Home ଓଡ଼ିଶା ମହଙ୍ଗା ପଡିଲା ରୋମିଓଗିରି

ମହଙ୍ଗା ପଡିଲା ରୋମିଓଗିରି

263

ପୁରୀ, ୩୦/୧୦, (ଓଡ଼ିଆ ପୁଅ ପି ନାୟକ): ପୁଣି ରୋଡ ରୋମିଓଙ୍କ ରୋମିଓଗିରି। ଆଉ ତା ପରେ ଓଃ କି ମାଡ ! ଠିକ ଏଭଳି ଘଟଣା ପୁରୀ ସତ୍ୟବାଦୀ ଛକ ନିକଟରେ ଦେଖିବାକୁ ମିଳିଛି। ସୂଚନା ଅନୁସାରେ, ଚନ୍ଦନପୁର ଅଞ୍ଚଳର ୩ଜଣ ଯୁବକ କଲେଜ ଛାତ୍ରୀଙ୍କୁ ଦିନ ଦ୍ୱିପହରରେ କମେଣ୍ଟ ମାରିବା ସହ ଗୋଡାଇ ଗୋଡାଇ ମାଡ ମାରି ଫେରାର ହେବାକୁ ବସିଥିଲେ। ମାତ୍ର ଛାତ୍ରୀ ଜଣଙ୍କ ସାହସ ଯୁଟାଇ ଜଣଙ୍କୁ କାବୁ କରିଥିଲେ। ଏହାପରେ ସଂଗେ ସଂଗେ ସ୍ଥାନୀୟ ଲୋକେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଯୁବତୀଙ୍କୁ ସାହାଯ୍ୟ କରିଥିଲେ। ପରେ ଯୁବକଙ୍କ ପିଠିରୁ ଗୋଟିଏ ବି ମାଡ଼ ତଳେ ପଡ଼ିନଥିଲା। ଆଉ ୨ ଜଣ ଫେରାର ହୋଇଯାଇଛନ୍ତି। ପରେ ପୋଲିସ ପହଞ୍ଚି ଯୁବକଙ୍କୁ ଗିରଫ କରିଥିବା ବେଳେ ମଦ ସେ ଏପରି କରିଥିବା କହିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.