Home ଜିଲ୍ଲା ପରିକ୍ରମା ଅବହେଳିତ ଗଙ୍ଗେଶ୍ୱର ମନ୍ଦିର ପାଇଁ ବିଧାୟକଙ୍କ ପଦକ୍ଷେପ

ଅବହେଳିତ ଗଙ୍ଗେଶ୍ୱର ମନ୍ଦିର ପାଇଁ ବିଧାୟକଙ୍କ ପଦକ୍ଷେପ

32

ନୟାଗଡ଼ ୨୪/୦୭ (ଓଡ଼ିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) – ନୟାଗଡ ଜିଲ୍ଲା ରଣପୁର ଅଂଚଳ ରାଜରାଜୁଡା ଅମଳରୁ ମନ୍ଦିର ମାଳିନୀ ନଗରୀ ଭାବରେ ପରିଚିତ। ସେ ମଧ୍ୟରେ ରହିଥିଲା ବନ୍ଧମୁଣ୍ଡା ଗଙ୍ଗବଂଶୀୟ ଗଙ୍ଗେଶ୍ୱର ମନ୍ଦିର। ଯାହାକି ଲୋକ କଥା ଅନୁଯାଇ ବ୍ରିଟିଶ ସରକାରଙ୍କ ଦ୍ୱାରା ଭାଙ୍ଗି ଦିଆଯାଇଥିଲା। ଯାହାଫଳରେ ବହୁ ଗଙ୍ଗବଂଶୀୟ ପ୍ରାଚିନ କିର୍ତ୍ତିରାଜି ଏଣେ ତେଣେ ବିଛୁଡିତ ହୋଇ ପଡ଼ିରହିଥିଲା। ଯାହାର ରକ୍ଷଣା ବେକ୍ଷଣ ପାଇଁ ପ୍ରତ୍ନତତ୍ୱ ବିତ୍ ଆରମ୍ଭ କରି ଗଣମାଧ୍ୟମ ପ୍ରତିନିଧିମାନେ ବିଶେଷ ଭାବରେ ଚିନ୍ତାକରି ଖବର ପ୍ରକାଶନ କରି ଆସୁଥିଲେ। ସ୍ଥାନୀୟ ବନ୍ଧମୁଣ୍ଡା ପଞ୍ଚାୟତ ବାସୀ ପ୍ରାଚୀନ କିର୍ତ୍ତିରାଜିର ସୁରକ୍ଷା ପାଇଁ ପ୍ରତ୍ନତତ୍ୱ ବିଭାଗ ର ବାରମ୍ବାର ଦୃଷ୍ଟି ଆକର୍ଷଣ କରିଆସୁଥିଲେ।

କିନ୍ତୁ ପ୍ରତ୍ନତତ୍ୱ ବିଭାଗ ନିଦରେ ଶୋଇ ରହିଥିଲେ। ସ୍ଥାନୀୟ ବନ୍ଧମୁଣ୍ଡା ବାସୀ ଗଙ୍ଗେଶ୍ୱର ମନ୍ଦିରର ପୁନରୁଦ୍ଧାର ପାଇଁ ବିଧାୟକଙ୍କ ନିକଟରେ ଅନୁରୋଧ କରିବା ପରେ ବିଧାୟକ ବିଭାଗୀୟ ମନ୍ତ୍ରୀଙ୍କ ମାଧ୍ୟମରେ ପ୍ରତ୍ନତତ୍ୱ ବିଭାଗର ଦୃଷ୍ଟି ଆର୍କଷଣ କରିଥିଲେ। ବିଧାୟକଙ୍କ ପ୍ରଚେଷ୍ଟାରେ ଗଙ୍ଗେଶ୍ୱର ମନ୍ଦିରର ପ୍ରାଚିନ କିର୍ତ୍ତିରାଜି ଉଦ୍ଧାର ପାଇଁ ୫ ଲକ୍ଷ ଟଙ୍କା ପ୍ରତ୍ନତତ୍ୱ ବିଭାଗ ବ୍ୟୟ ବରାଦ କରିଥିବା ଜଣାପଡ଼ିଛି। ତେଣୁ ବନ୍ଧମୁଣ୍ଡା ଗ୍ରାମପଞ୍ଚାୟତ ସରପଞ୍ଚ କଳ୍ପନା ପ୍ରଧାନ, ପୂର୍ବତନ ସରପଞ୍ଚ ଅଜୟ ପ୍ରଧାନ ଓ ପଞ୍ଚାୟତ ବାସୀ ବିଧାୟକ ସତ୍ୟ ନାରାୟଣ ପ୍ରଧାନଙ୍କୁ କୃତଜ୍ଞତା ଜଣାଇଥିବା ଜଣାପଡ଼ିଛି।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.