Home କେନ୍ଦୁଝର ମତାବାଜରେ ସପିଂମଲ ଉଦଘାଟିତ

ମତାବାଜରେ ସପିଂମଲ ଉଦଘାଟିତ

60

ହାଟଡ଼ିହି-୧୨ /୧୧, (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ମତାବାଜ ଛକରେ ‘ଶ୍ରୀୟା ଫେସନ’ ନାମରେ ଏକ ସପିଂମଲ ଉଦଘାଟିତ ହୋଇଯାଇଛି । ଏହାର ପ୍ରୋପାଇଟର ନିରଞ୍ଜନ ମହାପାତ୍ରଙ୍କ ଦ୍ୱାରା ପୂଜାର୍ଚ୍ଚନା କରାଯିବାପରେ ସମଣା ପଞ୍ଚାୟତର ସରପଞ୍ଚ ପତିତ ପାବନ ନନ୍ଦ, ଅବସରପ୍ରାପ୍ତ ଏବିଇଓ ନୃଷିହ ଚରଣ ସେନାପତି ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏହି ସପିଂ ମଲ ଦ୍ୱାରା ଆଖପାଖ ଅଞ୍ଚଳର ଲୋକମାନେ ଦୁରଦୁରାନ୍ତକୁ ନଯାଇ ସୁଲଭ ମୁଲ୍ୟରେ ସାମଗ୍ରୀ କ୍ରୟ କରିପାରିବେ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଏହି ଉତ୍ସବରେ ଜିଲ୍ଲାପରିଷଦ ସଦସ୍ୟ ସୁରେନ୍ଦ୍ର କୁମାର ଜେନା, ଧର୍ମେନ୍ଦ୍ର ଜେନା, ଶ୍ରୀକାନ୍ତ ସେନାପତି, ସ୍ମିତ ରଞ୍ଜନ ସେନାପତି, ନାରାୟଣ ନାୟକ, ମାନସ ସା, ମୁରଲୀଧର ସା, ସଦାଶିବ ରାଉତ, ଜୟନ୍ତ ଦେବତା, ଶିଶିର ମହାପାତ୍ର, ସୁରେଶ ସା, ମାଧବାନନ୍ଦ ରାଉତ, ବିରେନ୍ଦ୍ର ସା, ପ୍ରଫୁଲ ବେହେରାଙ୍କ ସମେତ ଶତାଧିକ ଲୋକ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.