Home ଜିଲ୍ଲା ପରିକ୍ରମା ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ପକ୍ଷରୁ ଜଳଙ୍ଗା ବିଦ୍ୟାଳୟରେ ସଚେତନତା କାର୍ଯ୍ୟକ୍ରମ

ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ପକ୍ଷରୁ ଜଳଙ୍ଗା ବିଦ୍ୟାଳୟରେ ସଚେତନତା କାର୍ଯ୍ୟକ୍ରମ

8

ଭଦ୍ରକ, ୧୩ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶା ରାଜ୍ୟ ଆଇନ୍ ସେବା ପ୍ରାଧିକରଣ, କଟକଙ୍କ ପ୍ରଦତ ବାର୍ଷିକ କ୍ୟାଲେଣ୍ଡର ଅନୁଯାୟୀ ପୋକ୍ସୋ ଆଇନ୍‌, କିଶୋର ନ୍ୟାୟ ଆଇନ୍ ତଥା ଯୌନ ଉତ୍ପୀଡ଼ନ ଏବଂ ନିର୍ଯାତନାରୁ ସୁରକ୍ଷା ନିମିତ ଜଳଙ୍ଗା ଉଚ୍ଚ ବିଦ୍ୟାଳୟରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର ଅଧ୍ୟକ୍ଷ ଲଲାଟେନ୍ଦୁ ଜେନାଙ୍କ ନିର୍ଦ୍ଦେଶ କ୍ରମେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର ସଚିବ ଶ୍ରୀ ପୁଣ୍ୟଶ୍ଲୋକ ରଥ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ଭଦ୍ରକ ସୁଭାଶିଷ ମିଶ୍ର, ଲିଗାଲ ସୁରକ୍ଷା ଅଧିକାରୀ (ଶିଶୁ ଯତ୍ନ ବିଭାଗ), ଭଦ୍ରକ, ଶିଶୁ ସୁରକ୍ଷା କାଉନସେଲର ରମାକାନ୍ତ ଜେନା, ପ୍ୟାନେଲ୍ ଓକିଲ ତାପସ କୁମାର ମହାନ୍ତି, ପ୍ରଧାନ ଶିକ୍ଷୟିତ୍ରୀ ପୁଷ୍ପାଞ୍ଜଳି ବିଶ୍ୱାଳ, ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀଗଣ ଏବଂ ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ। ଏହି ଅବସରରେ ଅତିଥିଗଣ କହିଥିଲେ, ଏହି କମ୍ ବୟସରେ ଛାତ୍ରଛାତ୍ରୀମାନଙ୍କ ମାନସିକତାରେ ପରିପକ୍ୱତା ଆସି ନଥାଏ। ତେଣୁ ସମାଜରେ ମୁଖ୍ୟ ଭୂମିକା ଏବଂ ଦାୟିତ୍ୱ ସମ୍ପାଦନ କରିବାକୁ ହେଲେ ପ୍ରଥମେ ନିଜକୁ ଏକ ଉତମ ମଣିଷ ଭାବେ ଗଢ଼ି ତୋଳିବାକୁ ହେବ। ନିଜ ହକ୍ ପାଇଁ ଲଢ଼େଇ କରିବା ସହ ନିଜ ଜାଣତରେ ଯଦି କିଛି ଅନ୍ୟାୟ କିମ୍ବା ଅପରାଧ ଘଟୁଛି, ତେବେ ସ୍ୱର ଉତୋଳନ କରି ପ୍ରତିବାଦ କରିବାକୁ ହେବ। ସାନ ପିଲାମାନେ ମୋବାଇଲ୍ ର କେବଳ ସଦୁପଯୋଗ କରିବା ଉଚିତ୍ ବୋଲି ଅତିଥିମାନେ କହିଥିଲେ। ନିଜର ସୁରକ୍ଷା ତଥା ପରିବାରର ସୁରକ୍ଷା ନିମିତ ପିଲାମାନେ ଶିକ୍ଷିତ ହୋଇ ସବୁ କ୍ଷେତ୍ରରେ ସମାଜର ମଙ୍ଗଳ ଉଦ୍ଦେଶ୍ୟରେ କାର୍ଯ୍ୟ କରିବାକୁ ସେମାନେ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କୁ ୧୦୯୮ – ଚାଇଲ୍ଡ ହେଲ୍ପ ଲାଇନ୍ ନମ୍ବର ତଥା ଆଇନ୍ ସେବା ନିମିତ ନାଲସା ଦେୟ ମୁକ୍ତ ନମ୍ବର ୧୫୧୦୦ କୁ ମାଗଣାରେ ଯୋଗାଯୋଗ କରିବା ନିମିତ ସଚେତନ କରାଯାଇଥିଲା। ପରିଶେଷରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ ଛାତ୍ରଛାତ୍ରୀମାନଙ୍କୁ ମନ ଲଗାଇ ପାଠ ପଢ଼ିବାକୁ ପରାମର୍ଶ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.