Home ଓଡ଼ିଶା ମମିତା ମେହେର ହତ୍ୟାକାଣ୍ଡ ବିରୋଧରେ ସିପିଆଇଏମ ଦଳ ପକ୍ଷରୁ ପ୍ରତିବାଦ ସଭା

ମମିତା ମେହେର ହତ୍ୟାକାଣ୍ଡ ବିରୋଧରେ ସିପିଆଇଏମ ଦଳ ପକ୍ଷରୁ ପ୍ରତିବାଦ ସଭା

33

ମାଲକାନଗିରି,୨୩ା୧୦(ଓଡିଆ ପୁଅ ) କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ଠାରେ ଏକ ଘରୋଇ ଶିକ୍ଷାନୁଷ୍ଠାନ ର ମାଲିକ ଙ୍କ ଦ୍ୱାରା ଜଘନ୍ୟ ହତ୍ୟା କାଣ୍ଡ ରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ହାତ ଥିବାରୁ ତାଙ୍କ ୁବିହିସ୍କାର କରିବା ସହ ଏଥିରେ ସଂପୃକ୍ତ ଥିବା ଅନ୍ୟମାନଙ୍କୁ ଗିରଫ ଦାବିନେଇ ମାଲକାନଗିରି ଜିଲ୍ଲା ସିପିଆଇଏମ ଦଳ ପକ୍ଷରୁ ବିକ୍ଷୋଭ ଓ ଶୋଭାଯାତ୍ରା କରାଯାଇଛି । ଓଡିଶା ରାଜ୍ୟ ସିପିଆଇଏମ କମିଟି ସଂପାଦକ ଅଳିକିଶୋର ପଟନାୟକ ଙ୍କ ନିର୍ଦ୍ଦେଶ କ୍ରମେ ଆଜି ସକାଳେ ମାଲକାନଗିରି ଜିଲ୍ଲା କୋରକୁଣ୍ଡା ବସଷ୍ଟାଣ୍ଡ ଠାରୁ ଜିଲ୍ଲା ସିପିଆଇ ଏମ ଦଳର ସଂପାଦକ ବ୍ରଜମାଝୀଙ୍କ ନେତୃତ୍ୱରେ ଶହ ଶହ ସଂଖ୍ୟାରେ ସିପିଆଇ କର୍ମୀ ଓ ନେତା ମାନେ ଏକ ସୋଭାଯାତ୍ରାରେ ସହର ପରିକ୍ରମା କରି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ସଭା କରିଥିଲେ । ଏହି ପ୍ରତିବାଦ ସଭାରେ ସିପିଆଇଏମ କମଟିର ଭୁପେଶ କର୍ମକାର,କୁଷ୍ଣ ପାଣ୍ଡି,ଦେବେନ୍ଦ୍ର ପଡିଆମି,ବଧୁଂ ମାଝୀ,ନିଧି ହନ୍ତାଳ,ଅଭି ହନ୍ତାଳ,ପଦେ ପଡିଆମି,ଜୟନ୍ତି ବାର୍ସେ,ପାର ପଡିଆମି ପ୍ରମୁଖ ସିପିଆଇଏମ ନେତା ଓ କର୍ମୀ ମାନେ ଉପସ୍ଥିତ ଥିଲେ ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.