Home ଓଡ଼ିଶା ମହାନଦୀରେ ନାହିଁ ବନ୍ୟା

ମହାନଦୀରେ ନାହିଁ ବନ୍ୟା

197

ଭୁବନେଶ୍ଵର, ୧୪ା୮(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ): ମହାନଦୀରେ ସେପରି କିଛି ବଡ଼ ବନ୍ୟା ଆଶଙ୍କା ନାହିଁ ବୋଲି ଆଜି ସୂଚନା ଦେଇଛନ୍ତି ଜଳସମ୍ପଦ ସଚିବ ପ୍ରଦୀପ କୁମାର ଜେନା । ମହାନଦୀରେ ମଧ୍ୟମ ଧରଣର ବନ୍ୟା ସ୍ଥିତି ହେବ । ସେଥିପାଇଁ ଭୟଭିତ ହେବାର ନାହିଁ ବୋଲି ସେ କହିଛନ୍ତି ।

ତେବେ ତଳିଆ ଅଞ୍ଚଳର ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ସେ ଦେଇଛନ୍ତି । ଉପକୂଳ ଓଡ଼ିଶାରେ ବର୍ଷା ନଥିବାରୁ ବନ୍ୟା ସମ୍ଭାବନା କମ୍ ଅଛି । ଗୋଟିଏ ଗେଟ ଦେଇ ହୀରାକୁଦର ବନ୍ୟାଜଳ ନିଷ୍କାସିତ ହେବ । ୨ରୁ ୩ ଘଣ୍ଟା ପରେ ଗେଟ ବନ୍ଦ କରାଯିବ ବୋଲି ଜଳସମ୍ପଦ ସଚିବ କହିଛନ୍ତି । ଆଜି ରାତି ୩ଟା ସୁଦ୍ଧା ମୁଣ୍ଡୁଳିରେ ବନ୍ୟାଜଳ ପହଞ୍ଚିବ । କାଲି ସକାଳ ୯ଟା ସୁଦ୍ଧା ମୁଣ୍ଡଳି ଉପରେ ନଜର ରଖାଯିବ । ତେଲ ନଦୀର ଜଳସ୍ତର କମିବାରେ ଲାଗିଛି । ଖଇରମାଳ ଉପରେ ସତର୍କ ନଜର ରଖାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.