Home ଅପରାଧ ହୋଟେଲ ମାଲିକ ଙ୍କ ଦବଙ୍ଗ ଗିରି

ହୋଟେଲ ମାଲିକ ଙ୍କ ଦବଙ୍ଗ ଗିରି

82

ହାତଡ଼ିହି-୧୧/୯/ (ଓଡ଼ିଆପୁଅ/ ବିକାଶ ବିଶ୍ୱାଳ) ମାତ୍ର ୫ ଟଙ୍କା ପାଇଁ ହୋଟେଲ ମାଲିକ ଏବଂ ପୁଅ ମିଶି ଜଣେ ଗ୍ରାହକ ଙ୍କୁ ବିଚ ରାସ୍ତା ଉପରେ ଅମାନୁଷିକ ଭାବେ ନିର୍ଦ୍ଧୁମ ପିଟିଲେ । ଗ୍ରାହକ ଜଣଙ୍କ ଗୋଡ଼ ହାତ ଧରି ଯେତେ ନେହୁରା ହେଲେ ମଧ୍ୟ ନିଷ୍ଠୁର ବାପା ପୁଅ ଶୁଣି ନ ଥିଲେ । ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଘସିପୁରା ବଜାର ଲକ୍ଷ୍ମୀ ବଜାର ରେ । ଘସିପୁରା ଲକ୍ଷ୍ମୀ ବଜାର ରେ ଥିବା ମା ହୋଟେଲ କୁ ଆଜି ମଧ୍ଧାହ୍ନ ରେ ଜିତେନ୍ଦ୍ର ଦେହୁରୀ ଖାଇବାକୁ ଯାଇଥିଲେ । ସେଠାରେ ସେ ଭାତ, ଡାଲି ତରକାରୀ ଏବଂ ଖଟା ଖାଇଥିଲେ ସେଥିପାଇଁ ହୋଟେଲ ମାଲିକ ତାଙ୍କୁ ୪୫ ଟଙ୍କା ଦେବା ପାଇଁ କହିଥିଲେ । ଜିତେନ୍ଦ୍ର ପାଖରେ ଥିବା ୪୦ ଟଙ୍କା ଦେଇ ବାକି ୫ ଟଙ୍କା ସନ୍ଧ୍ୟା ରେ ଦେବା କୁ କହିଥିଲେ । ଏନେଇ ଉଭୟ ଙ୍କ ମଧ୍ୟରେ ବଚସା ହୋଇଥିଲା । ଏଥିରେ ରାଗିଯାଇ ହୋଟେଲ ମାଲିକ ଏବଂ ତାଙ୍କ ପୁଅ ଜିତେନ୍ଦ୍ର ଙ୍କୁ ବିଚ ରାସ୍ତା ଉପରେ ଅତି ଅମାନୁଷିକ ଭାବେ ନିର୍ଦ୍ଧୁମ ପିଟିଥିଲେ । ଯାହାର ଭିଡିଓ ଏବେ ଭାଇରାଲ ହୋଇ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଛି । ଜିତେନ୍ଦ୍ର ଏନେଇ ଘସିପୁରା ଥାନା ରେ ଅଭିଯୋଗ କରିଛନ୍ତି । ଥାନା ଏସ୍ ଆଇ ମାନସ ରଞ୍ଜନ ପଣ୍ଡା ଘଟଣା ର ତଦନ୍ତ କରୁଥିବା ବେଳେ ସନ୍ଧ୍ୟାରେ ପୁଲିସ ହୋଟେଲ ମାଲିକ ଙ୍କୁ ଉଠାଇ ନେଇଥିବା ଜଣାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.