Home ଜିଲ୍ଲା ପରିକ୍ରମା ଜିଲ୍ଲା ସ୍ତରୀୟ କ୍ରୀଡ଼ା ମହୋତ୍ସବ ଉତ୍ସାହ-୨୦୨୨ ଅନୁଷ୍ଠିତ

ଜିଲ୍ଲା ସ୍ତରୀୟ କ୍ରୀଡ଼ା ମହୋତ୍ସବ ଉତ୍ସାହ-୨୦୨୨ ଅନୁଷ୍ଠିତ

36

ପୁରୀ ୧୧/୧୨ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ତାଳବଣିଆ ସ୍ଥିତ କ୍ରିଡ଼ା ବିଭାଗ ଅଧୀନ ଖେଳପଡିଆରେ ପୁରୀ ଜିଲ୍ଲାର ସମସ୍ତ ଶିଶୁ ଯତ୍ନ ଅନୁଷ୍ଠାନର ୯୮ ଜଣ ପ୍ରତିଯୋଗିଙ୍କୁ ନେଇ ଜିଲ୍ଲା ସ୍ତରୀୟ କ୍ରୀଡ଼ା ମହୋତ୍ସବ ଉତ୍ସାହ-୨୦୨୨ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶ୍ରୀ ପ୍ରଦୀପ କୁମାର ସାହୁ, ଅତି ରିକ୍ତ ଜିଲ୍ଲା ପାଳ ଯୋଗ ଦେଇଥିଲେ। ସମ୍ମାନିତ ଅତିଥିମାନଙ୍କ ମଧ୍ୟରେ ଶ୍ରୀ ରବିଶଙ୍କର ପ୍ରତିହାରି ଜିଲ୍ଲା ଆଥଲେଟିକ ଆସୋସିଏସନର ସଂପାଦକ ଶ୍ରୀ ଚନ୍ଦନ କୁମାର ସାହୁ, ଜିଲ୍ଲା କ୍ରୀଡ଼ା ଅଧିକାରୀ ପୁରୀ, ଶ୍ରୀ ଶକ୍ତିପାଦ ମିଶ୍ର, ସଦସ୍ୟ ଶିଶୁ ମଙ୍ଗଳ ସମିତି ପ୍ରମୁଖ ଯୋଗ ଦେଇ ସମସ୍ତ କ୍ରୀଡ଼ା ପ୍ରତିଯୋଗିଙ୍କୁ ଉତ୍ସାହିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରତିଯୋଗୀ ମାନେ ୨୦୦ମିଟର ଦୌଡ, ୧୦୦ମିଟର ଦୌଡ, ଲମ୍ବଡିଆଁ, ଉଚ୍ଚଡିଆଁ, କ୍ୟାରମ, ଚେସ୍, ଫୁଟବଲ ଆଦି ଖେଳରେ ଅଂଶ ଗ୍ରହଣ କରିଥିଲେ। ୨୦୦ମିଟର ଦୌଡ଼ ପ୍ରତିଯୋଗିତାର ବାଳକ ବର୍ଗରେ କବିର ବେହେରା, ଆର ଅଜୟ, ସୂର୍ଯ୍ୟକାନ୍ତ ମଲ୍ଲିକ ଯଥାକ୍ରମେ ୧ମ, ୨ୟ, ୩ୟ ସ୍ଥାନ ଅଧିକାର କରିଥିଲେ। ସେହିପରି ୧୦୦ ମିଟର ଦୌଡ ପ୍ରତିଯୋଗୀତାରେ ବାଳକ ବର୍ଗରେ ସ୍ମରିତ ରଂଜନ ମିଶ୍ର, ସୂର୍ଯ୍ୟକାନ୍ତ ମଲ୍ଲିକ, କବିର ବେହେରା ଓ ବାଳିକା ବର୍ଗରେ ନିଳାବତୀ ବେହେରା, ପୂଜା ବେହେରା, ଜ୍ୟୋସ୍ନା ଦାସ ଯଥାକ୍ରମେ ୧ମ, ୨ୟ, ୩ୟ ସ୍ଥାନ ଅଧିକାର କରିଥିଲେ। ଲମ୍ବଡିଆ଼଼ଁ ବାଳକ ବିଭାଗରେ କବିର ବେହେରା, ସୀତାକାନ୍ତ ମହାରଣା, ଆଲୋକ ସିଂ ଓ ବାଳିକା ବିଭାଗରେ ନିଳାଵତୀ, ଆରତୀ ମୁଁଣ୍ଡା, ନଳିନୀ ବେହେରା ଯଥାକ୍ରମେ ପ୍ରଥମ, ଦ୍ବିତୀୟ, ତୃତୀୟ ସ୍ଥାନ ଅଧିକାର କରିଥିଲେ। ସେହିପରି ଉଚ୍ଚ ଡିଆଁ ବାଳକ ବର୍ଗରେ କବିର ବେହେରା, ସନ୍ତୋଷ ପ୍ରଧାନ, ରାମ ସିଂ ଓ ବାଳିକା ବର୍ଗ ରେ ନିଲାବତୀ ବେହେରା, ଜ୍ୟୋତ୍ସ୍ନା ଦାସ, ଆରତୀ ମୁଣ୍ଡା ଯଥା କ୍ରମେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ। କ୍ୟାରମର ବାଳକ ବର୍ଗ ରେ ଅଜୟ ମଲିକ, ପପୁ ଭୋଳ, ସିଲୁ ପ୍ରଧାନ ଓ ବାଳିକା ବର୍ଗ ରେ ବିଷ୍ଣୁପ୍ରିୟା ମହାରଣା, ସସ୍ମିତା ସିଂ, ଆରତୀ ମୁଣ୍ଡା ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଚେସ ପ୍ରତିଯୋଗିତା ବାଳିକା ବର୍ଗରେ ଲକ୍ଷ୍ମୀପ୍ରିୟା ମହାରଣା, ଶୁଭଶ୍ରୀ ମଲ୍ଲିକ ଓ କାମିନୀ ମଲିକ ଓ ବାଳକ ବର୍ଗରେ ବିଶ୍ୱଜୀତ ସେଠି, ଶାଶ୍ଵତ ରଞ୍ଜନ ମିଶ୍ର, ମଙ୍ଗରାଜ ବେହେରା ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଫୁଟବଲ ଖେଳ ବାଳିକା ବର୍ଗରେ ଉତ୍କଳ ବାଳାଶ୍ରମ ଚମ୍ପିୟାନ ହୋଇଥିବା ବେଳେ ନୀଳାଚଳ ସେବା ପ୍ରତିଷ୍ଠାନ ରନର୍ସ ଅପ ହୋଇଥିଲେ। ସେହିପରି ବାଳକ ବର୍ଗରେ ନୀଳାଚଳ ସେବା ପ୍ରତିଷ୍ଠାନ ଚମ୍ପିୟାନ ହୋଇଥିବା ବେଳେ ଉତ୍କଳ ବାଳାଶ୍ରମ, ପୁରୀ ରନର୍ସ ଅପ ହୋଇଥିଲେ। ସମସ୍ତ କୃତି ପ୍ରତିଯୋଗୀଙ୍କୁ ପ୍ରମାଣ ପତ୍ର, ଟ୍ରଫି ପ୍ରଦାନ କରା ଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଶ୍ରୀ ମନୋଜ କୁମାର ତ୍ରିପାଠୀ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ପରିଚାଳନା କରିଥିବା ବେଳେ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ସମସ୍ତ ଶିଶୁ ଯତ୍ନ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.