Home ଓଡ଼ିଶା ମହାନଦୀରେ ବୁଡ଼ି ସନ୍ତରଣ ପ୍ରଶିକ୍ଷଣ ନେଉଥିବା ଯୁବକଙ୍କ ମୃତ୍ୟୁ

ମହାନଦୀରେ ବୁଡ଼ି ସନ୍ତରଣ ପ୍ରଶିକ୍ଷଣ ନେଉଥିବା ଯୁବକଙ୍କ ମୃତ୍ୟୁ

34

କଟକ, ୧୧/୧୨ (ଓଡ଼ିଆ ପୁଅ /ଅଭୟ ଜେନା) ମହାନଦୀରେ ବୁଡ଼ି ଯୁବକଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ପୀର ବଜାରର ସୋହେଲ ଖାନ। ଯୋବ୍ରା ବ୍ୟାରେଜରେ ବୁଡ଼ି ସେ ନିଖୋଜ ଥିଲେ। ଖୋଜାଖୋଜି କରିବା ପରେ ତାଙ୍କ ମୃତଦେହ ଉଦ୍ଧାର ହୋଇଛି। ଯୋବ୍ରା ବ୍ୟାରଜରେ ସନ୍ତରଣ ଶିଖିବା ବେଳେଏହି ଅଘଟଣ ଘଟିଛି। ଏକ ଘରୋଇ ଅନୁଷ୍ଠାନ ପକ୍ଷରୁ ୨୦ ରୁ ଅଧିକ ଯୁବକଙ୍କୁ ସନ୍ତରଣ ପ୍ରଶିକ୍ଷଣ ଦିଆ ଯାଉଥିଲା। ସୋହେଲର ଗୋଡ଼ ଖସିଯିବାରୁ ସେ ଗଭୀର ପାଣିରେ ବୁଡ଼ିଯାଇଥିଲେ। ଅନ୍ୟମାନେ ତାଙ୍କୁ ଉଦ୍ଧାର ପାଇଁ ଚେଷ୍ଟା କରିଥିଲେ ବି ବିଫଳ ହୋଇଥିଲେ। ସୋହେଲର ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଏସସିବିକୁ ପଠାଯାଇଛି। ସନ୍ତରଣ ପ୍ରଶିକ୍ଷକଙ୍କୁ ପୋଲିସ ଅଟକ ରଖିଛି। ମହାନଦୀରେ ସନ୍ତରଣ ଶିଖାଇବା ପାଇଁ ତାଙ୍କୁ କିଏ ଅନୁମତି ଦେଲା, ସେନେଇ ପଚରାଉଚୁରା କରୁଛି। ସନ୍ତରଣ ଟ୍ରେନିଂ ପାଇଁ ଅନୁମତିକୁ ନେଇ ପ୍ରଶ୍ନ ଉଠିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.