Home ଜିଲ୍ଲା ପରିକ୍ରମା ସମିତି ସଭ୍ୟ ସଂଘ ପକ୍ଷରୁ ବିଡିଓଙ୍କୁ ଦାବିପତ୍ର

ସମିତି ସଭ୍ୟ ସଂଘ ପକ୍ଷରୁ ବିଡିଓଙ୍କୁ ଦାବିପତ୍ର

29

ଭଦ୍ରକ, ୨୨ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ବନ୍ତ ବ୍ଲକ ସମିତି ସଭ୍ୟ ସଂଘ ପକ୍ଷରୁ ବିଡିଓ ପ୍ରଦୀପ କୁମାର ସେଠୀଙ୍କୁ ୧୨ ଦଫା ଦାବିପତ୍ର ପ୍ରଦାନ କରାଯାଇଛି । ତ୍ରିସ୍ତରୀୟ ପଞ୍ଚାୟତରାଜ ବ୍ୟବସ୍ଥାରେ ସରକାରୀ ଅବହେଳାର ସମ୍ମୁଖୀନ ହେଉଥିବା ସମିତି ସଭ୍ୟମାନେ ପଞ୍ଚାୟତ ସମିତି ଅଧ୍ୟକ୍ଷ ଗଠନ ପରେ ଅଲୋଡ଼ା ହୋଇଯାଇଛନ୍ତି । ଏପରିକି ସରପଞ୍ଚ ପରି ସମିତି ସଭ୍ୟ ମାନେ ନିର୍ବାଚନରେ ସିଧାସଳଖ ନିର୍ବାଚିତ ହେଉଥିଲେ ମଧ୍ୟ ସେମାନଙ୍କୁ ପଞ୍ଚାୟତ କିମ୍ବା ପଞ୍ଚାୟତ ସମିତିରେ କୌଣସି ଗୁରୁତ୍ୱ ଦେଇ ନଥିବାରୁ ସମିତି ସଭ୍ୟମାନେ ସେମାନଙ୍କର ସାମ୍ବିଧାନିକ ସୁବିଧା ପାଇବା ପାଇଁ ଦୀର୍ଘଦିନ ହେଲା ଦାବି କରିଆସୁଛନ୍ତି ।ଏନେଇ ବିଭିନ୍ନ ସମୟରେ ସମିତି ସଭ୍ୟମାନେ ଲଢ଼େଇ ଜାରି ରଖିଛନ୍ତି । ଏହି ପରିପ୍ରେକ୍ଷୀରେ ବନ୍ତ ବ୍ଲକ ସମିତି ସଭ୍ୟମାନେ ବିଭିନ୍ନ ଦାବି ନେଇ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ବିଡିଓଙ୍କୁ ପ୍ରଦାନ କରିଛନ୍ତି । ବନ୍ତ ବ୍ଲକ ଅଧ୍ୟକ୍ଷ ତଥା ଗୋପିନାଥପୁର ସମିତି ସଭ୍ୟ ମନୋରଞ୍ଜନ ଘଡ଼େଇ,ଉପାଧ୍ୟକ୍ଷା ପ୍ରଗତିବାଳା ସ୍ୱାଇଁ,ବନ୍ତ ସମିତି ସଭ୍ୟ ପରମେଶ୍ୱର ବାରିକ,ମହାନ୍ତିପଡ଼ା ସମିତି ସଭ୍ୟ ନିର୍ମଳ ନାୟକ,ଛୟାଳସିଂ ସମିତି ସଭ୍ୟା ନିରୁପମା ରାଉତ,ଓଡ଼ଙ୍ଗ ସମିତି ସଭ୍ୟା ରଜନୀ ଜେନା,ନିଳୋକ ସମିତି ସଭ୍ୟ ଉଦ୍ଧବ ସେଠୀ,ଗୋବିନ୍ଦପୁର ସମିତି ସଭ୍ୟା ନୀଳିମା ଖଟୁଆ,ପ୍ରଧାନପଡ଼ା ସବିହା ଖାତୁନ,ବିଟିପୁର ସମିତି ସଭ୍ୟା ଜ୍ୟୋତିର୍ମୟୀ ପଣ୍ଡା,ଚାରିଗାଁ ସମିତି ସଭ୍ୟ ଧରଣୀ ଧର କର,କାଦବରାଙ୍ଗ ସମିତି ସଭ୍ୟା ଦୀପାରାଣୀ ଜେନା,ରାମପୁର ସମିତି ସଭ୍ୟା କୁନି ମୁଣ୍ଡା,ଟିଲୋ ସମିତି ସଭ୍ୟା ସୁଜାତା ସେଠୀ,ବଡ଼ମହିଷଗୋଡ ସମିତି ସଭ୍ୟା ପଦ୍ମାବତୀ ନାଥ ଶର୍ମାଙ୍କ ସହ ୨୫ଟି ପଞ୍ଚାୟତର ସମିତି ସଭ୍ୟ ସଭ୍ୟାମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.