Home ଜିଲ୍ଲା ପରିକ୍ରମା ଗିରିଗୋବର୍ଦ୍ଧନ ପୂଜା, ଚାରିଗାଁ ଉତ୍ସବ ମୁଖର

ଗିରିଗୋବର୍ଦ୍ଧନ ପୂଜା, ଚାରିଗାଁ ଉତ୍ସବ ମୁଖର

2

ଭଦ୍ରକ, ୧୩ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ବନ୍ତ ବ୍ଲକ୍ ଚାରିଗାଁ ଗ୍ରାମରେ ବସବାସ କରୁଥିବା ଗୌଡୀୟ ସମ୍ପ୍ରଦାୟ ପକ୍ଷରୁ ଗିରିଗୋବର୍ଦ୍ଧନ ପୂଜା ଆନନ୍ଦ ଉତ୍ସାହର ସହ ପାଳନ କରାଯାଉଛି । ଚଳିତ ବର୍ଷ ଏହି ପୂଜା ଶହେ ୫୧ ବର୍ଷରେ ପହଚିଂଛି । ଅମାବାସ୍ୟାର ପ୍ରତୀପଦ ତିଥି ଠାରୁ ଆରମ୍ଭ ହୋଇଥିବା ଏହି ପୂଜା ସାତଦିନ ବ୍ୟାପି ପାଳନ କରାଯିବ । ଏଠାରେ ଥିବା ବେହେରା ପରିବାର ପକ୍ଷରୁ ଗିରିଗୋବର୍ଦ୍ଧନ ଠାକୁରଙ୍କ ମୁକ୍ତି କରାଯାଇ ପଣ୍ଡିତ ଅନାଦି କରଙ୍କ ଦ୍ୱାରା ପୂଜାର୍ଚ୍ଚନା କରାଯାଉଛି । ପ୍ରତ୍ୟେହ ସନ୍ଧ୍ୟାରେ ଭଜନ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ କରାଯାଇ ପ୍ରତିଭା ପୁରସ୍କାର ଦିଆଯାଉଛି । ମୋହନ ବେହେରା, କୃପାସିନ୍ଧୁ ବେହେରା, ଅଜୟ କୁମାର ବେହେରା, ରାଜେଶ ବେହେରା, ରବିନ୍ଦ୍ର ବେହେରା, ମନୋରଞ୍ଜନ ବେହେରା, ଲକ୍ଷ୍ମଣ ବେହେରା, ନିରଞ୍ଜନ ବେହେରା, ପଚାଂନନ ବେହେରା ପ୍ରମୁଖ ବିଭିନ୍ନ କାର୍ଯ୍ୟକୁ ପରିଚାଳନା କରୁଛନ୍ତି । ଏହି ପୂଜା ପାଇଁ ଚାରିଗାଁ ବେହେରା ସାହିରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି । ୪ ର୍ଥ ଦିନରେ ବିଜେପି ନେତା ଡ.ସୁଧାଂଶୁ ଶେଖର ନାୟକ, ଚାରିଗାଁ ସମିତିସଭ୍ୟ ଧରଣୀ ଧର କର, ବିଜେପି ପଚାଂୟତ ପ୍ରମୁଖ ମଦନ ମୋହନ କଟୁଆଳ, ରାମଚନ୍ଦ୍ର ବେହେରା ପ୍ରମୁଖ ଠାକୁରଙ୍କ ଦର୍ଶର୍ନ କରି ଆଶିଷ ଲାଭ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.