Home ଜିଲ୍ଲା ପରିକ୍ରମା ମମିତା ମେହେରଙ୍କ ହତ୍ୟା ପ୍ରତିବାଦରେ ରାଜରାସ୍ତାକୁ ଓହ୍ଲାଇଲା ଭଦ୍ରକ ଯୁବମୋର୍ଚ୍ଚା, ମନ୍ତ୍ରୀ ଦିବ୍ୟଶଙ୍କରଙ୍କର କୁଶ ପୁତ୍ତଳିକା...

ମମିତା ମେହେରଙ୍କ ହତ୍ୟା ପ୍ରତିବାଦରେ ରାଜରାସ୍ତାକୁ ଓହ୍ଲାଇଲା ଭଦ୍ରକ ଯୁବମୋର୍ଚ୍ଚା, ମନ୍ତ୍ରୀ ଦିବ୍ୟଶଙ୍କରଙ୍କର କୁଶ ପୁତ୍ତଳିକା ଦାହ ସହ ରାଜ୍ୟ ସରକାରଙ୍କୁ କଲା ତୀବ୍ର ନିନ୍ଦା

53

ଭଦ୍ରକ, ୨୦ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବହୁ ଚର୍ଚ୍ଚିତା ମହାଲିଙ୍ଗ ମହାବିଦ୍ୟାଳୟର ଅଧ୍ୟକ୍ଷା ମମିତା ମେହେରଙ୍କର ଅପହରଣ ହତ୍ୟା ପ୍ରତିବାଦରେ ଭାରତୀୟ ଜନତା ଯୁବ ମୋର୍ଚ୍ଚା, ଭଦ୍ରକ ପକ୍ଷରୁ ଏକ ବିଶାଳ ଶୋଭାଯାତ୍ରା ହେବା ସହ ହତ୍ୟା, ଧର୍ଷଣ ଘଟଣାର ସଂପୃକ୍ତ ଥିବା ଓଡିଶାର ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କର ଇସ୍ତଫା ଦାବି ସହିତ ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିଛି । ଓଡିଶାରେ ଦିନକୁ ଦିନ ବଢ଼ିଚାଲିଥିବା ନାରୀ ନିର୍ଯ୍ୟାତନା, ଅପହରଣ, ଧର୍ଷଣ ଓ ହତ୍ୟା ଘଟଣାକୁ ଯୁବମୋର୍ଚ୍ଚା ତୀବ୍ର ନିନ୍ଦା କରିଛି । ଶହ ଶହ ସଂଖ୍ୟାର ଯୁବମୋର୍ଚ୍ଚା କାର୍ଯ୍ୟକର୍ତ୍ତା ସହରର ଗାନ୍ଧୀ ପଡିଆରୁ ବିଶାଳ ଶୋଭାଯାତ୍ରାରେ ଆସି ଟାଉନହଲ ଛକ ନିକଟରେ ଏକ ପଥପ୍ରାନ୍ତ ସଭା ହେବା ସହ ବିଭିନ୍ନ ସ୍ଲୋଗାନ ମମିତା ମେହେରଙ୍କୁ ନ୍ୟାୟ ମିଳୁ, ଶିକ୍ଷାଳୟକୁ ବେଶ୍ୟାଳୟ କରୁଥିବା ବିଜେଡି ସରକାର ମୁର୍ଦ୍ଦାବାଦ, ନାରୀ ଧର୍ଷଣର ସୀମା ଅତିକ୍ରମ କରିଥିବା ଓଡିଶାର ବିଜେଡି ସରକାର ଗାଦିଛାଡି ଆଦି ନାରା ସହିତ ମହାଲିଙ୍ଗ ହତ୍ୟା ଘଟଣାର ସିଧାସଳଖ ସଂପୃକ୍ତି ପାଇଁ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କର କୁଶପୁତ୍ତଳିକା ଦାହ କରାଯାଇଥିଲା । ମନ୍ତ୍ରୀ ଇସ୍ତଫା ଦେବା ସହ ଗିରଫ ନହେବା ପର୍ଯ୍ୟନ୍ତ ଏ ଆନ୍ଦୋଳନ ଆହୁରି ବ୍ୟାପକ କରାଯିବ ବୋଲି ଯୁବମୋର୍ଚ୍ଚାର ରାଜ୍ୟ ସଂଯୋଜକ ସୂର୍ଯ୍ୟବଂଶୀ ସ୍ୱରଜ ଓଡିଶା ସରକାରଙ୍କୁ ଚେତାବନୀ ଦେଇଥିଲେ । ନାରୀକୁ ଅସମ୍ମାନ, ନାରୀ ହତ୍ୟାକାରୀ ବିଜେଡି ସରକାରର ଅସଲ ଚେହେରା ଗାଁ ଗାଁ ପର୍ଯ୍ୟନ୍ତ ନିଆଯିବ ବୋଲି ଯୁବ ମୋର୍ଚ୍ଚାର ପୂର୍ବତନ ଜିଲ୍ଲା ସଭାପତି ସୁରେଶ ସାମଲ କହିଥିଲେ । ଏହି ଶୋଭାଯାତ୍ରାରେ ବିଜେପିର ବରିଷ୍ଠ ନେତା ଶରତ ପଢ଼ିଆରୀ, ତପନ ମହାନ୍ତି, ଭଗବାନ ପଣ୍ଡା, ଦେବାଂଶୁ ରାଉତ, ସରୋଜ ରାଉତ, ମିଲନ ବଳ, ଦେବବ୍ରତ ଦାସ, ମୋକେଶ ବାରିକ, ସୁଧିର ଦ୍ୱିବେଦୀ, କାହ୍ନା ଖୁଣ୍ଟିଆ, ଚନ୍ଦନ ରାଉତ, ରଜତ ଲେଙ୍କା, ଶୁଭଙ୍କର ନାୟକ, ଗୌରାଙ୍ଗ ନାୟକ, ଚନ୍ଦନ ଦାସ, ବିଜୟ ବେହେରା ପ୍ରମୁଖ ନେତୃତ୍ୱ ନେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.