Home ଓଡ଼ିଶା ଗୁଣିଗାରେଡ଼ି ପାଇଁ ମହିଳାଙ୍କୁ ହତ୍ୟା ଅଭିଯୋଗ

ଗୁଣିଗାରେଡ଼ି ପାଇଁ ମହିଳାଙ୍କୁ ହତ୍ୟା ଅଭିଯୋଗ

124

ନବରଙ୍ଗପୁର, ୩୦/୧୦, (ଓଡ଼ିଆ ପୁଅ ପି ନାୟକ): ଯୁଗ କେତେ ଆଗକୁ ଗଲାଣି। ହେଲେ ଆଜି ବି କିଛି ଆଦିବାସୀ ଅଞ୍ଚଳରେ ଅନ୍ଧବିଶ୍ୱାସ ନିଜରହକାୟା ମେଲାଇ ରହିଛି। ଲୋକେ ଆଜି ବି ଅନ୍ଧବିଶ୍ବାସକୁ ବିଶ୍ବାସ କରୁଛନ୍ତି। ଠିକ ଏହିଭଳି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ଗୁଜୁମାପଦର ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗୁଣିଗାରେଡି ସନ୍ଦେହରେ ଜଣେ ମହିଳାଙ୍କୁ ହତ୍ୟା କରାଯାଇଥିବା ଖବର ଅଭିଯୋଗ ହୋଇଛି। ତେବେ ମିଳିଥିବା ଅଭିଯୋଗ ଅନୁସାରେ, ଉକ୍ତ ତୁଳାବତୀ ନାମକ ଜଣେ ମହିଳା ତାଙ୍କ ପରିବାର ସହ ଘରେ ଶୋଇଥିବାବେଳେ ବିଳମ୍ବିତ ରାତିରେ ଘରୁ ଡାକି ନେଇ ହଳ ଜୁଆଡି ସାହାଯ୍ୟରେ ଅତି ଅମାନୁଷିକ ଭାବେ ହତ୍ୟା କରିଛନ୍ତି ଧାନୁ ସାନ୍ତା ଏବଂ ରାଧ ସାନ୍ତା। ତୁଳାବତୀଙ୍କୁ ବଞ୍ଚାଇବାଙ୍କୁ ଆସି ତାଙ୍କ ବୋହୂ ଟିକମ ସାନ୍ତା ମଧ୍ୟ ଟାଙ୍ଗିଆ ଚୋଟରେ ଗୁରୁତର ହୋଇଛନ୍ତି।ତୁଲାବତୀ ସାନ୍ତାଙ୍କ ପରିବାରକୁ ଦୀର୍ଘଦିନ ଧରି ଗ୍ରାମବାସୀ ଗୁଣି ଗାରେଡି ସନ୍ଦେହରେ ନିଆଁ ପାଣିରୁ ବାସନ୍ଦ କରି ଏକ ଘରିଆ କରିଦେଇଥିଲେ। କିଛିଦିନ ହେବ ଧାନୁ ସାନ୍ତା ଏବଂ ରାଧ ସାନ୍ତାଙ୍କ ପରିବାର ଲୋକଙ୍କ ଦେହ ଅସୁସ୍ଥ ରହି ଆସୁଥିଲା। ଉକ୍ତ ଘଟଣାକୁ ଭିତ୍ତି କରି ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ଏନେଇ ପରିବାର ପକ୍ଷରୁ ମୈଦଲପୁର ଥାନାରେ ଏତଲା ଦିଆଯାଇଥିଲା। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଶବକୁ ଜବତ କରବା ସହ ତଦନ୍ତ ଆରମ୍ଭ କରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.