Home ଜିଲ୍ଲା ପରିକ୍ରମା ମନରେଗା କର୍ମ ନିଯୁକ୍ତି ଆଇନ୍‌ରେ ଜାତିଭିତ୍ତିରେ କାମ ଯୋଗାଇବା ପ୍ରସ୍ତାବକୁ ବିରୋଧ, ଭଦ୍ରକରେ ମିଳିତ ଶୋଭାଯାତ୍ରା...

ମନରେଗା କର୍ମ ନିଯୁକ୍ତି ଆଇନ୍‌ରେ ଜାତିଭିତ୍ତିରେ କାମ ଯୋଗାଇବା ପ୍ରସ୍ତାବକୁ ବିରୋଧ, ଭଦ୍ରକରେ ମିଳିତ ଶୋଭାଯାତ୍ରା ଓ ବିକ୍ଷୋଭ

43

ଭଦ୍ରକ, ୨୬ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମହାତ୍ମାଗାନ୍ଧି ଜାତୀୟ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ଜାତିଭିତ୍ତିରେ କାମ ଯୋଗାଇବା ପାଇଁ ମୋଦି ସରକାର ଆଣିଥିବା ପ୍ରସ୍ତାବକୁ ପ୍ରତ୍ୟାହାର କରିବା ଦାବିରେ ଆଜି ଅଖିଳ ଭାରତ କୃଷି ଶ୍ରମିକ ସଂଘ ସହବନ୍ଧିତ ଓଡ଼ିଶା କ୍ଷେତ ମଜଦୁର ୟୁନିୟନ୍‌, ଓଡ଼ିଶା କୃଷକ ସଭା, ସିଆଇଟିୟୁ, ଦଳିତ ଶୋଷଣ ମୁକ୍ତିମଂଚ, ଆଦିବାସୀ ଅଧିକାର ରାଷ୍ଟ୍ରୀୟ ମଂଚ ପକ୍ଷରୁ ମିଳିତ ଭାବେ ଶୋଭାଯାତ୍ରା ଓ ବିକ୍ଷୋଭ ଅନୁଷ୍ଠିତ ହୋଇଛି । ପ୍ରଥମେ ଏହି ମଂଚ ଗୁଡିକ ପକ୍ଷରୁ ଏକ ଶୋଭାଯାତ୍ରା ବନ୍ତଛକରୁ ବାହାରି ସହର ପରିକ୍ରମା କରିବା ପରେ ଜିଲାପାଳଙ୍କୁ ଭେଟି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଥିଲେ । ଏହାପରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ପ୍ରତିବାଦ ସଭା ସିଟୁ ଜିଲା ସଭାପତି ଦିବ୍ୟସିଂହ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିବାଦ ସଭାରେ ଓଡ଼ିଶା କ୍ଷେତ ମଜଦୁର ୟୁନିୟନ୍ ରାଜ୍ୟ ଉପସଭାପତି ପ୍ରଫୁଲ୍ଲ ପାଢୀ, ଓଡ଼ିଶା କୃଷକ ସଭା ଭଦ୍ରକ ଜିଲା ସଭାପତି ଚନ୍ଦ୍ରଶେଖର ନାୟକ, ଯୁଗ୍ମ ସଂପାଦକ ବିକାଶ ନାଥ, ସିଟୁ ଜିଲା ସଂପାଦକ କାଳନ୍ଦୀ ପାତ୍ର, ଉପସଭାପତି ରାଧା ଦାସ, ଶ୍ରମିକ ନେତା ବାମଦେବ ମିଶ୍ର, କୃଷକ ନେତା ଅଭିରାମ ବଳ, ଗୟାଧର ସାହୁ, ରମେଶ ସାହୁ, ମହେଶ୍ୱର ନାୟକ, ନିରଂଜନ ପାଣି, ଓଡ଼ିଶା ଦଳିତ ଶୋଷଣ ମୁକ୍ତିମଂଚର ନେତା ପୀତାମ୍ବର ମହାଳିକ, ଆଦିବାସୀ ଅଧିକାର ରାଷ୍ଟ୍ରୀୟ ମଂଚର ଅନ୍ୟତମ ନେତା ମଣ୍ଟୁ ମୁଣ୍ଡା, ଛାତ୍ରନେତା ସୂର୍ଯ୍ୟ ନାୟକ ପ୍ରମୁଖ ଯୋଗଦେଇ ଆସନ୍ତା ଅଗଷ୍ଟ ୯ ତାରିଖ କେନ୍ଦ୍ର ସରକାରଙ୍କ ଜନ ବିରୋଧୀ ନୀତି ବିରୁଦ୍ଧରେ ‘ଭାରତ ବଂଚାଅ ଆନ୍ଦୋଳନ’ ପରିପ୍ରେକ୍ଷୀରେ ପ୍ରତ୍ୟେକ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବାକୁ ଆହ୍ୱାନ ଜଣାଇଥିଲେ । ଏହି ବିକ୍ଷୋଭ ଓ ପ୍ରତିବାଦ ଆନ୍ଦୋଳନରେ ବହୁ ଚାଷୀ, ଶ୍ରମିକ, କ୍ଷେତ ମଜଦୁର ଓ ଆଦିବାସୀ ଅଂଶଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.