Home ଜିଲ୍ଲା ପରିକ୍ରମା ବିପୁଳ ମଦ ଜବତ ଜଣେ ଗିରଫ

ବିପୁଳ ମଦ ଜବତ ଜଣେ ଗିରଫ

273

ଭଦ୍ରକ, ୧୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ଅଂଚଳର ଦିନକୁ ଦିନ ଚୋରା ମଦ ସାଂଗକୁ ଗଞ୍ଜେଇ ଓ ଧଳା ଜହର ବେଆଇନ ଭାବରେ ବିକ୍ରି କରାଯାଉଥିବାରୁ ସରକାରୀ ରାଜସ୍ୱ ହାନୀ ହେଉଥିବାବେଳେ ଚୋରା ମଦବେପାରି ମାନେ ମାଲେମାଲ ହେଉଛନ୍ତି । ଏନେଇ ଅବକାରୀ ବିଭାଗ ସମ୍ପୁର୍ଣ୍ଣ ଭାବରେ ଚୁପ୍ ରହୁଥିବାବେଳେ ପୋଲିସ କାଁ ଭାଁ ମଦ ବେପାରି ମାନଙ୍କୁ ଧରିବାରେ ସଫଳ ହେଉଛନ୍ତି । ପ୍ରକାଶ ଥାଉକି ଗତକାଲି ଧାମନଗର ପୋଲିସ ମଧ୍ୟ ଚୋରାମଦ ବେପାରିଙ୍କୁ ଧରିବାରେ ସକ୍ଷମ ହେଉଛନ୍ତି । ଧାମନଗର ଥାନା ଅଧିକାରୀ ପ୍ରଦୀପ କୁମାର ମହନ୍ତଙ୍କ ନିର୍ଦ୍ଦେଶ କ୍ରମେ ଗତକାଲି ଏସ୍‌ଆଇ ମୋନାଲିସା ପ୍ରଧାନ ଓ ମୋତିଲାଲ ମାରାଣ୍ଡି ଏବଂ ଥାନାର କର୍ମଚାରୀଙ୍କ ସହ କଲ୍ୟାଣୀନଗରୀର ଅନାମ ପାଲଙ୍କ ପୁଅ ପିତାମ୍ବର ପାଲ (୪୯) ନନ୍ଦ ବଜାର ଠାରେ ଏକ କୁକୁଡ଼ା ଦୋକାନ କରି ସେଠାରେ ଚୋରାମଦ କାରବାର କରୁଥିବାର ଖବରପାଇ ଚଢାଉ କରିଥିଲେ । ସେଠାରୁ ବିପୁଳ ୁଦେଶି ମଦ ଜବତ କରିବା ସହିତ ମଦବେପାରି ଶ୍ରୀ ପାଲକୁ ଗିରଫ କରିଥିଲେ । ଏ ସମ୍ପର୍କରେ ଥାନା କେସ ନଂ ୨୫୧/୨୧ରେ ଏକ ମାମଲା ମଧ୍ୟ ରୁଜୁ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.