍କର ଭିଡକୁ ଦୃଷ୍ଟିରେ ରଖି ଭକ୍ତମାନଙ୍କର ଯାନ ବାହନ ପାର୍କିଂ ଓ ପାନୀୟ ଜଳ, ଶୌଚାଳୟ ତଥା ଶାନ୍ତି ଶୃଙ୍ଖଳା ନିମନ୍ତେ ସେବାୟତ, ପୂଜକ ଓ ଯଜ୍ଞ କମିଟି ତରଫରୁ ବିଭିନ୍ନ ପଦକ୍ଷେପ ନିଆ ଯାଇଛି। ଜିଲ୍ଳା ପ୍ରଶାସନ ଓ ପୋଲିସ ପ୍ରଶାସନ ତରଫରୁ ପୂର୍ଣ୍ଣାହୂତି ପର୍ବ ନିମନ୍ତେ ତତ୍ପରତା ପ୍ରକାଶ ପାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.