Home କେନ୍ଦୁଝର ମଉଦାରେ ବିଜୁବାବୁ ଗ୍ରାମୀଣ ଶିଶୁ ଉଦ୍ୟାନର ଭିତ୍ତିପ୍ରସ୍ତର ସ୍ଥାପନ

ମଉଦାରେ ବିଜୁବାବୁ ଗ୍ରାମୀଣ ଶିଶୁ ଉଦ୍ୟାନର ଭିତ୍ତିପ୍ରସ୍ତର ସ୍ଥାପନ

27

ହାଟଡିହି, ୭ /୨ (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ସଢ଼ା ପଞ୍ଚାୟତର ମଉଦା ଠାରେ ବିଜୁବାବୁ ଗ୍ରାମୀଣ ଶିଶୁ ଉଦ୍ୟାନର ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ, ହାଟଡିହି ବିଡିଓ ଜୟଦେବ ଦାସ, ସଢ଼ା ପଞ୍ଚାୟତର ସରପଞ୍ଚ ଜୟନ୍ତୀ ସାମଲ, କନିଷ୍ଠଯନ୍ତ୍ରୀ ଜ୍ୟୋତିରଞ୍ଜନ ସାମନ୍ତରାୟ. କନିଷ୍ଠଯନ୍ତ୍ରୀ ସୁକାନ୍ତ ନାୟକ ପ୍ରମୁଖ ଯୋଗଦେଇ ନଡିଆଭାଙ୍ଗି ଏହାର ଶିଳାନ୍ୟାଶ କରିଥିଲେ । ସଢ଼ା ପଞ୍ଚାୟତରେ ଆରମ୍ଭ କରାଯାଇଥିବା ଏହିପରି ଶିଶୁ ଉଦ୍ୟାନ ଗୁଡିକ ଅତୀବ ସୁନ୍ଦର ଓ ଲୋଭନୀୟ ହୋଇପାରୁ ଥିବାରୁ ଏହାକୁ ଅôଦକ ଆକର୍ଶଣୀୟ କରିବା ପାଇଁ ବିଧାୟକ ଶ୍ରୀ ସେଠୀ ପରାମର୍ଶ ଦେଇଥିଲେ । ଏହି ଉତ୍ସବରେ ବିଜୟ କୁମାର ରାଉତ, ବୈଦ୍ୟନାଥ ସାମଲ, ବିଜେଡିର ବ୍ଲକ ସଭାପତି ସୁରେନ୍ଦ୍ର କୁମାର ଜେନାଙ୍କ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.