Home ଜିଲ୍ଲା ପରିକ୍ରମା ମହାବୀର ସେବା ସଂଗଠନର ବାର୍ଷିକ ଉତ୍ସବ ଓ ବୃକ୍ଷ ରୋପଣ

ମହାବୀର ସେବା ସଂଗଠନର ବାର୍ଷିକ ଉତ୍ସବ ଓ ବୃକ୍ଷ ରୋପଣ

11

ଭଦ୍ରକ, ୧୪ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ମାଳଦା ପଂଚାୟତରେ ମହାବୀର ଜୟନ୍ତୀ ପ୍ରତିବର୍ଷ ପରି ଚଳିତ ବର୍ଷ ମହାଆଡ଼ମ୍ବର ସହକାରେ ପାଳିତ ହୋଇଯାଇଛି । କର୍ତା ଭାବେ ପ୍ରାକ୍ତନ ସମିତି ସଭ୍ୟ ନୃସିଂହ ଚରଣ ଖିଲାର, କନକ ଖିଲାର,ରବିନାରାୟଣ ଖିଲାର,ରେଣୁବାଳା ଖିଲାର ସଂକଳ୍ପ କରିଥିଲେ । ପୂଜକ ପଣ୍ଡିତ ନରନାରାୟଣ ମିଶ୍ର ଦିବସ ବ୍ୟାପୀ ପୂଜାର୍ଚ୍ଚନା କରିଥିଲେ । ସୂର୍ଯ୍ୟପୂଜା, ୧୦୮ ହନୁମାନ ଚାଳିଶା ପାଠ, ହୋମଯଜ୍ଞ ଆଦି କରାଯାଇଥିଲା । ଏହି ଅବସରରେ ମହାବୀର ସଂଗଠନ ପକ୍ଷରୁ ପ୍ରାତଃ ସମୟରେ ସଫେଇ ସହ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଥିଲା । ସନ୍ଧ୍ୟାରେ ସ୍ଥାନୀୟ ଜଗା ବଳିଆ ଭଜନ ଗ୍ରୁପ ପକ୍ଷରୁ ଭଜନ ପରିବେଷଣ ହୋଇଥିଲା। ପୂଜାର୍ଚ୍ଚନାରେ ସମଗ୍ର ଅଂଚଳ ଆଧ୍ୟାତ୍ମିକ ଭାବ ସୃଷ୍ଟି ହୋଇଥିଲା । ସଂଗୀତ ନିର୍ଦେଶକ ଧରଣୀ ଧର ଦାସ ଓ ବିଶିଷ୍ଟ ତବଲା ବାଦକ ଜୟଦେବ ପରିଡା ,ସହଦେବ ଦାସ,ବାବୁ ଓଝା, କଣ୍ଠ ଶିଳ୍ପୀ ଶତ୍ରୁଘ୍ନ ଦାସ ପ୍ରମୁଖ ସଂଗୀତ ଗାନ କରିଥିଲେ । ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସାମ୍ବାଦିକ ରାଜେନ୍ଦ୍ର ଶତପଥି, ସମ୍ମାନୀତ ଅତିଥି ଭାବେ ଜଗନ୍ନାଥ ବଜାର ବଣିକ ସଂଘ ସଭାପତି ଚନ୍ଦ୍ରଶେଖର ମହାନ୍ତି, ଇଂ ପ୍ରଦୀପ କିଶୋର ଖିଲାର,ଅଶୋକ ଯେନା, ବାସୁଦେବ ପରିଡା ପ୍ରମୁଖ ଯୋଗଦେଇ ଥିଲେ । ପଣ୍ଡିତ ନରନାରାୟଣ ମିଶ୍ର ରାମଚରିତ ମାନସ ଉପରେ ପ୍ରବଚନ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.