Home ଓଡ଼ିଶା ଜବତ ହେଲା ଦେଶୀ ମଦ; ୩ ଗିରଫ

ଜବତ ହେଲା ଦେଶୀ ମଦ; ୩ ଗିରଫ

373

ବାଲେଶ୍ଵର, ୩୦/୧୦, (ଓଡ଼ିଆ ପୁଅ ପି ନାୟକ):ପୁଣି ଜବତ ହୋଇଛି ଦେଶୀ ଓ ବିଦେଶୀ ମଦ। ବାଲେଶ୍ଵର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ଜଳେଶ୍ୱର ଏବଂ ବାଲେଶ୍ୱର ଅବକାରୀ ବିଭାଗ ପକ୍ଷରୁ ମିଳିତ ଚଢଉ କରାଯାଇ ପ୍ରାୟ ୫୪ଲିଟର ଦେଶୀ ଏବଂ ବିଦେଶୀ ମଦ ଜବତ କରାଯାଇଛି। ଏହା ସହିତ ଏହି ଘଟଣାରେ ସଂପୃକ୍ତ ୩ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ସୂଚନା ରହିଛି। ପୋଲିସର ସୂଚନା ଅନୁଯାୟୀ, ଜଳେଶ୍ୱର ଥାନା ଅନ୍ତର୍ଗତ ଲକ୍ଷ୍ମଣନାଥ ଏବଂ ଗୋବରଘାଟା ଇତ୍ୟାଦି ଅଞ୍ଚଳରେ ବେଆଇନ ଭାବରେ ମଦ ବିକ୍ରି ହେଉଥିବା ନେଇ ଅଭିଯୋଗ ହୋଇଥିଲା। ଏହାପରେ ଆଜି ଏହି ଚଢଉ କରାଯାଇଛି ବୋଲି ଜଳେଶ୍ୱର ଅବକାରୀ ବିଭାଗର ଓଆଇସି ହରପ୍ରସାଦ ରଣା କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.