Home ଜିଲ୍ଲା ପରିକ୍ରମା ପ୍ରାକ୍ତନ ବିଧାୟକ ରତ୍ନାକର ମହାନ୍ତିଙ୍କୁ ଶ୍ରଦ୍ଧାଞ୍ଜଳି

ପ୍ରାକ୍ତନ ବିଧାୟକ ରତ୍ନାକର ମହାନ୍ତିଙ୍କୁ ଶ୍ରଦ୍ଧାଞ୍ଜଳି

31

ଭଦ୍ରକ, ୨୦ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକର ପ୍ରାକ୍ତନ ବିଧାୟକ ୰ ରତ୍ନାକର ମହାନ୍ତିଙ୍କ ୨୦ତମ ଶ୍ରାଦ୍ଧ ବାର୍ଷିକୀ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ କମିଟିର ସଭାପତି ଡା. ରବି ନାରାୟଣ ମହାପାତ୍ରଙ୍କ ସଭାପତିତ୍ୱରେ ଏକ ଶ୍ରଦ୍ଧାଞ୍ଜଳି ସଭା ତାଙ୍କ ପୈତୃକ ଗ୍ରାମ କୋଡବରୁଆଁ ଠାରେ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ବହୁ ବୁଦ୍ଧିଜୀବୀ, ସ୍ଥାନୀୟ ସର୍ବ ସାଧାରଣ, ପରିବାରବର୍ଗ ଓ ଆତ୍ମୀୟ ସ୍ୱଜନ ଓ ସ୍ମୃତି କମିଟିତର କର୍ମକର୍ତ୍ତା ଉପସ୍ଥିତ ରହି ଏକ ସଂକୀର୍ତ୍ତନ ଶୋଭାଯାତ୍ରାରେ ପ୍ରତିମୂର୍ତ୍ତୀ ସ୍ଥଳକୁ ଯାଇ ୰ ମହାନ୍ତିଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପର କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଏଥିରେ ସ୍ମୃତି କମିଟିର ସଂପାଦକ ପ୍ର. ଅଟଳ ବିହାରୀ ନାୟକ, ବିଜୁ ଜନତା ଦଳର ସାଧାରଣ ସଂପାଦିକା ଆଇନଜୀବୀ ଅମିତାବାଳା ଆଚାର୍ଯ୍ୟ, ସ୍ଥାନୀୟ ସ୍ମୃତି କମିଟିର ସଭାପତି ରାଜକିଶୋର ଦାସ, ପ୍ରାକ୍ତନ ବିଧାୟକଙ୍କ ଏକାନ୍ତ ଅନୁଗତ ସମାଜସେବୀ ରାତ୍ନାକର ପ୍ରଧାନ, ସ୍ଥାନୀୟ ସରପଞ୍ଚ କାଳନ୍ଦୀ ଜେନା, ଚଣ୍ଡିଗାଁ ପ୍ରାକ୍ତନ ସମିତି ସଭ୍ୟ ଶେଷଦେବ ପରିଡ଼ା, ଫେଲୋସିପ୍‌ର ନିର୍ଦ୍ଦେଶକ ଲଲାଟେନ୍ଦୁ ମହାନ୍ତି, ନିଜ ନିଜ ବକ୍ତବ୍ୟରେ ୰ ମହାନ୍ତିଙ୍କର ସମାଜ ସୁଧାର, ଅର୍ଥନିତୀରେ ସୁଧାର ଓ ରାଜିନୀରେ ନିତି ନିଷ୍ଠତା କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ୰ ମହାନ୍ତିଙ୍କ ପୁତ୍ର ଶରତ କୁମାର ମହାନ୍ତି, ଅଶୋକ କୁମାର ମହାନ୍ତି ଓ ରାଜକିଶୋର ମହାନ୍ତି ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟର ଶିକ୍ଷାବିତ୍ କୈଳାସ ଜେନାଙ୍କ ସମେତ ବହୁ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.