Home ଜିଲ୍ଲା ପରିକ୍ରମା ଭଦ୍ରକ ଜିଲା ଭାରତ ସ୍କାଉଟ୍ ଓ ଗାଇଡ୍‌ର ଜିଲା କ୍ୟାମ୍ପୋରୀ ଉଦ୍‌ଯାପିତ

ଭଦ୍ରକ ଜିଲା ଭାରତ ସ୍କାଉଟ୍ ଓ ଗାଇଡ୍‌ର ଜିଲା କ୍ୟାମ୍ପୋରୀ ଉଦ୍‌ଯାପିତ

87

ଭଦ୍ରକ, ୫ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭାରତ ସ୍କାଉଟ୍ ଓ ଗାଇଡ୍‌ର ଜିଲା କ୍ୟାମ୍ପୋରୀ ଓଲଙ୍ଗ ଗ୍ରାମପଞ୍ଚାୟତ ହାଇସ୍କୁଲ ପରିସର ମଧ୍ୟରେ ଉଦ୍‌ଯାପିତ ହୋଇଯାଇଛି। ତିନିଦିନ ଧରି ଚାଲିଥିବା ଏହି ଉଦ୍‌ଯାପନୀ ଉତ୍ସବରେ ଜିଲା ଶିକ୍ଷାଧିକାରୀ କପିଳେନ୍ଦ୍ର ମିଶ୍ର ସଭାପତିତ୍ୱ କରିଥିଲେ। ରାଜ୍ୟ ମୁଖ୍ୟ କମିଶନର ଡ. କାଳୀପ୍ରସାଦ ମିଶ୍ର ମୁଖ୍ୟଅତିଥି ଭାବରେ ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ କମିଶନର ଧ୍ରୁବଚରଣ ପରିଡା ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ରାଜ୍ୟ ସଂପାଦକ ଶରତ ପାଇକରାୟ, ରାଜ୍ୟ ସଂଗଠନର କମିଶନର ଅନାମିକା ଦାସ, ଅତିରିକ୍ତ ଜିଲା ଶିକ୍ଷାଧିକାରୀ ଦୀପକ ପାଢୀ, ଓଲଙ୍ଗ ଗ୍ରାମପଞ୍ଚାୟତ ସରପଞ୍ଚ ଅକ୍ଷୟ ପ୍ରସାଦ ମହାନ୍ତି ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥଲେ। ଜିଲା ସ୍କାଉଟ୍ କମିଶନର ଅକ୍ଷୟ କୁମାର ହୋତା ବିବରଣୀ ପାଠ କରିଥିଲେ। ସଂଗଠନର କମିଶନର ଅଜୟ କୁମାର ନନ୍ଦ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିବାବେଳେ କମଳା ନାୟକ ଧନ୍ୟବାଦ ଦେଇଥିଲେ। ୭୯୧ ଶିବିରାର୍ଥୀଙ୍କୁ ନେଇ ଆରମ୍ଭ ହୋଇ କ୍ୟାମ୍ପରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ଜିଲା ତାଲିମ କମିଶନର ବିପ୍ଳବ ପହି, ପ୍ରଭାସିନୀ ବିଶ୍ୱାଳ, ବିଜୟ ମିଶ୍ର, ବିଷ୍ଣୁ ନାୟକ, ରବି ନନ୍ଦ, ପ୍ରଭାତ ପାଣିଗ୍ରାହୀ, ଅନିଲ ମିଶ୍ର, ନନ୍ଦିନୀ ସାହୁ, ବକ୍ସି ସାହୁ ଶ୍ରୀଧର ତ୍ରିପାଠୀ, ଓଲଙ୍ଗ ହାଇସ୍କୁଲର ସମସ୍ତ ଶିକ୍ଷକ, ରାଜ୍ୟ ତାଲିମ କମିଶନର ସୁରଜିତ ସେନ ପରିଚାଳନା କରିଥିଲେ। ସର୍ବଶେଷରେ କୃତି ସ୍କାଉଟ୍ ଓ ଗାଇଡ୍‌ମାନଙ୍କୁ ଟ୍ରଫି ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଏହାବ୍ୟତୀତ ସମସ୍ତ ଅତିଥି ଓ ସଂଗଠକମାନଙ୍କୁ ମୋମେଣ୍ଟୋ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ପ୍ରଦୀପ୍ତ କୁମାର ଦାସ, ଚାରୁଲତା ମହାପାତ୍ର ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.