Home ଜିଲ୍ଲା ପରିକ୍ରମା ମର୍ମଦୁନ୍ତ ସଡକ ଦୁର୍ଘଟଣା; ୨ ମୃତ, ଜଣେ ଆହତ

ମର୍ମଦୁନ୍ତ ସଡକ ଦୁର୍ଘଟଣା; ୨ ମୃତ, ଜଣେ ଆହତ

67

ଭଦ୍ରକ, ୧୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥର କହରାପୋଖରୀଶାସନ ହୋଟେଲ ଏନ.ଏଚ.କିଙ୍ଗ ସମ୍ମୁଖରେ ଗତକାଲି ରାତ୍ରରେ ମର୍ମଦୁନ୍ତ ସଡକ ଦୁର୍ଘଟଣା ହୋଇ ଦୁଇଜଣ ଯୁବକ ମୃତ୍ୟୁବରଣ କରିଥିବା ବେଳେ ଜଣେ ଗୁରୁତର ଆହତ କଟକ ବଡମେଡିକାଲରେ ଚିକିତ୍ସିତ ହେଉଥିବା ଜଣାଯାଇଛି । ରାତ୍ର ପ୍ରାୟ ୧୦.୪୫ ମି. ସମୟରେ ଭଦ୍ରକ ଆଡୁ ଓଡି ୨୨ ପି ୪୬୨୩ ନଂ ବାଇକରେ ନିଶାଗ୍ରସ୍ତ ଅବସ୍ଥାରେ ଘରକୁ ଫେରୁଥିବା ସ୍ଥାନୀୟ ଦକ୍ଷିଣବାଡ ଗ୍ରାମର ପିତାମ୍ବର ବିଶ୍ୱାଳ(୩୫), ଦେବେଶ ସାହୁ (୨୧) ଓ ଚନ୍ଦ୍ରଭାନୁପୁର ଗ୍ରାମର ଦୀପକ ପାତ୍ର(୨୫) ହୋଟେଲ ସମ୍ମୁଖରେ ଛିଡା ହୋଇଥିବା ଟକ୍ରର ପଛକୁ ଦ୍ରୁତବେଗରେ ଧକ୍କା ଦେଇଥିଲେ । ତିନିଜଣ ଯାକ ରାସ୍ତାକୁ ଛିଟିକି ପଡି ରକ୍ତ ଜୁଡୁବୁଡୁ ହୋଇଥିଲେ । ରାସ୍ତାର ଅପରପାଶ୍ୱର୍ରେ ଥିବା ଦମକଳକେନ୍ଦ୍ର କର୍ମଚାରୀମାନେ ଅଧିକାରୀ ରମାକାନ୍ତ ମଲ୍ଲିକଙ୍କ ନେତୃତ୍ୱରେ ଉଦ୍ଧାର କରି ଭଦ୍ରକ ଚିକିତ୍ସା ପାଇଁ ନେଇଥିଲେ । ସେଠାରେ ଡାକ୍ତର ପିତାମ୍ବର ଓ ଦୀପକକୁ ମୃତ ଘୋଷଣା କରିଥିଲେ । ମୁଣ୍ଡରେ ଗୁରୁତର ଆଘାତପ୍ରାପ୍ତ ଦେବେଶକୁ ପ୍ରାଥମିକ ଚିକିତ୍ସା ପରେ କଟକ ପଠାଇ ଦିଆଯାଇଥିଲା । ଟ୍ରକଟି ଆଖିପିଛୁଳାକେ ଘଟଣାସ୍ଥଳରୁ ଖସି ପଳାଇ ଯିବାକୁ ସକ୍ଷମ ହୋଇଥିଲା । ଆଜି ମୃତ ପିତାମ୍ବର ଭାଇ ମାୟାଧରଙ୍କ ଅଭିଯୋଗ କ୍ରମେ ଥାନାରେ ୨୩୩/୨୧ନଂ ମାମଲା ଋଜୁ ହୋଇ ଶବ ବ୍ୟବଚ୍ଛେଦ କରାଯାଇଥିଲା । ଅପରାହ୍ନରେ ଶବ ଦ୍ୱୟକୁ ନିଜ ନିଜ ଗ୍ରାମରେ ଶୋକାକୂଳ ପରିବେଶରେ ଅନ୍ତିମ ସଂସ୍କାର କରାଯାଇଛି । ଆହତ ଦେବେଶ ସଙ୍କଟାପନ୍ନ ଥିବା ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.