Home ଜିଲ୍ଲା ପରିକ୍ରମା ମତୋ ଗ୍ରାମପଂଚାୟତରେ ବିଜେପିର ମିଶ୍ରଣ ପର୍ବ, ବିଜେଡି ଓ କଂଗ୍ରେସ ଛାଡି ୨୦ ପରିବାର ବିଜେପିରେ...

ମତୋ ଗ୍ରାମପଂଚାୟତରେ ବିଜେପିର ମିଶ୍ରଣ ପର୍ବ, ବିଜେଡି ଓ କଂଗ୍ରେସ ଛାଡି ୨୦ ପରିବାର ବିଜେପିରେ ସାମିଲ

1

ଭଦ୍ରକ, ୨୧ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ମତୋ କଲ୍ୟାଣ ମଣ୍ଡପ ଠାରେ ବିଜେପି ପକ୍ଷରୁ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଜ୍ୟ ସଭାପତି ମନମୋହନ ସାମଲ ଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡି ଏବଂ କଂଗ୍ରେସ ଛାଡି ପ୍ରାୟ ୨୦ଟି ପରିବାର ବିଜେପିରେ ସାମିଲ ହୋଇଥିବା ଜଣାପଡ଼ିଛି।ଗଜଲକ୍ଷ୍ମୀ ମଣ୍ଡଳ ସଭାପତି ଚନ୍ଦନ କୁମାର ବଳଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ପ୍ରଭାରୀ ଅଜୟ ନାୟକ, କୃଷକ ମୋର୍ଚ୍ଚା ଜିଲ୍ଲା ସଭାପତି ଅଶୋକ କୁମାର ରାଉଳ, କୃଷକ ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଉପେନ୍ଦ୍ର କୁମାର ରାଉଳ, ଭଦ୍ରକ ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ କମଳାକାନ୍ତ ସୂତାର, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଚନ୍ଦନ ରାଉତ, ଯୁବନେତା ଅଭୟ କୁମାର ବଳ ଓ ସ୍ଥାନୀୟ ବିଜେପି କର୍ମୀମାନେ ଉପସ୍ଥିତ ଥିଲେ।ନେତୃବୃନ୍ଦ ଦଳରେ ନୂତନ ଭାବେ ଯୋଗଦେଇଥିବା କର୍ମୀମାନଙ୍କୁ ଉତରୀୟ ପ୍ରଦାନ କରି ବିଧିବଦ୍ଧ ଭାବେ ଦଳରେ ସାମିଲ କରାଇଥିଲେ। ସେମାନେ କହିଥିଲେ ଯେ ବିଜେପି ବିଶ୍ୱର ସର୍ବବୃହତ ଗଣତାନ୍ତ୍ରିକ ଦଳ ଏବଂ ଏହା ପରିବାରବାଦକୁ ବିଶ୍ୱାସ କରେନାହିଁ। ଜଣେ ସାଧାରଣ କର୍ମୀ ମଧ୍ୟ ସର୍ବୋଚ୍ଚ ପଦବୀରେ ପହଂଚିପାରିବେ ବୋଲି ସେମାନେ ମତ ପ୍ରକାଶ କରିଥିଲେ। ଆଗାମୀ ପଂଚାୟତ ନିର୍ବାଚନରେ ମତୋ ଗ୍ରାମପଂଚାୟତରେ ଏହି ମିଶ୍ରଣ ପର୍ବ ଦଳକୁ ଅଧିକ ସୁଦୃଢ କରିବ ବୋଲି ନେତୃବୃନ୍ଦ ଆଶା ପ୍ରକାଶ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.