Home ଜିଲ୍ଲା ପରିକ୍ରମା ଆନ୍ତର୍ଜାତୀୟ ଅଲମ୍ପିଆଡ଼ ବିଜ୍ଞାନରେ ସର୍ବ ଭାରତ ସ୍ତରରେ ତିହିଡ଼ି ଝିଅ ଆୟୁସୀ ଟପର

ଆନ୍ତର୍ଜାତୀୟ ଅଲମ୍ପିଆଡ଼ ବିଜ୍ଞାନରେ ସର୍ବ ଭାରତ ସ୍ତରରେ ତିହିଡ଼ି ଝିଅ ଆୟୁସୀ ଟପର

94

ଭଦ୍ରକ, ୫ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ବ୍ଲକ ମଙ୍ଗଳପୁର ପଞ୍ଚାୟତ ଅଧୀନ କମାରିଆ ଗ୍ରାମର ଝିଅ ଆୟୁସୀ ପ୍ରିୟଦର୍ଶନୀ ଆନ୍ତର୍ଜାତୀୟ ଅଲମ୍ପିଆଡ଼ ବିଜ୍ଞାନରେ ସର୍ବଭାରତୀୟ ସ୍ତରରେ ଟପ୍‌ପର ହୋଇଥିବା ଜଣାଯାଇଛି। ସେ ପଶ୍ଚିମ ବଂଙ୍ଗର ଆଶାନସୋଲ ବର୍ଣ୍ଣପୁର ରିଭର ସାଇଟ୍ ସ୍କୁଲର ଦଶମ ଶ୍ରେଣୀର ଛାତ୍ରୀ ଅଟନ୍ତି। ସେ ଚଳିତ ବର୍ଷ ଇଣ୍ଟରନ୍ୟାସନାଲ ଅଲମ୍ପିଆଡ଼ ଅଫ୍ ସାଇନ୍‌ସ ପରୀକ୍ଷା ଦେଇ ଶତପ୍ରତିଶତ ମାର୍କ ରଖି ସର୍ବଭାରତୀୟ ସ୍ତରରେ ଟପ୍‌ପର ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଏଥିସହ ସେ ପୂର୍ବରୁ ବିଭିନ୍ନ ପରୀକ୍ଷାରେ ଗୋଲ୍‌ଡ ମେଡାଲ ପାଇ ସୁନାମ ଅର୍ଜନ କରିଛନ୍ତି। ଆୟୁସୀ କମାରିଆ ଗ୍ରାମର ଇଂ ଅଶୋକ କୁମାର ସେନାପତି ଏବଂ ମାତା ସ୍ମୃତିରେଖା ମହାନ୍ତିଙ୍କ କନ୍ୟା ଅଟନ୍ତି। ଏହି ସଫଳତା ପାଇଁ ଆୟୁସୀ ପିତାମାତାଙ୍କ ସମେତ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଗୁରୁଜନମାନଙ୍କର ଆଶିର୍ବାଦ ରହିଛି ବୋଲି ପ୍ରକାଶ କରିଛନ୍ତି। ଏହି ସଫଳତା ପାଇବା ପରେ ପରିବାର, ଗ୍ରାମ ଏବଂ ସ୍ଥାନୀୟ ଅଞ୍ଚଳରେ ଆନନ୍ଦର ଲହରୀ ଖେଳିଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.