Home ଜିଲ୍ଲା ପରିକ୍ରମା ମଞ୍ଜୁରୀରୋଡ ବିମ୍ବାଧରସାହୁ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଂଟ ଉଦଯାପିତ, ଭଦ୍ରକ ୟୁନିକ ୧୧ ଚାମ୍ପିଅନ

ମଞ୍ଜୁରୀରୋଡ ବିମ୍ବାଧରସାହୁ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଂଟ ଉଦଯାପିତ, ଭଦ୍ରକ ୟୁନିକ ୧୧ ଚାମ୍ପିଅନ

35

ଭଦ୍ରକ, ୫ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ୍ ମଞ୍ଜୁରୀରୋଡ ଡାକ୍ତରଖାନା ପଡିଆରେ ୨୯ତମ ବିମ୍ବାଧର ସାହୁ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟଫାଇନାଲ ମ୍ୟାଚ ଭଦ୍ରକ ୟୁନିକ୍ ୧୧ ଓ ଭଦ୍ରକ ଜେ.ସି.ସି. ମଧ୍ୟରେ ରବିବାର ଅନୁଷ୍ଠିତ ହୋଇଥିଲା। ଜେ.ସି.ସି. ଦଳ ଟସ ଜିଣି ପ୍ରଥମେ ବ୍ୟାଟିଂ କରି ୧୯.୧ ଓଭରରେ ସମସ୍ତ ଉଇକେଟ ହରାଇ ୧୧୯ ରନ ସ୍କୋର କରିଥିଲା। ବ୍ୟାଟ୍ସମ୍ୟାନ ଡଲଫିନ ଦାସ ୨୬ ବଲ ରେ ୨୮ ରନ ଓ କ୍ଷମାସାଗର ବଳ ୧୩ ବଲ ରୁ ୨୩ ରନ ସ୍କୋର କରିଥିଲେ। ବିପକ୍ଷ ଦଳର ବୋଲର ଅମିତ ରାଉତ ୪ ଓଭର ବୋଲିଂ କରି ୨୦ ରନ ଦେଇ ୨ ଉଇକେଟ ଓ ସୁଦାମ ମଲ୍ଲିକ ୪ ଓଭର ବୋଲିଂ କରି ୨୦ ରନ ଦେଇ ୨ ଉଇକେଟ ଅକ୍ତିଆର କରିଥିଲେ। ଜବାବରେ ଭଦ୍ରକ ୟୁନିକ୍ ଦଳ ୧୯ ଓଭରରେ ୫ ଉଇକେଟ ହରାଇ ୧୨୦ ସ୍କୋର କରି ଚାମ୍ପିଅନ ଟ୍ରଫି ବିଜେତା ଥିଲା। ବ୍ୟାଟ୍ସମ୍ୟାନ ଚିତ୍ତଞ୍ଜନ ପାତ୍ର ୧୫ ବଲ ରୁ ୨୯ରନ ଓ ଜନ୍ମେଜୟ ନାୟକ ୩୧ ବଲ ରୁ ୨୪ ରନ ସଂଗ୍ରହ କରିଥିଲେ। ବିପକ୍ଷ ଦଳର ବୋଲର ଜାମେଲାଭଞ୍ଜ ମହାପାତ୍ର ୪ ଓଭର ବୋଲିଂ କରି ୧୫ ରନ ଦେଇ ୧ ଉଇକେଟ ଓ ସତ୍ୟକାମ ଭରଦ୍ୱାଜ ୪ ଓଭର ବୋଲିଂ କରି ୩୭ ରନ ବିନିମୟରେ ୨ ଉଇକେଟ ଅକ୍ତିଆର କରିଥିଲେ।

ମ୍ୟାନ ଅଫ ଦି ମ୍ୟାଚ ବିଜେତା ଚିତ୍ତରଞ୍ଜନ ପାତ୍ରଙ୍କୁ ନାଆମୀ ସମବାୟ ସମିତି ସଭାପତି ଦିପ୍ତୀସୂର୍ଯ୍ୟ ବିଶ୍ୱାଳ, ମ୍ୟାନ ଅଫ ଦି ସିରିଜ ଓ ବେଷ୍ଟ ବ୍ୟାଟ୍ସମ୍ୟାନ ବିଜେତା କ୍ଷମାସାଗର ବଳଙ୍କୁ ନରେନ୍ଦ୍ର ରାଉତ ସ୍ମୃତିପରିଷଦ ଓ ନାଆମୀ ସମିତି ସଭ୍ୟ ସନ୍ତୋଷ କୁମାର ସାହୁ, ବେଷ୍ଟ ବୋଲର ସତ୍ୟକାମ ଭରଦ୍ୱାଜଙ୍କୁ ମଞ୍ଜୁରୀରୋଡ ଲକ୍ଷ୍ମୀ ବଜାର କମିଟି ପକ୍ଷରୁ, ବେ୍େ‌ଟ ଫିଲ୍ଡର ରୋନାଲ୍ଡ ଆରବି ସିଂଙ୍କୁ ଡେପୁଟି ମ୍ୟାଜେର ପ୍ରଭାକର ରାଉତ, ବେଷ୍ଟ ସିକ୍ସର ଚିତ୍ତରଞ୍ଜନ ପାତ୍ରଙ୍କୁ ଶୁଭମ ମୁଢି ଫ୍ୟାକ୍ଟ୍ରୀ ଗଣେଶପ୍ରସାଦ ଗୁଡି ପୁରସ୍କୃତ କରିଥିଲେ। ବିଜୟ ଶତପଥି ଓ ଚିନ୍ମୟ ଶତପଥି ମ୍ୟାଚ ରେଫରୀ ଦାଇତ୍ୱ, ସଞ୍ଜୟ ସେନାପତି ଓ କାଳନ୍ଦୀ ଚନ୍ଦ୍ର ପଣ୍ଡା ଅମ୍ପାୟାର ଦାଇତ୍ୱ ତୁଲାଇଥିଲେ। ସେହିପରି ଶ୍ରୀକାନ୍ତ ଖଣ୍ଡାଇ, ଯଶୋବନ୍ତ ସାମଲ, ପ୍ରଦୀପ ଜେନା ଓ ପ୍ରତ୍ୟୁଷ ସାହୁ ଭାଷ୍ୟକାର ଏବଂ ସନ୍ତୋଷ ଖଣ୍ଡାଇ, ତନୁଜ କୁମାର ବେହେରା ଓ ଅଜୟ ବାରିକ ସ୍କୋରର ଦାଇତ୍ୱ ତୁଲାଇଥିଲେ। ଖେଳ ଶେଷରେ ଅବସରପ୍ରାପ୍ତ ଅଧ୍ୟାପକ ଡ.ଶଶଧର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ ସ୍ଥାନୀୟ ବିଧାୟକ ପ୍ରଫୁଲ୍ଲ ସାମଲ ମୁଖ୍ୟଅତିଥି, ଆଶ୍ରୀବାଦ କନଷ୍ଟକସନ ପରିଚାଳନା ନିର୍ଦ୍ଦେଶକ ସୁରେଶ କୁମାର ଦାଶ ମୁଖ୍ୟବକ୍ତା, ଜିଲ୍ଲ୍‌ାପରିଷଦ ସଭ୍ୟ ବଦ୍ରୀନାରାୟଣ ରାଉତ, ସଭାପତି ପ୍ରଫୁଲ୍ଲ ଯେନା, ଥାନାଧିକାରୀ ଅମିତାଭ ଦାଶ, ଭାବଗ୍ରାହୀ ମାଝୀ, ଶ୍ରୀଜୟ କୁମାର ମହାପାତ୍ର, ଉତ୍କଳ କେଶରୀ ବିଶ୍ୱାଳ, ପ୍ରଶାନ୍ତ କୁମାର ସାହୁଙ୍କ ସମେତ ନାଆମୀ, ରାଜେନ୍ଦ୍ରପୁର, ସାନଶାସନ, ବନ୍ଦାଳୋ-ମଢିଆଳି, ତେସିଙ୍ଗା ପଞ୍ଚାୟତ ସରଞ୍ଚ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଚାମ୍ପିଅନ ଓ ରନରସପ ଦଳକୁ ଟ୍ରଫି ପ୍ରଦାନ କରିଥିଲେ। ମହାବୀର କ୍ଲବ ସଭାପତି ଗୋପିନାଥ ନାୟକ, ସମ୍ପାଦକ ଧନେଶ୍ୱର ସ୍ୱାଇଁଙ୍କ ସମେତ ସମସ୍ତ ସଦସ୍ୟମାନେ ଟୁର୍ଣ୍ଣାମେଂଟ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.