Home ଜିଲ୍ଲା ପରିକ୍ରମା ମମିତା ମେହେର ହତ୍ୟାକାଣ୍ଡର ବିଚାର ବିଭାଗୀୟ ତଦନ୍ତ ଦାବି

ମମିତା ମେହେର ହତ୍ୟାକାଣ୍ଡର ବିଚାର ବିଭାଗୀୟ ତଦନ୍ତ ଦାବି

32

ଭଦ୍ରକ, ୨୨ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କଳାହାଣ୍ଡି ମହାଲିଙ୍ଗ ସ୍ଥିତ ଘରୋଇ ଶିକ୍ଷାନୁଷ୍ଠାନର ଶିକ୍ଷୟତ୍ରୀ ମମିତା ବେହେରାଙ୍କ ଜଘନ୍ୟ ହତ୍ୟା ଘଟଣା ସମଗ୍ର ରାଜ୍ୟକୁ ସ୍ତବ୍ଧ କରି ଦେଇଛି । ଏହି ଘଟଣାର ବିଚାର ବିଭାଗୀୟ ତଦନ୍ତ ଦାବି କରିଛି ଅଖିଳ ଭାରତୀୟ ଗଣତାନ୍ତ୍ରୀକ ମହିଳା ସମିତି । ଏଥି ସହ ଦୋଷୀଙ୍କୁ ଦଣ୍ଡବିଧାନ ସହ ହତ୍ୟାର ଶୀକାର ଶିକ୍ଷୟତ୍ରୀଙ୍କ ପରିବାରକୁ ଏକ କୋଟି ଟଙ୍କା କ୍ଷତିପୂରଣ ଦେବାକୁ ସମିତି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥିବା ସ୍ମାରକପତ୍ରରେ ଦାବି କରାଯାଇଛି । ସଂଗଠନର ଜିଲ୍ଲା ସମିତିର ପ୍ରଭାତୀ ଜେନା, ମମତା ଜେନା, ସଂଜିତା ମହାପାତ୍ର, ସୁଜାତା ନାୟକ, ସମୁତୀ ନାୟକ, ପ୍ରଭାତ ନଳିନୀ ମହାନ୍ତି, ବିଜୟଲକ୍ଷ୍ମୀ ବାରିକ, ସୀତାରାଣୀ ଦାସ, ବାସନ୍ତୀଲତା ବେହେରା ପ୍ରମୁଖ ପ୍ରଦାନ କରିଥିବା ଦାବିପତ୍ର ଅନୁଯାୟୀ ମହାଲିଙ୍ଗ ଠାରେ ଘଟିଥିବା ଏହି ଘଟଣା ଅତ୍ୟନ୍ତ ଲଜ୍ୟାଜନକ । ଉକ୍ତ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇଥିବା ଗୋବିନ୍ଦ ସାହୁଙ୍କ ସହ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓ ଅନ୍ୟ କେତେକ ମନ୍ତ୍ରୀଙ୍କ ସମ୍ପର୍କ ଆଜି ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି । ତେଣୁ ଘଟଣାର ନିରପେକ୍ଷ ତଦନ୍ତ କରିବା ସହ ଦୋଷୀଙ୍କୁ କଠୋର ଦଣ୍ଡ, ମନ୍ତ୍ରୀ ଶ୍ରୀ ମିଶ୍ରଙ୍କୁ ବହିଷ୍କାର ଓ ଗିରଫ କରିବା, ହାଇକୋର୍ଟ ଜଜଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱବଧାନରେ ଏସଆଇଟି ତଦନ୍ତ, ମନ୍ତ୍ରୀଙ୍କୁ ତଦନ୍ତ ପରିସରଭୂକ୍ତ କରିବା, ହତ୍ୟାର ଶୀକାର ମମିତାଙ୍କ ପରିବାରକୁ ଏକ କୋଟି ଟଙ୍କାର ସହାୟତା ଦେବାକୁ ସମିତି ପକ୍ଷରୁ ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.