Home କେନ୍ଦୁଝର ବାଲି ଚୋରା ଚାଲାଣ ରୋକିବାରେ ପ୍ରଶାସନ ବିଫଳ

ବାଲି ଚୋରା ଚାଲାଣ ରୋକିବାରେ ପ୍ରଶାସନ ବିଫଳ

44

ହାଟଡିହି, ୧୨ । ୧୧ : (ଓଡିଆପୁଅ / ବିକାଶ ବିଶ୍ୱାଳ) ଗାଁ ଗାଁରେ ଚାଲିଛି ବାଲି ଚୋରା ଚାଲାଣ । ପ୍ରତିଦ୍ୱନ୍ଦିତା ଭିତ୍ତିରେ ହେଉଛି ବାଲି ଉତ୍ତୋଳନ । ଏଥିରେ ମୋଟା ଅଙ୍କର ଲାଭ ହେଉଥିବାରୁ ଯେ ଯେଉଁଠି ପାରିଲା ତାଡିଲା । ରୋକିବାକୁ କେହି ନାହିଁ । ଯଦିବା କିଏ ପ୍ରତିବାଦ କରୁଛି ତାକୁ ନାଲି ଆଖି ଦେଖାଇ ବାଲି ମାଫିଆ ମାନେ ଭୟଭୀତ କରାଉଛନ୍ତି । ତହସିଲ ପ୍ରଶାସନ ସବୁ ଜାଣୁଥିଲେ ମଧ୍ୟ ଗୋଟିଏ ଦୁଇଟି ଟ୍ରାକ୍ଟରକୁ ଧରି ଜୋରିମାନା ଆଦାୟ କରି ଚୁପ ହୋଇ ଯାଉଛି । ଏପରି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ହାଟଡିହି ତହସିଲ ଅଧିନରେ ଥିବା ଡିମିରିଆ, ସମଣା ଓ ତରଭା ପ୍ରଭୃତି ବୈତରଣୀ ନଦୀର ବାଲିଘାଟ ମାନଙ୍କରେ । ଡିମିରିଆ ବାଲିଘାଟକୁ ତହସିଲ କର୍ତ୍ତୁପକ୍ଷ ଲିଜ ଦେଇଥିବାବେଳେ ଏଠାରେ ଲିଜଜଧାରୀ ବାଲି ଉତ୍ତୋଳନ କରି ନାହାନ୍ତି । କିନ୍ତୁ ମାଫିଆମାନେ ନିୟମିତ ଶହଶହ ଟ୍ରାକ୍ଟର ଯୋଗେ ବାଲି ଚୋରା ଚାଲାଣ କରୁଛନ୍ତି । ଏପରିକି ଟ୍ରାକ୍ଟର ଯୋଗେ ବାଲି ଉତ୍ତୋଳନକରି ନିକଟସ୍ଥ ସ୍ଥାନରେ ଗଚ୍ଛିତ କରି ହାଇୱା ଯୋଗେ ବାହାରକୁ ଚାଲାଣ କରୁଛନ୍ତି । ଦୁର ଦୁରାନ୍ତ ବାଲିଘାଟରୁ ହାଇୱା ଯୋଗେ ବାଲି ଆଣିବା ବିଳମ୍ବ ହେଉଥିବାରୁ ଏଠାରୁ ସହଜରେ ବାଲି ନେବାପାଇଁ ହାଇୱା ଗୁଡିକ ଧାଡି ଲଗାଉଛନ୍ତି । ସେହିପରି ସମଣା ଘାଟରୁ ମଧ୍ୟ ସମାନ ଢ଼ଙ୍ଗରେ ବାଲି ଉତ୍ତୋଳନ କରିଆଣି ନିକଟରେ ଥିବା ପଡିଆ ମାନଙ୍କରେ ବାଲିସବୁକୁ ଗଚ୍ଛିତକରି ରାତିରେ ହାଇୱା ଯୋଗେ ବାହାରକୁ ଚୋରା ଚାଲାଣ କରୁଛନ୍ତି । ଡିମିରିଆ ବାଲିଘାଟରେ ଅôଦକ ଚୋରା ଚାଲାଣ ହେଉଛି । ଯେହେତୁ ତହସିଲ ଠାରୁ ଏହାର ଦୁରତା ୨୦କିଲୋମିଟରରୁ ଅଧିକ ହେଉଛି ତେଣୁ ସହଜରେ ବାଲି ମାଫିଆମାନେ ରାସ୍ତାରେ ଲୋକ ଜଗାଇ ସେମାନଙ୍କ ଚୋରାବାଲି କାରବାରକୁ ସହଜ କରିପାରିଛନ୍ତି । ଏ ସମ୍ପର୍କରେ ହାଟଡିହି ତହସିଲଦାର ଦିଲ୍ଲିପ କୁମାର ସାହୁଙ୍କୁ ପଚାରିବାରେ ସେ କହିଛନ୍ତି ଯେ ଆମେ ଦିନକୁ ୪/୫ଘଣ୍ଟା ସମୟ ଦେଇ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛୁ, ଆଉ ଅଧିକ କଣ କରିପାରିବୁ ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.