Home ଓଡ଼ିଶା ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ୨ ମୃତ

ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ୨ ମୃତ

43

ଭଦ୍ରକ, ୨୪ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକର ୧୬ ନଂ ଜାତୀୟ ରାଜପଥ ବିଷ୍ଣୁପୁର ଛକ ନିକଟରେ ଆଜି ମର୍ମଦୁନ୍ତ ସଡକ ଦୁର୍ଘଟଣା ଘଟି ୨ ଜଣ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ୨ ଜଣ ଆହତ ହୋଇଥିବା ଜଣାଯାଇଛି। ଦିନ ପ୍ରାୟ ୧.୩୦ ସମୟରେ ପୁରୀ ଅଭିମୁଖି ଡବ୍ଲୁ ବି.୦୨. ଏ.ଏନ ୭୯୪୫ ନଂ ଦ୍ରୁତଗାମୀ କାର ସମାନ ଦିଗରେ ଯାଇଥିବା ଏକ ଅଜଣା ଡମ୍ଫରକୁ ପଛରୁ ଧକ୍କା ଦେଇଥିଲା। ଫଳରେ କାର ସମ୍ମୁଖ ଭାଗ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଥିଲା। ସ୍ଥାନୀୟ ଲୋକେ କାର ଆରୋହୀଙ୍କୁ ଉଦ୍ଧାର କରି ଭଦ୍ରକ ମେଡିକାଲ ପଠାଇଥିଲେ। ସେଠାରେ ଡାକ୍ତର ଦୁଇଜଣଙ୍କୁ ମୃତ ଘୋଷଣା କରିଥିଲେ। ମୃତକମାନେ ହେଲେ ପଶ୍ଚିମବଙ୍ଗ ମାଣିକତାଲା ଅଞ୍ଚଳର ଶୁଭଜିତ ବିଶ୍ୱାସ (୫୮) ଓ ଅରୁଣ ମୁଖାର୍ଜ୍ଜୀ (୫୬)ଥାନା ଅନ୍ତର୍ଗତ ଓ। କାର ଚାଳକ ସଞ୍ଜିବ ଶାହା ଓ ଅନ୍ୟଜଣେ ସହଯାତ୍ରୀ ଅର୍ଜିତ ଦତ୍ତ ସାମାନ୍ୟ ଆହତ ହୋଇଥିବା ଜଣାଯାଇଛି। ଦୁର୍ଘଟଣା ଯୋଗୁଁ ରାଜପଥରେ କିଛି ସମୟ ପାଇଁ ଯାନବହାନ ଚଳାଚଳ ବ୍ୟାହତ ହୋଇଥିଲା। ଡମ୍ଫର ଘଟଣାସ୍ଥଳରୁ ପଳାଇ ଯାଇଥିବା ବେଳେ ଦୁର୍ଘଟଣାଗ୍ରସ୍ତ କାର କୁ ରାଜପଥ କତ୍ତୃପକ୍ଷ ରାସ୍ତା ଉପରୁ ହଟାଇ ଦେବା ଫଳରେ ଯାନବାହନ ଚଳାଚଳ ସ୍ୱାଭାବିକ ହୋଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.