Home ଜିଲ୍ଲା ପରିକ୍ରମା ଭ୍ରଷ୍ଟାଚାରୀ ବ୍ଲକ ପ୍ରଶାସନକୁ ଘେରାଉ କଲା କଂଗ୍ରେସ

ଭ୍ରଷ୍ଟାଚାରୀ ବ୍ଲକ ପ୍ରଶାସନକୁ ଘେରାଉ କଲା କଂଗ୍ରେସ

15

ଭଦ୍ରକ, ୨୨ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ ବିଡିଓ ବିଜେଡି ଦଳର ବୋଲକରା ସାଜିଛନ୍ତି । ମିଳାମିଶି ୫୦ ପ୍ରତିଶଦ ପିସି ଆଦାୟ କରୁଛନ୍ତି । ମନରେଗା ଯୋଜନା ଅର୍ଥକୁ ହରିଲୁଟ କରାଯାଉଛି । ବିଦ୍ୟାଳୟ ରୂପାନ୍ତରିକରଣ ନାମରେ ଦଳୀୟ ପାଣ୍ଠି ଯୋଗାଡ ହେଉଛି । କଂକ୍ରିଟ ରାସ୍ତା ବି ଦୁର୍ନୀତିରୁ ବାଦ ପଡୁନାହିଁ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହଡପ କରାଯାଉଛି । ରାସନ କାର୍ଡ ସୁବିଧାରୁ ଗରିବ ବାଦ ପଡୁଛନ୍ତି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଦରଦାମ ବୃଦ୍ଧି ରୋକିବାରେ ବିଫଳ ହୋଇଛନ୍ତି ଆଦି ନାନା ଅଭିଯୋଗ ଆଣି ସ୍ଥାନୀୟ ବ୍ଲକ କଂଗ୍ରେସ ପକ୍ଷରୁ ଶୁକ୍ରବାର ବ୍ଲକ ଘେରାଉ କରାଯାଇଛି । ଦଳୀୟ କାର୍ଯ୍ୟାଳୟରୁ ନେତା ଓ କର୍ମୀମାନେ ଶୋଭାଯାତ୍ରାରେ ବଜାର ପରିକ୍ରମା କରି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ବ୍ଲକ କଂଗ୍ରେସ ସଭାପତି ରଜନୀକାନ୍ତ ଚନ୍ଦଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରତିବାଦ ସଭାରେ ପୂର୍ବତନ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ସରକାରଙ୍କ ଜନବିରୋଧି କୁଶାସନକୁ ତୀବ୍ର ସମାଲୋଚନା କରିବା ସହ ଶ୍ରୀ ଜଗନ୍ନାଥଙ୍କ ରତ୍ନଭଣ୍ଡାର, ଓଡିଆ ଦାଦନ ଖଟିବାକୁ ଯିବା ଆଦି ପ୍ରସଙ୍ଗରେ ସରକାରଙ୍କୁ ନିଶାଣ କରିଥିଲେ । ବ୍ଲକ ପ୍ରଶାସନର ଜନବିରୋଧି କାର୍ଯ୍ୟକୁ କଂଗ୍ରେସ ବିରୋଧ କରିବ ବୋଲି ସେ ଚେତାବନୀ ଦେଇଥିଲେ । ଦଳର ଜିଲ୍ଲା ସଭାପତି ଅଶୋକ ଦାସ, ପ୍ରାକ୍ତନ ସଭାପତି ସୁବ୍ରତ ଦାସ, ମହିଳା ନେତ୍ରୀ ସବିତା ଚନ୍ଦ, ଜିଲ୍ଲା ସଂଯୋଜକ ପ୍ରଦ୍ୟୁମ୍ନ ଦାସ, ବରିଷ୍ଠ ନେତା ପିତାମ୍ବର ନାୟକ, ଗୋଲକ ଚନ୍ଦ୍ର ବେହେରା, ସରପଞ୍ଚ ଅକ୍ଷୟ ତ୍ରିପାଠୀ, ମିନତୀ ସାହୁ, ବିଜୟ ଶଙ୍କର ମହାନ୍ତି, ଗଣେଷ ଭାରତୀ, ଅଜୟ ସାହୁ ପ୍ରମୁଖ ବ୍ଲକ ପ୍ରଶାସନକୁ ଭର୍ସନା କରିଥିଲେ । ଏହି ମର୍ମରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ରକୁ ବିଡିଓ ଦେବଦତ୍ତ ଦାସ ଶ୍ରୀ ପଟ୍ଟନାୟକଙ୍କ ଠାରୁ ଗ୍ରହଣ କରିଥିଲେ । ଏଥିରେ ବିଭିନ୍ନ ପଞ୍ଚାୟତର ଛାମୁଆଁ କର୍ମୀ ଓ ନେତାମାନେ ଅଂଶଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.